Guru Purnima 2022: ଜାଣିନ୍ତୁ ଗୁରୁ ପୂର୍ଣ୍ଣିମା ମହତ୍ତ୍ଵ ବିଷୟରେ କିଛି କଥା…

Guru Purnima 2022: ହିନ୍ଦୁ ଧର୍ମରେ ମହର୍ଷି ବ୍ୟାସଙ୍କୁ ପ୍ରଥମ ଗୁରୁ ଭାବେ ମାନ୍ୟତା ଦିଆଯାଇଛି। ବିଶ୍ୱାସ କରାଯାଏ ଯେ ମହର୍ଷି ବେଦ ବ୍ୟାସ ଏହି ଦିନରେ ଜନ୍ମ ଗ୍ରହଣ କରିଥିଲେ।

ଆଜି ଗୁରୁ ପୂର୍ଣ୍ଣିମା

ଆଜି ଗୁରୁ ପୂର୍ଣ୍ଣିମା

  • Share this:
News 18 Odia digital

Guru Purnima 2022: ଆଷାଢ଼ ମାସର ପୂର୍ଣ୍ଣିମା ଗୁରୁ ପୂର୍ଣ୍ଣିମା ନାମରେ ଜଣାଶୁଣା। ଏହି ଦିନ ଗୁରୁମାନଙ୍କର ପୂଜା ବିଶେଷ ମହତ୍ତ୍ୱ ରଖେ। ହିନ୍ଦୁ ଧର୍ମରେ ମହର୍ଷି ବ୍ୟାସଙ୍କୁ ପ୍ରଥମ ଗୁରୁ ଭାବେ ମାନ୍ୟତା ଦିଆଯାଇଛି। ବିଶ୍ୱାସ କରାଯାଏ ଯେ ମହର୍ଷି ବେଦ ବ୍ୟାସ ଏହି ଦିନରେ ଜନ୍ମ ଗ୍ରହଣ କରିଥିଲେ।

ଗୁରୁ ପୂର୍ଣ୍ଣିମା ପାଇଁ ପ୍ରତିକାର:

୧. କାର୍ଯ୍ୟରେ ବାଧା ପାଇଁ - ଗୁରୁ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ପୂଜା ସମୟରେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କୁ ନଡ଼ିଆ, ହଳଦିଆ ଫଳ ଓ ହଳଦିଆ ମିଠା ଅର୍ପଣ କରନ୍ତୁ। ଭୋଗ ଅର୍ପଣ କରିବା ପରେ ଆରତୀ କରନ୍ତୁ ଓ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରନ୍ତୁ। ଏହା ପରେ, ୧୧ ଜଣ ଗରିବ ଲୋକଙ୍କୁ ଭୋଗର ସାମଗ୍ରୀ ବାଣ୍ଟନ୍ତୁ।

୨. ବ୍ୟବସାୟୀ ସମ୍ବନ୍ଧୀୟ ପ୍ରତିକାର- ଏହି ଦିନ, ଏକ ଖାଲି ଧଳା କାଗଜ ନିଅନ୍ତୁ ଓ ଏଥିରେ ଏକ ଲାଲ୍ ରୋଲ୍ ସହିତ ଏକ ସ୍ଵସ୍ତିକା ଚିହ୍ନ ତିଆରି କରନ୍ତୁ। ଏହା ପରେ ଏହାକୁ ହଳଦିଆ ସୂତାରେ ବାନ୍ଧନ୍ତୁ ଓ ଏହାକୁ ନିଜ ଲକରରେ ରଖନ୍ତୁ। ଏହା ପରେ ମା' ସରସ୍ୱତୀଙ୍କୁ ପୂଜା କଲେ, ସବୁ ଇଚ୍ଛା ପୂରଣ ହେବ।

୩. ଘରେ ସୁଖ-ଶାନ୍ତି ପାଇଁ ପାଇଁ ପ୍ରତିକାର- ଗୁରୁ ପୂର୍ଣ୍ଣିମା ଦିନ ଘରର ଉତ୍ତର ଦିଗରେ ଘିଅ ଦୀପ ଜାଳନ୍ତୁ। ଏଥିରେ ଅଳ୍ପ ହଳଦୀ ମିଶାନ୍ତୁ, ଯାହା ଦ୍ବାରା ଆପଣଙ୍କ ଘରେ ସୁଖ-ଶାନ୍ତି ସର୍ବଦା ରହିବ।

୪. ଛାତ୍ରଛାତ୍ରୀଙ୍କ ପାଇଁ ଉପାୟ- ଯଦି ଆପଣଙ୍କ ପରୀକ୍ଷା ଆଗକୁ ଆସୁଛି, ତେବେ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ପୁସ୍ତକର ପ୍ରଥମ ପୃଷ୍ଠାରେ, ଏକ ସ୍ଵସ୍ତିକ ଚିହ୍ନ ଆଙ୍କନ୍ତୁ ଓ ସରସ୍ଵତୀ ମା'ଙ୍କୁ ପୂଜା କରନ୍ତୁ।

ଗୁରୁ ପରମ୍ପରାରେ ଗୁରୁମାନେ ତାଙ୍କ ଶିଷ୍ୟମାନଙ୍କୁ ଅନ୍ଧକାରରୁ ଜ୍ଞାନର ଆଲୋକ ପ୍ରଦର୍ଶନ କରନ୍ତି। ଏଣୁ ଶାସ୍ତ୍ରରେ କୁହାଯାଇଛି

"ଗୃଳାରୋଦ୍ଧନ୍ଦରାରସ୍ତୁ ରୁ କାରସ୍ତ ନିବର୍ତ୍ତକଃ।
ଅନ୍ଧକାର ନିବୃତ୍ୟାତୁ ଗୁରୁତିତ୍ୟରି ଧୀୟତେ"।।

'ଗୁ' କହିଲେ ଅନ୍ଧାର ଏବଂ 'ରୁ' ର ଅର୍ଥ ଅଜ୍ଞାନ। ଅର୍ଥାତ୍ ଗୁରୁ ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତ କରି ଆଲୋକ ପ୍ରଦର୍ଶନ କରନ୍ତି। ଗୁରୁ କଦାପି ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି। ଗୁରୁ ଅର୍ଥରେ ସେ ମହାମହିମ। ଏଣୁ ଯଥାର୍ଥରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ସହିତ ତୁଳନା କରାଯାଇଛି।
Published by:Lipina Das
First published: