ବିରାଟ କୋହଲିଙ୍କୁ ନିଆରା ଢ଼ଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସ୍କୁବା ଡାଇଭର ସବୀର ବକ୍ସ

ରନ ମେସିନ୍ ବିରାଟ କୋହଲିଙ୍କ ୩୪ତମ ଜନ୍ମଦିନ ଅବସରରେ କଟକରୁ ବିରାଟଙ୍କ ପାଇଁ ନିଆରା ଶୁଭେଚ୍ଛା ବାର୍ତ୍ତା।

ବିରାଟ କୋହଲିଙ୍କୁ ନିଆରା ଢ଼ଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସ୍କୁବା ଡାଇଭର ସବୀର ବକ୍ସ

ବିରାଟ କୋହଲିଙ୍କୁ ନିଆରା ଢ଼ଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସ୍କୁବା ଡାଇଭର ସବୀର ବକ୍ସ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: ଆଜି ହେଉଛି ରନ ମେସିନ୍ ବିରାଟ କୋହଲିଙ୍କ ୩୪ତମ ଜନ୍ମଦିନ। ଏହି ଅବସରରେ ବିରାଟଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି। ଅସଂଖ୍ୟ କ୍ରିକେଟ ପ୍ରେମୀ ତଥା ବିରାଟଙ୍କ ଫ୍ୟାନ୍ସ ଏହି ଦିନରେ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ତେବେ ବିରାଟଙ୍କୁ ଏକ ନିଆରା ଢ଼ଙ୍ଗରେ ଜନ୍ମଦିନ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ବିଶିଷ୍ଟ ଓଡ଼ିଆ ସ୍କୁବା ଡାଇଭର ସବୀର ବକ୍ସ ଓ ତାଙ୍କ ଟିମ କଳିଙ୍ଗ ଡାଇଭର୍ସର ସଦସ୍ୟମାନେ।

ମହାନଦୀ ଜଳ ୯୦ ଫୁଟ ଗଭୀରତାକୁ ଯାଇ ସବୀର ବକ୍ସ ଓ ତାଙ୍କ ଟିମ କଳିଙ୍ଗ ଡାଇଭର୍ସର ସଦସ୍ୟମାନେ ବିରାଟଙ୍କ ଜନ୍ମଦିନ ପାଳନ କରିଛନ୍ତି। କଟକ ମହାନଦୀର ନନ୍ଦିକିଶୋରୀ ପଠା ନିକଟ ଗଭୀର ପାଣିରେ ବିରାଟଙ୍କ ବର୍ଥଡେ ସେଲିବ୍ରେଟ କରାଯାଇଛି।

ଏକ ଟିମି କେକ୍ ସହିତ ପାଳନ କରାଯାଇଥିବା ଏହି ଜନ୍ମଦିନର ଶୁଭେଚ୍ଛାର ଏକ ଭିଡ଼ିଓ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହି ଭିଡ଼ିଓଟିକୁ ୟୁଟ୍ୟୁବ ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ ରିଲିଜ କରାଯିବା ସହ ଏକ ପ୍ରତିଷ୍ଠିତ କ୍ରିଡ଼ା ଚ୍ୟାନେଲରେ ଆଜି ଏହି ଭିଡ଼ିଓଟିକୁ ପ୍ରସାରଣ କରାଯିବ ବୋଲି ଜଣା ପଡ଼ିଛି।

ବିରାଟ କୋହଲିଙ୍କୁ ନିଆରା ଢ଼ଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସ୍କୁବା ଡାଇଭର ସବୀର ବକ୍ସ


ସମଗ୍ର ଓଡ଼ିଶାବାସୀଙ୍କ ପକ୍ଷରୁ ବିରାଟ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରିଯାଉଛି। ଏହାକୁ ଆମେ ଜଳ, ସ୍ଥଳ ଓ ଆକାଶ ତିନିଟି ସ୍ଥାନରୁ ଆମେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛୁ। ଆଶା କରୁଛି ଏହି ଏହି ଭିଡ଼ିଓଟି ବିରାଟଙ୍କ ସହ ତାଙ୍କ ଫ୍ୟାନମାନଙ୍କୁ ଭଲ ଲାଗିବ କହିଛନ୍ତି କଳିଙ୍ଗ ଡ଼ାଇଭର୍ସର ମୁଖ୍ୟ ତଥା ସ୍କୁବା ଡ଼ାଇଭର ସବୀର ବକ୍ସ।

ପୂର୍ଵରୁ ଗୋଆରେ ଏହି ଭିଡ଼ିଓର କିଛି ଅଂଶ ସୁଟ ହୋଇଥିବା ବେଳେ କଟକର ମହାନଦୀରେ ଥିବା ନନ୍ଦି କେଶରୀ ପଠାର ଗଭୀର ଜଳରାଶି ଅବଶିଷ୍ଟ ଅଂଶ ସୁଟ ହେଉଛି। ପାଣି ମଧ୍ୟରେ ବିରାଟଙ୍କ ଫଟୋ ରଖି କେକ କାଟି ବାଣ ଫୁଟାଇ ଏହି ବାର୍ତ୍ତା ପ୍ରଦାନ କରିଛି ଟିମ। ଚଳିତ ବିଶ୍ୱକପରେ ଫୁଲ ଫର୍ମ ଦେଇ ଗତି କରିଛନ୍ତି ବିରାଟ। ଆଗମୀ ଦିନରେ ଆହୁରି କ୍ରିକେଟରେ ନାଁ କରନ୍ତୁ ବୋଲି ଶୁଭେଚ୍ଛାରେ ସ୍ଥାନ ଦେଇଛନ୍ତି ଟିମ।

‘‘ମୁଁ ଅଣ୍ଡର ୱାଟରରେ ଅନେକ କାର୍ଯ୍ୟକ୍ରମ କରିଛି। କିନ୍ତୁ ପ୍ରଥମ ଥର ଲାଗି ଏହି ଭଳି ଏକ ନିଆରା କାର୍ଯ୍ୟକ୍ରମରେ ଭାଗ ନେଇଥିବାରୁ ବେଶ୍ ଖୁସି ଅନୁଭବ କରୁଛି। ବିରାଟ ସାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରିବା ସହ ସେ ଟି-୨୦ ବିଶ୍ବକପରେ ଭଲ ପ୍ରଦର୍ଶନ କରନ୍ତୁ। ଭାରତକୁ ବିଶ୍ବକପ ଜିତି କରି ଆଣନ୍ତୁ,’’ ପ୍ରାର୍ଥନା କରୁଛି କହିଛନ୍ତି କଳିଙ୍ଗ ଡ଼ାଇଭର୍ସର ଅନ୍ୟତମ ସଦସ୍ୟା ଭବ୍ୟାଶ୍ରୀ କର।
Published by:Lipina Das
First published: