• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ବିଶ୍ଵ ଭିନ୍ନକ୍ଷମ ଦିବସରେ CM ନବୀନଙ୍କୁ ଟ୍ବିଟ କରିଥିଲେ ଦିବ୍ୟାଙ୍ଗ ଅଭିନେତା ଜିତେନ୍ଦ୍ର ବିଶ୍ବାଳ; ରଖିଛନ୍ତି ଏମିତି ଦାବି

ବିଶ୍ଵ ଭିନ୍ନକ୍ଷମ ଦିବସରେ CM ନବୀନଙ୍କୁ ଟ୍ବିଟ କରିଥିଲେ ଦିବ୍ୟାଙ୍ଗ ଅଭିନେତା ଜିତେନ୍ଦ୍ର ବିଶ୍ବାଳ; ରଖିଛନ୍ତି ଏମିତି ଦାବି

ଶ୍ରୀମନ୍ଦିର ମଧ୍ୟକୁ ହ୍ୱିଲ୍ ଚେୟାରରେ ଦର୍ଶନ ପାଇଁ ଯିବା ଲାଗି ବ୍ୟବସ୍ଥା କରିବାକୁ ଜଣାଶୁଣା ଦିବ୍ୟାଙ୍ଗ ଅଭିନେତା ଜିତେନ୍ଦ୍ର ବିଶ୍ୱାଳ ଦାବି କରି ଆସୁଥିବା ବେଳେ ଏହାକୁ ସମର୍ଥନ ଜଣାଇଛନ୍ତି ବିଶିଷ୍ଟ ସାମ୍ବାଦିକ ରାଜଦୀପ ସରଦେଶାଇ ଓ ତେହସିନ ପୁନାୱାଲା।

ବିଶ୍ଵ ଭିନ୍ନକ୍ଷମ ଦିବସରେ CM ନବୀନଙ୍କୁ ଟ୍ବିଟ କରିଥିଲେ ଦିବ୍ୟାଙ୍ଗ ଅଭିନେତା ଜିତେନ୍ଦ୍ର ବିଶ୍ବାଳ

ବିଶ୍ଵ ଭିନ୍ନକ୍ଷମ ଦିବସରେ CM ନବୀନଙ୍କୁ ଟ୍ବିଟ କରିଥିଲେ ଦିବ୍ୟାଙ୍ଗ ଅଭିନେତା ଜିତେନ୍ଦ୍ର ବିଶ୍ବାଳ

  • Share this:
News18 Odia Digital

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ନୁହେଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସହ ଭିତର ବେଢ଼ାରେ ପରିକ୍ରମା ନେଇ ସୁବିଧା ଦିଆଯାଉ ବୋଲି ବିଶ୍ଵ ଭିନ୍ନକ୍ଷମ ଦିବସରେ ମୁଖ୍ୟ ମନ୍ତ୍ରୀଙ୍କୁ ଟ୍ୱିଟ କରିଥିଲେ ଜଣାଶୁଣା ଦିବ୍ୟାଙ୍ଗ ଅଭିନେତା ତଥା ଫିଲ୍ଣ ନିର୍ମାତା କ୍ୱାଡ୍ରିପ୍ଲେଜିକ ରୋଗରେ ଆକ୍ରାନ୍ତ ଜିତେନ୍ଦ୍ର ବିଶ୍ୱାଳ। ଶ୍ରୀମନ୍ଦିର ମଧ୍ୟକୁ ହ୍ୱିଲ୍ ଚେୟାରରେ ଦର୍ଶନ ପାଇଁ ଯିବା ଲାଗି ବ୍ୟବସ୍ଥା କରିବାକୁ ଟ୍ୱିଟରେ ଦାବି କରିଛନ୍ତି ସେ । ପାର୍କିଂ ଠାରୁ ଇ-ଅଟୋ ବ୍ୟବସ୍ଥା ଠାରୁ ଆରମ୍ଭ କରି ଦର୍ଶନ ପାଇଁ ହ୍ୱିଲ ଚେୟାର ବ୍ୟବସ୍ଥାରେ ଦିବ୍ୟାଙ୍ଗ ଓ ତାଙ୍କ ପରିବାର ଲୋକେ ଦର୍ଶନ ସୁବିଧା ପାଇପାରୁଥିବା ବେଳେ ଅତିରିକ୍ତ ସୁବିଧା ମିଳିବା ନେଇ ନିଷ୍ପତ୍ତି ଆସିଲେ ଯୋଗାଇ ଦିଆଯିବ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା।

ଶ୍ରୀମନ୍ଦିର ମଧ୍ୟକୁ ହ୍ୱିଲ୍ ଚେୟାରରେ ଦର୍ଶନ ପାଇଁ ଯିବା ଲାଗି ବ୍ୟବସ୍ଥା କରିବାକୁ ଜଣାଶୁଣା ଦିବ୍ୟାଙ୍ଗ ଅଭିନେତା ଜିତେନ୍ଦ୍ର ବିଶ୍ୱାଳ ଦାବି କରି ଆସୁଥିବା ବେଳେ ଏହାକୁ ସମର୍ଥନ ଜଣାଇଛନ୍ତି ବିଶିଷ୍ଟ ସାମ୍ବାଦିକ ରାଜଦୀପ ସରଦେଶାଇ ଓ ତେହସିନ ପୁନାୱାଲା।

ଦିବ୍ୟାଙ୍ଗ ନିର୍ଦ୍ଦେଶକ ଜିତେନ୍ଦ୍ର ବିଶ୍ୱାଳଙ୍କ କହିବା ଅନୁସାରେ, "ଅବିଶ୍ଵ ଭିନ୍ନକ୍ଷମ ଦିବସ ଅବସରରେ ଟ୍ୱିଟ୍ ଯୋଗେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ମନ୍ଦିରକୁ ହ୍ୱିଲ୍ ଚେୟାର ଅନୁମତି ଦେବାକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ନିବେଦନ କରିଛି।’’

ଶ୍ରୀମନ୍ଦିର ମଧ୍ୟକୁ ହ୍ୱିଲ୍ ଚେୟାରରେ ଦର୍ଶନ ପାଇଁ ଯିବା ଲାଗି ବ୍ୟବସ୍ଥା କରିବାକୁ ଜଣାଶୁଣା ଦିବ୍ୟାଙ୍ଗ ଅଭିନେତା ଜିତେନ୍ଦ୍ର ବିଶ୍ୱାଳ ଦାବି କରିଛନ୍ତି


ଜଣାଶୁଣା ବ୍ୟବସାୟୀ ତଥା ସ୍ତମ୍ଭକାର ତେହସିନ ପୁନାୱାଲା ମଧ୍ୟ ବିଶ୍ଵ ଭିନ୍ନକ୍ଷମ ଦିବସରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନେଇ ଟ୍ୱିଟ୍ କରି ଉଲ୍ଲେଖ କରିଥିଲେ ଯେ ଦୀର୍ଘଦିନ ଧରି ଜିତେନ୍ଦ୍ର ବିଶ୍ୱାଳଙ୍କ ଦ୍ୱାରା ହୋଇ ଆସୁଥିବା ଦାବିକୁ ବିଚାର କରାଯାଉ। ପୁରୀ ଶ୍ରୀମନ୍ଦିର ମଧ୍ୟରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ହ୍ୱିଲ୍ ଚେୟାର ସହ ଦିବ୍ୟାଙ୍ଗମାନଙ୍କୁ ଅନୁମତି ମିଳୁ ବୋଲି ସେ ଉଲ୍ଲେଖ କରିଛନ୍ତି।

ନିକଟରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହ୍ୟ କରିଡ଼ର ପ୍ରକଳ୍ପର ଶିଳାନ୍ୟାସ ରିଥିବା ବେଳେ ଏଥିରେ ଅନ୍ତତଃ ଦିବ୍ୟାଙ୍ଗମାନଙ୍କ ଲାଗି ଏହି ସୁବିଧା କରିବାକୁ ସେ ନିବେଦନ କରିଥିଲେ।

ମହାପ୍ରଭୁ ହେଉଛନ୍ତି ଦିବ୍ୟାଙ୍ଗ ପରିବାର । ଯଦି ସାଧାରଣ ଭକ୍ତ ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଉଛି ତେବେ ଦିବ୍ୟାଙ୍ଗମାନଙ୍କ ପାଇଁ ଅସୁବିଧା କେଉଁଠି। କେବଳ ଶ୍ରୀମନ୍ଦିର ସିଂହଦ୍ୱାର ନୁହେଁ ଭିତରକାଠ ପାଖରେ ମହାପ୍ରଭୁଙ୍କ ଦର୍ଶନର ସୁବିଧା ଆମକୁ ଦିଆଯାଉ ବୋଲି ଦିବ୍ୟାଙ୍ଗ ଅଭିନେତା ଜିତେନ୍ଦ୍ର ବିଶ୍ୱାଳ ଟ୍ୱିଟରେ ଦାବି କରିଥିଲେ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଦିବ୍ୟାଙ୍ଗ ଅନୁକୂଳ ବୋଲି ଘୋଷଣା କରିଦେଲେ ହେବନାହିଁ, ବରଂ ଶ୍ରୀମନ୍ଦିର ମଧ୍ୟକୁ ହ୍ୱିଲ୍‌ ଚେୟାର ଅନୁକୂଳ କରିବା ପାଇଁ ପଦକ୍ଷେପ ନେବା ଦରକାର । ଆଉ ଜିଲ୍ଲାପାଳ ମଧ୍ୟ ବ୍ଲୁ ଫ୍ଲାଗରେ ଦିବ୍ୟାଙ୍ଗଙ୍କ ପାଇଁ ବ୍ୟବସ୍ଥା କରିଥିବା ବେଳେ ଶ୍ରୀମନ୍ଦିରରେ କରିବାକୁ ଅନୁରୋଧ କରିଥିଲେ ଜିତେନ୍ଦ୍ର ବିଶ୍ୱାଳ।

ବିଶ୍ୱର ସର୍ବଶ୍ରେଷ୍ଠ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କରାଯାଉଛି। ଆଉ ଲକ୍ଷାଧିକ ଭକ୍ତ ଏହାର ସୁବିଧା ପାଇପାରିବେ। ତେଣୁ ଆମକୁ ବି ସେହିଭଳି ଅଧିକାର ମିଳୁ ବୋଲି ଦିବ୍ୟାଙ୍ଗମାନଙ୍କ ଦାବି ଯୁକ୍ତିଯୁକ୍ତ। ଦିବ୍ୟାଙ୍ଗଙ୍କ ଉଦ୍ଦେଶ୍ୟରେ ଉତ୍ତର ଦ୍ୱାର ଦେଇ ଅସ୍ଥାୟୀ ରାମ୍ପ୍ ବ୍ୟବସ୍ଥା ରହିଛି। ଆନନ୍ଦ ବଜାର ମଧ୍ୟ ଦେଇ ଏହି ସ୍ଥାୟୀ ରାମ୍ପ୍‌ ନିର୍ମାଣ ହେବାର ଥିଲେ ହିଁ ଏହାକୁ ସେତେବେଳେ ବିରୋଧ କରାଯିବାରୁ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେଇପାରିଲା ନାହିଁ। ତେଣୁ ଶ୍ରୀମନ୍ଦିରର ନୀତିକାନ୍ତି ସ୍ୱତନ୍ତ୍ର ଏଠାରେ କୌଣସି ସ୍ଥାୟୀ ରାମ୍ପ ହୋଇପାରିବ ନାହିଁ। କାରଣ ଏହାଦ୍ୱାରା ନୀତିକାନ୍ତି ପ୍ରଭାବିତ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ପୂଜାପଣ୍ଡା ନିଯୋଗର ସମ୍ପାଦକ ମାଧବ ପୂଜାପଣ୍ଡା।

ବିଶ୍ଵ ଭିନ୍ନକ୍ଷମ ଦିବସରେ CM ନବୀନଙ୍କୁ ଟ୍ବିଟ କରିଥିଲେ ଦିବ୍ୟାଙ୍ଗ ଅଭିନେତା ଜିତେନ୍ଦ୍ର ବିଶ୍ବାଳ


ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଥିଲେ, "ତେବେ ପାର୍କିଂ ଠାରୁ ଇ-ଅଟୋ ବ୍ୟବସ୍ଥା ଠାରୁ ଆରମ୍ଭ କରି ଦର୍ଶନ ପାଇଁ ହ୍ୱିଲ ଚେୟାର ବ୍ୟବସ୍ଥାରେ ଦିବ୍ୟାଙ୍ଗ ଓ ତାଙ୍କ ପରିବାର ଲୋକେ ଦର୍ଶନ ସୁବିଧା ପାଇପାରୁଥିବା ବେଳେ ଅତିରିକ୍ତ ସୁବିଧା ମିଳିବା ନେଇ ନିଷ୍ପତ୍ତି ଆସିଲେ ଏହି ସୁବିଧା ଯୋଗାଇ ଦିଆଯିବ।’’

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଦିବ୍ୟାଙ୍ଗ ଅନୁକୂଳ ବୋଲି ଘୋଷଣା କରି ଦେଲେ ହେବନାହିଁ, ବରଂ ଶ୍ରୀମନ୍ଦିର ମଧ୍ୟକୁ ହ୍ୱିଲ୍‌ ଚେୟାର ଅନୁକୂଳ କରିବା ପାଇଁ ଏବେ ଦିବ୍ୟାଙ୍ଗମାନେ ଦାବି କରିଛନ୍ତି।
Published by:Lipina Das
First published:
)}