Happy Birthday PM Modi; ବାଲୁକା କଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତା
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ଆଜି ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୨ ତମ ଜନ୍ମଦିବସ । ଏହି ଉପଲକ୍ଷେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାକୃତିରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବାଲୁକା ଶିଳ୍ପୀ ସୁଦର୍ଶନ ବାଲିର କଳାକୃତିରେ ୧୨୧୩ଟି ମାଟିର ଚା କପକୁ ସଜାଇ ସେଥିରେ କରିଛନ୍ତି ବାଲୁକା କଳା । ଏଥିସହ Happy Birthday Modi ଲେଖିବା ସହ ଜନ୍ମଦିନରେ ନିଆରା ଶୁଭେଚ୍ଛା ଜଣାଇଛନ୍ତି ।
ସୁଦର୍ଶନ ପଟ୍ଟନାୟକ ଏହି କଳାକୃତି ନିର୍ମାଣ ପାଇଁ ୫ ଟନ ବାଲି ବ୍ୟବହାର କରିଛନ୍ତି । ମାଟିର ଚା କପ ବ୍ୟବହାର କରି କିଭଳି ଭାରତର ପ୍ରଧାନମନ୍ତ୍ରୀ ମୋଦି ଚା ବିକାଳିରୁ ପ୍ରଧାନସେବକ ହୋଇ କୋଟି କୋଟି ଲୋକଙ୍କ ଆଶୀର୍ବାଦ ପାଇପାରିଛନ୍ତି ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେଣୁ ୭୨ ତମ ଜନ୍ମଦିବସରେ ଏହା ଏକ ନିଆରା ଭେଟି ବୋଲି କହିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।