ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆରମ୍ଭ ହେଲା ବୟନିକା ହସ୍ତତନ୍ତ ମେଳା; ପ୍ରଦର୍ଶିତ ହେଉଛି ବିଭିନ୍ନ କାରିଗରୀ

ଆରମ୍ଭ ହେଲା ବୟନିକା ହସ୍ତତନ୍ତ ମେଳା; ପ୍ରଦର୍ଶିତ ହେଉଛି ବିଭିନ୍ନ କାରିଗରୀ

ବୟନିକା ପକ୍ଷରୁ ଆରମ୍ଭ ହେଲା ସ୍ୱନ୍ତନ୍ତ୍ର ହସ୍ତତନ୍ତ ମେଳା ବା ପ୍ରଦର୍ଶନୀ। ଏକାମ୍ର ହାଟରେ ଏହା ଉଦ୍ଘାଟିତ ହୋଇଛି ଯାହା ୨୦ ଦିନ ପର୍ଯ୍ୟନ୍ତ ଚାଲିବ।

ଆରମ୍ଭ ହେଲା ବୟନିକା ହସ୍ତତନ୍ତ ମେଳା; ପ୍ରଦର୍ଶିତ ହେଉଛି ବିଭିନ୍ନ କାରିଗରୀ
ଭୁବନେଶ୍ୱରରେ ଉଦଘାଟିତ ହୋଇଛି ହସ୍ତତନ୍ତ ମେଳା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 26, 2021, 2:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବୟନିକା ପକ୍ଷରୁ ଆରମ୍ଭ ହେଲା ସ୍ୱନ୍ତନ୍ତ୍ର ହସ୍ତତନ୍ତ ମେଳା ବା ପ୍ରଦର୍ଶନୀ। ଏକାମ୍ର ହାଟରେ ଏହା ଉଦ୍ଘାଟିତ ହୋଇଛି ଯାହା ୨୦ ଦିନ ପର୍ଯ୍ୟନ୍ତ  ଚାଲିବ।

ବୟନିକାର ପୁନଃବିନ୍ୟାସ ପରେ ଏହି ସଂସ୍ଥା ଓଡିଶା ହସ୍ତତନ୍ତ ବସ୍ତ୍ରର ବିକ୍ରୟ କ୍ଷେତ୍ରରେ ଏକ ବୈପ୍ଳବିକ ଅଭିବୃଦ୍ଧି ହାସଲ କରିଅଛି । ଏତଦ୍‌ବ୍ୟତୀତ ବୟନିକା ଓଡିଶାର ବୁଣାକାରମାନଙ୍କର ସମାଜିକ ତଥା ଅର୍ଥନୈତିକ ମାନଦଣ୍ଡ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଅଛି । ବର୍ତ୍ତମାନର ଯାନ୍ତ୍ରିକ ଯୁଗରେ ମଧ୍ୟ ଓଡିଶାର ହସ୍ତତନ୍ତ ପ୍ରସ୍ତୁତ ସମ୍ବଲପୁରୀ ବାନ୍ଧ ଶାଢୀ, ନୂଆପାଟଣା ଖଣ୍ଡୁଆ ଶାଢୀ, ସୋନପୁରୀ ବମ୍କେଇ ଶାଢୀ, କୋଟ୍‌ପାଡ୍ ଶାଢୀ, ଯାଜପୁର ଅନ୍ତର୍ଗତ ଗୋପାଳପୁରର ଟସର ବସ୍ତ୍ର ଇତ୍ୟାଦି ଦେଶ ବିଦେଶରେ ବିଶେଷଭାବେ ଆଦୃତ ଲାଭକରିଅଛି ।

ସମ୍ବଲପୁରୀ ସହ ଭଳିକି ଭଳି ପାରମ୍ପରିକ ଶାଢ଼ୀ ସାଙ୍ଗକୁ ଡ୍ରେସ, ଡ୍ରେସ କପଡା, ବେଡ଼ସିଟ, ଘର ସଜା ଉପକରଣ ଓ ଅନେକ ପ୍ରକାରର ପୋଷାକର ସମ୍ଭାର ରହିଛି ଏହି ମେଳାରେ। ତେବେ ପାରମ୍ପରିକ କପଡ଼ାରେ ଆକର୍ଷଣୀୟ ଆଧୁନିକ ପୋଷାକ କେନ୍ଦ୍ରବିନ୍ଦୁ ପାଲଟିଛି। ଯାହାକୁ ବେଶ ମନଭରି ଉପଭୋଗ କରୁଛନ୍ତି ରାଜଧାନିବାସୀ।

ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ଼ ତଥା ବୟନିକା, ଓଡିଶା ହସ୍ତତନ୍ତ ଉଦ୍ୟୋଗର ସର୍ବପୁରାତନ ତଥା ଏକମାତ୍ର ଶୀର୍ଷ ବିପଣନ ସଂସ୍ଥା ଯାହାକି ଦୀର୍ଘ ୬୫ ବର୍ଷ ଧରି ଓଡିଶା କଳାର ପ୍ରଚାର, ପ୍ରସାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଅଛି । ଓଡିଶାର ହଜାର ହଜାର ବୁଣାକାରଙ୍କ ଜୀବିକା ନିର୍ବାହର ମୁଖ୍ୟ ପାଥେୟ ସେମାନଙ୍କ ଦ୍ଵାରା ଉତ୍ପାଦିତ ହସ୍ତତନ୍ତ ବସ୍ତ୍ରର ଉତ୍ତମ ବିପଣନ। ଏହି ବିପଣନକୁ ତ୍ଵରାନିତ କରିବା ପାଇଁ ବୟନିକା ରାଜ୍ୟ ଭିତରେ ‘‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’’ର ଆୟୋଜନ କରିଥାଏ।

ହସ୍ତତନ୍ତ ମେଳା ରାଜ୍ୟ ସରକାରଙ୍କ ହସ୍ତତନ୍ତଶିଳ୍ପ ବିକାଶ ଯୋଜନାର ଆର୍ଥିକ ସହାୟତାରେ ଆୟୋଜିତ ହୋଇଅଛି । ଏହି ମେଳାକୁ ଗୁରୁବାର ସନ୍ଧ୍ୟାରେ ଅଶୋକ ଚନ୍ଦ୍ର ପଣ୍ଡା ମନ୍ତ୍ରୀ, ବିଜ୍ଞାନ ଓ ବୈଷୟିକ ବିଭାଗ, ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ଶୁଭା ଶର୍ମା, କମିସନର ତଥା ଶାସନ ସଚିବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡିଶା ସରକାର ଏବଂ ପ୍ରଶାସକ, ବୟନିକା, ସୁଶାନ୍ତ କୁମାର ଦାଶ, ଓ.ଏ.ଏସ୍(ଏସ୍.ଏସ୍), ବୟନଶିଳ୍ପ ନିର୍ଦ୍ଦେଶକ, ଓଡ଼ିଶା, ଶ୍ୟାମଭକ୍ତ ମିଶ୍ର, ଓ. ଏ. ସ୍ (ଏସ.ଏ. ଜି.) ପରିଚାଳନା ନିର୍ଦ୍ଦେଶକ, ବୟନିକା ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ମେଳା ଦିନ ୧୦ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଖୋଲା ରହିବ ।
Published by: Soumya Das
First published: November 26, 2021, 2:08 PM IST