ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଚାନ୍ଦିପୁର ITR ତଥ୍ୟ ଲିକ୍‌ ମାମଲା: ପାକିସ୍ତାନରେ ରହି ଫେସବୁକ୍‌ ଆକାଉଣ୍ଟ୍‌ ଚଳାଉଥିଲେ ସେହି ଯୁବତୀ

ଚାନ୍ଦିପୁର ITR ତଥ୍ୟ ଲିକ୍‌ ମାମଲା: ପାକିସ୍ତାନରେ ରହି ଫେସବୁକ୍‌ ଆକାଉଣ୍ଟ୍‌ ଚଳାଉଥିଲେ ସେହି ଯୁବତୀ

Handler woman operated FB accounts from Pakistan in Balasore Chandipur DRDO ITR spying case | ସେହି ରହସ୍ୟମୟୀ ଯୁବତୀଙ୍କର ଏବେ ବି ଆଉ କିଛି ଫେସବୁକ୍‌ ଆକାଉଣ୍ଟ୍‌ ଆକ୍ଟିଭ୍‌ ଥିବା ତଦନ୍ତରୁ ଜାଣିବାକୁ ପାଇଛି କ୍ରାଇମ୍‌ ବ୍ରାଞ୍ଚ୍‌ । ଏବେ ପୁଣି ଥରେ ଗିରଫ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତି ଚାଲିଛି ।

ଚାନ୍ଦିପୁର ITR ତଥ୍ୟ ଲିକ୍‌ ମାମଲା: ପାକିସ୍ତାନରେ ରହି ଫେସବୁକ୍‌ ଆକାଉଣ୍ଟ୍‌ ଚଳାଉଥିଲେ ସେହି ଯୁବତୀ
ସେହି ରହସ୍ୟମୟୀ ଯୁବତୀଙ୍କ ପରିଚୟ ଏ ପର୍ଯ୍ୟନ୍ତ ଜଣା ପଡ଼ିନି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 6, 2021, 11:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର / କଟକ / ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରରେ ଥିବା ଡି.ଆର୍‌.ଡି.ଓ.ର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରେ (ଆଇ.ଟି.ଆର୍‌.) ହୋଇଥିବା ତଥ୍ୟ ଲିକ୍‌ ଓ ଗୁପ୍ତଚରଗିରି ମାମଲାରେ ସାମ୍ନାକୁ ଆସିଛି ପାକିସ୍ଥାନୀ ଲିଙ୍କ୍ । ଏହି ବହୁ-ଚର୍ଚ୍ଚିତ ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ ବ୍ରାଞ୍ଚ୍‌ ପ୍ରମାଣ ପାଇଛି ଯେ ପାକିସ୍ଥାନରେ ରହି ସେହି ରହସ୍ୟମୟୀ ଯୁବତୀ ଗିରଫ ହୋଇଥିବା ପାଞ୍ଚ ଜଣ ଅଭିଯୁକ୍ତଙ୍କ ସହ କଥା ହେଉଥିଲେ ।

ଗୁପ୍ତଚରଗିରିର ଉତ୍ସ ଜଣା ନ ପଡ଼ିବା ପାଇଁ ସେହି ଯୁବତୀ ପ୍ରୋକ୍ସି ଆଇ.ପି. ଜରିଆରେ ନିଜ ପରିଚୟ ଲୁଚାଇ କେତେବେଳଏ ଜର୍ମାନୀ ତ ଆଉ କେତେବେଳେ ୟୁ.ଏସ୍‌.ଏ.ରୁ ହୋଇଥିବା ପରିଚୟ ଦେଉଥିଲେ । ଏବେ ସୁଦ୍ଧା ସେହି ଯୁବତୀ ବ୍ୟବହାର କରୁଥିବା ମୋ’ଟ ସାତଟି ଆକାଉଣ୍ଟ୍‌ ମଧ୍ୟରୁ ଚାରିଟିକୁ ଜବତ କରି ଛାନଭିନ୍ କରୁଛି ରାଜ୍ୟ କ୍ରାଇମ୍‌ ବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ।

ଏହା ବି ପଢ଼ନ୍ତୁ | ପୁରୁଷମାନଙ୍କର ଏହି ସମସ୍ୟା ଯୋଗୁଁ ମହିଳାମାନଙ୍କର ବାରମ୍ବାର ଗର୍ଭପାତ ହୁଏ: ଗବେଷଣାରୁ ଜଣାପଡ଼ିଲା

ଏହି ମାମଲାର ତଦନ୍ତ ଆଗକୁ ବଢ଼ୁଥିବା ବେଳେ ଓ ଇଣ୍ଟରପୋଲର ସହାୟତା ନେବାକୁ ପ୍ରସ୍ତୁତି ଚାଲିଥିବା ବେଳେ ସେହି ରହସ୍ୟମୟୀ ଯୁବତୀଙ୍କର ଏବେ ବି ଆଉ କିଛି ଫେସବୁକ୍‌ ଆକାଉଣ୍ଟ୍‌ ଆକ୍ଟିଭ୍‌ ଥିବା ତଦନ୍ତରୁ ଜାଣିବାକୁ ପାଇଛି କ୍ରାଇମ୍‌ ବ୍ରାଞ୍ଚ୍‌ । ଏବେ ପୁଣି ଥରେ ଗିରଫ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ତଦନ୍ତକାରୀ ଟିମ୍ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

କ୍ରାଇମ୍‌ ବ୍ରାଞ୍ଚର ଏ.ଡି.ଜି. ସଞ୍ଜୀବ ପଣ୍ଡା


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଭିନେତ୍ରୀ ସୋଫି ଚୌଧୁରୀ ମାଳଦ୍ୱୀପରୁ ଶେୟାର୍ କଲେ ଫଟୋ; ବଢ଼ାଇଲେ ଇଣ୍ଟରନେଟର ଉତ୍ତାପ

‘‘ଆମର ଏ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ଏହି ମାମଲାରେ ଗିରଫ ଅଭିଯୁକ୍ତମାନଙ୍କ ସହ ସମ୍ପର୍କରେ ଥିବା ଚାରିଟି ଫେସବୁକ୍‌ ଆକାଉଣ୍ଟ୍‌ ପାକିସ୍ତାନରୁ ସଞ୍ଚାଳିତ ହେଉଥିଲା । ସେଥିରୁ ତିନିଟି ଆକାଉଣ୍ଟ୍‌ ଇସଲାମାବାଦରୁ ଓ ଗୋଟିଏ ଆକାଉଣ୍ଟ୍‌ ରାୱଲପିଣ୍ଡିରୁ ସଞ୍ଚାଳିତ ହେଉଥିଲା,’’ କହିଛନ୍ତି ଏହି ମାମଲାର ତଦନ୍ତର ତତ୍ତ୍ୱାବଧାନ କରୁଥିବା କ୍ରାଇମ୍‌ ବ୍ରାଞ୍ଚର ଏ.ଡି.ଜି. ସଞ୍ଜୀବ ପଣ୍ଡା ।

ଏହା ବି ପଢ଼ନ୍ତୁ | Railway Jobs: ରେଳବାଇରେ ,୩୬୬ଟି ଚାକିରି ବାହାରିଛି; ଦଶମ ଶ୍ରେଣୀ ପାସ୍ କରିଥିଲେ ଆବେଦନ କରନ୍ତୁ

କେତେକ ସମୟରେ ସେହି ଫେସବୁକ୍‌ ଆକାଉଣ୍ଟଗୁଡ଼ିକ ପାକିସ୍ତାନର ଆଇ.ପି. ବ୍ୟବହାର କରୁଥିବା ବେଳେ ଅନ୍ୟ ସମୟରେ ସେମାନେ ଜର୍ମାନୀ, ଆମେରିକା ଓ ଭାରତର ପ୍ରକ୍ସି ଆଇ.ପି. ବ୍ୟବହାର କରୁଥିଲେ ବୋଲି କହିଛନ୍ତି ପଣ୍ଡା । ଗିରଫ ହୋଇଥିବା ଅଭିଯୁ୍କ୍ତମାନଙ୍କ ସହ ଫେସବୁକରେ ଚାଟିଂ କରି ସେହି ରହସ୍ୟମୟୀ ଯୁବତୀ ଭାରତର ପ୍ରତିରକ୍ଷା ସଙ୍ଗଠନ ବିଷୟରେ ତଥ୍ୟ ନେଉଥିବା ଅଭିଯୋଗ ହୋଇଛି । କେଉଁ କେଉଁ ତଥ୍ୟ ସେ ନେଇଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନି, ହେଲେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ କେତେକଙ୍କ ବ୍ୟାଙଅକ୍‌ ଆକାଉଣ୍ଟକୁ ଟଙ୍କା ଆସିଥିବା ସ୍ପଷ୍ଟ ହୋଇଛି ।

ଏହା ବି ପଢ଼ନ୍ତୁ | UPରେ ଆନ୍ଦୋଳନରତ କୃଷକଙ୍କ ଉପରେ ‘‘କେନ୍ଦ୍ର ମନ୍ତ୍ରୀଙ୍କ ପୁଅ କାର୍ ଚଢ଼ାଇଦେଲେ’’; ଜଣଙ୍କ ମୃତ୍ୟୁ

‘‘ଭାରତ ସରକାରଙ୍କଠାରୁ ଆମେ ଟେକ୍ନିକାଲ୍‌ ଡାଟା ବି ମାଗିଛୁ । ଏବେ ବି କେତେକ ଫେସବୁକ୍‌ ଆକାଉଣ୍ଟ୍‌ ଆକ୍ଟିଭ୍‌ ଅଛି ଓ ଚାଟିଂ ଚାଲିଛି । ଆମେ ଅଧିକ ଡାଟା ପାଇବା ପରେ ଏହି ମାମଲାରେ ତଦନ୍ତକୁ ଆଗକୁ ବଢ଼ାଇବୁ,’’ କହିଛନ୍ତି ପଣ୍ଡା ।

ଏହା ବି ପଢ଼ନ୍ତୁ | ଆତଙ୍କବାଦୀମାନଙ୍କୁ କରାଚୀରେ ୧୫ ଦିନ ଟ୍ରେନିଂ ଦେଇଥିଲା ISI, ଫାର୍ମହାଉସରେ ଦେଇଥିଲା ଫେୟାରୱେଲ୍

କ୍ରାଇମ୍‌ ବ୍ରାଞ୍ଚର ସୂତ୍ରଙ୍କ ଅନୁସାରେ ଇଣ୍ଡିଆନ୍ କମ୍ପ୍ୟୁଟର୍‌ ଇମରଜେନ୍ସି ରେସପନ୍ସ ଟିମଠାରୁ ଟେକ୍ନିକାଲ ତଥ୍ୟ ପାଇବା ପରେ ଏହି ମାମଲାରେ ଇଣ୍ଟରପୋଲର ସହାୟତା ନିଆଯିବ ଓ ସେହି ରହସ୍ୟମୟୀ ଯୁବତୀଙ୍କ ପରିଚୟ ସ୍ପଷ୍ଟ ହେବ । କୁହାଯାଉଛି ଯେ ସେହି ପାକିସ୍ତାନୀ ଯୁବତୀର କୌଣସି ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ଥାଇପାରେ । ଇଣ୍ଟରପୋଲର ସହଯୋଗ ଏହି ମାମଲାର ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି କହିଛନ୍ତି ପୂର୍ବତନ ଡି.ଜି.ପି. ସଞ୍ଜୀବ ମାରିକ ।
Published by: Anand S.T. Das
First published: October 6, 2021, 11:41 PM IST