ପେସ୍ତା ବାଦମରେ ଚିତ୍ର ଆଙ୍କି ପିଏମ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଚିତ୍ରଶିଳ୍ପୀ ପ୍ରିୟଙ୍କା

ଆମ ଦେଶର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ତାଙ୍କୁ ସମ୍ମାନ ଜଣାଇ ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ୭ଟି ପିସ୍ତା ବାଦାମରେ (almonds) ପ୍ରଧାନମନ୍ତ୍ରୀଙ୍କର ଜନ୍ମରୁ ଏହି ପର୍ଯ୍ୟନ୍ତ ଯାତ୍ରାର କିଛି ଝଲକ ଦେଖାଇଛନ୍ତି l

ପେସ୍ତା ବାଦମରେ ଚିତ୍ର ଆଙ୍କି ପିଏମ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଚିତ୍ରଶିଳ୍ପୀ ପ୍ରିୟଙ୍କା

ପେସ୍ତା ବାଦମରେ ଚିତ୍ର ଆଙ୍କି ପିଏମ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଚିତ୍ରଶିଳ୍ପୀ ପ୍ରିୟଙ୍କା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଆଜି ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୨ତମ ଜନ୍ମ ଦିବସ ଏବଂ ବିଶ୍ୱକର୍ମା ପୂଜା । ମୋଦିଙ୍କୁ ନୂତନ ଭାରତର ବିଶ୍ୱକର୍ମା କୁହାଯାଏ l ତେବେ ଆମ ଦେଶର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ତାଙ୍କୁ ସମ୍ମାନ ଜଣାଇ ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ୭ଟି ପିସ୍ତା ବାଦାମରେ (almonds) ପ୍ରଧାନମନ୍ତ୍ରୀଙ୍କର ଜନ୍ମରୁ ଏହି ପର୍ଯ୍ୟନ୍ତ ଯାତ୍ରାର କିଛି ଝଲକ ଦେଖାଇଛନ୍ତି l



୭ଟି ବାଦାମରେ ମୋଦିଜୀଙ୍କର ୭ଟି ପ୍ରତିକୃତି ଆଙ୍କିଛନ୍ତି l ଯାହାକି ବେଶ ଆକର୍ଷିତ ହୋଇଛି l ମୋଦିଜୀ ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ ହୋଇଥିବାରୁ ପ୍ରିୟଙ୍କା ପିସ୍ତାବାଦାମରେ ଚିତ୍ର କରିବେ ବୋଲି ଭାବିଥିଲେ l



ବାଦାମ ଖାଇଲେ କୁହନ୍ତି ସ୍ମରଣ ଶକ୍ତି ବଢ଼େ l ସେହିପରି ଭାବେ ମୋଦିଜୀଙ୍କ ଜନ୍ମସ୍ଥାନ ଗୁଜୁରାଟରୁ ତାଙ୍କର କର୍ମସ୍ଥାନ ନୂଆଦିଲ୍ଲୀ ପର୍ଯ୍ୟନ୍ତ ପେସ୍ତାକୁ କ୍ରମାନୁସାରେ ସଜାଇଛନ୍ତି l ଯାହାକି ଏକ ନିଆରା କାର୍ଯ୍ୟାଶୈଳୀକୁ ଦର୍ଶାଉଛି l ଏହି ଚିତ୍ର କରିବାକୁ ପ୍ରିୟଙ୍କଙ୍କୁ ୭ ଘଣ୍ଟାର ସମୟ ଲାଗିଛି l
Published by:Soubhagya Mishra
First published: