ଡି-ବ୍ରଦର୍ସଙ୍କ ନେଟୱର୍କ: ୧୬ ବନ୍ଧୁକ ଓ ୧,୦୯୫ ରାଉଣ୍ଡ ଗୁଳି ଜବତ; ବିହାରର ମୁଙ୍ଗେରରୁ ଆସୁଥିଲା

ଜେଲରେ ଥିବା ଧଳସାମନ୍ତ ଭାଇ ଦ୍ୱୟଙ୍କୁ ରିମାଣ୍ଡରେ ନେଇ ପୋଲିସ ପୁଣି ଥରେ ସେହି ଘରର ତଲାସି ନେବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ । ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ଦୁଇ ଭାଇଙ୍କ ଓକିଲ ।

ଡି-ବ୍ରଦର୍ସଙ୍କ ନେଟୱର୍କ: ୧୬ ବନ୍ଧୁକ ଓ ୧,୦୯୫ ରାଉଣ୍ଡ ଗୁଳି ଜବତ; ବିହାରର ମୁଙ୍ଗେରରୁ ଆସୁଥିଲା
ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ; (ଡାହାଣ) ଜବତ ହୋଇଥିବା ବନ୍ଧୁକ ଓ ଗୁଳି
  • News18 Odia
  • Last Updated: December 11, 2020, 10:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକର କୁଖ୍ୟାତ ଅପରାଧୀ ଭ୍ରାତା ଡି-ବ୍ରଦର୍ସ ଗରିଫ ହୋଇ ଜେଲ୍‌ ଯିବା ଘଟଣାକୁ ଚାରି ବର୍ଷ ବିତିଲାଣି, କିନ୍ତୁ ତା’ ପରେ ବି ସେମାନଙ୍କ ସାମ୍ରାଜ୍ୟ ଓ ତାଙ୍କ ସହଯୋଗୀମାନଙ୍କ ଅପରାଧିକ କାର୍ଯ୍ୟକଳାପର ମୁଳୋତ୍ପାଟନ ହୋଇପାରି ନାହିଁ । ଜେଲରେ ଥିବା ଏହି ଦୁଇ ଭାଇଙ୍କ କଟକ ସ୍ଥିତ ବାସଭବନ ଓ ତାଙ୍କ ସହଯୋଗୀମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ ।

ଡି-ବ୍ରଦର୍ସଙ୍କ ସିଡିଏ ସେକ୍ଟର ୬ ସ୍ଥିତ ବାସଭବନରୁ ଆଠଟି ଓ ଡି-ବ୍ରଦର୍ସ ଗ୍ୟାଙ୍ଗର ସଦସ୍ୟମାନଙ୍କ ଠାରୁ ନଅଟି କରି ମୋ’ଟ ୧୬ଟି ବନ୍ଧୁକ ଏବଂ ୧,୦୯୫ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଏହା ସହିତ ଏହି ବେଆଇନ ଅସ୍ତ୍ରଶସ୍ତ୍ର କାରବାର କରିବା ଅଭିଯୋଗରେ ପୋଲିସ ଡି-ବ୍ରଦର୍ସ ଗ୍ୟାଙ୍ଗର ଆଠ ଜଣ ସଦସ୍ୟଙ୍କୁ ମଧ୍ୟ ଗରିଫ କରିଛି ।

ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀ ଜେଜେବାପା ହେଲେ; ପୁଅ ଆକାଶ ବୋହୂ ଶ୍ଳୋକା ଏକ ଶିଶୁ ପୁତ୍ର ଜନ୍ମ ଦେଲେ

ଧଳସାମନ୍ତ ଭ୍ରାତା ଦ୍ୱୟ ଗରିଫ ହେବା ପରେ କଟକରେ ଏକକାଳୀନ ଏତେ ପରିମାଣ ଅସ୍ତ୍ରଶସ୍ତ୍ର ଜବତ ହେବାର ଏହା ପ୍ରଥମ ଘଟଣା । ଡି-ବ୍ରଦର୍ସ ଗରିଫ ହେବା ସମୟରେ ପୋଲିସ ତାଙ୍କ ଘର ସର୍ଚ କରି ମୋଟ ୨୩ଟି ବନ୍ଧୁକ ଓ ପାଖାପାଖି ୫୦୦ ରାଉଣ୍ଡ ଗୁଳି ଜବତ କରିଥିଲା ।

ଏହି ରେଡ୍ ସହ ଡି-ବ୍ରଦର୍ସ ଗ୍ୟାଙ୍ଗର ଆଠ ଜଣ ସଦସ୍ୟଙ୍କୁ ପୋଲିସ ଗରିଫ କରିଛି ।


ପୋଲିସ ଠାରୁ ମିଳିଥିବା ସୂଚନା ମୁତାବକ କଟକ ଶେଖବଜାର ଅଞ୍ଚଳର ପ୍ରକାଶ ବେହେରା ନାମକ ଜଣେ କୁଖ୍ୟାତ ଅପରାଧୀ ତଥା ଡି-ବ୍ରଦର୍ସ ଗ୍ୟାଙ୍ଗକୁ ଅସ୍ତ୍ରଶସ୍ତ୍ର ବିକ୍ରି କରୁଥିବା ବ୍ୟକ୍ତିକୁ ଧରିବା ପରେ ହିଁ ଏହି ଅସ୍ତ୍ରଶସ୍ତ୍ର ବାବଦରେ ସୂଚନା ମିଳିଥିଲା । ଗତ ୧୦ ତାରିଖ ଦିନ ପ୍ରକାଶ ବନ୍ଧୁକ ବିକ୍ରି କରିବା ପାଇଁ ବିରୁପା ବ୍ୟାରେଜ ନିଟକକୁ ଆସିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ପ୍ରଥମେ ପ୍ରକାଶକୁ ଧରି ଥିଲା । ତା’ ଠାରୁ ସୂଚନା ପାଇଁ ଅନ୍ୟ ସାତ ଜଣଙ୍କୁ ଗିରଫ କରିବା ସହ ମୋଟ ନଅଟି ବନ୍ଧୁକ ସହିତ ୪୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଥିଲା ।

ଏହା ବି ପଢ଼ନ୍ତୁ | ପ୍ରଧାନ ମନ୍ତ୍ରୀ ମୋଦୀ ନୂତନ ସଂସଦ ଗୃହର ଭୂମି ପୂଜନ କଲେ; PICS ରେ ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ବଡ଼ କଥା ହେଉଛି ପ୍ରକାଶ ଓ ଅନ୍ୟତମ ଗରିଫ ଅଭିଯୁକ୍ତ ଶରତ ସେଠୀ ଠାରୁ ପୋଲିସ ଡି-ବ୍ରଦର୍ସଙ୍କ ଘରେ ଏବେ ବି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିବା ସୂଚନା ପାଇଥିଲା । ଏହି ଖବର ପାଇବା ପରେ କଟକ ଡିସିପିଙ୍କ ନେତୃତ୍ବରେ ୯ ତାରିଖ ରାତିରେ ଦୁଇ ଅଭିଯୁକ୍ତଙ୍କୁ ନେଇ ଡି-ବ୍ରଦର୍ସଙ୍କ ବାସ ଭବନରେ ଚଢ଼ାଉ କରିଥିଲା ପୋଲିସ । ଘରର ଏକ କାନ୍ଥ ଭିତରେ ଏକ ଗୁପ୍ତ ଚାମ୍ବର କରି ସେଠାରେ ଲୁଚାଇ ରଖାଯାଇଥିବା ଆଠଟି ବନ୍ଧୁକ ଓ ୧,୦୫୫ ରାଉଣ୍ଡ ଗୁଳି ଠାବ ହୋଇଥିଲା । ଏହି ସମସ୍ତ ବନ୍ଧୁକ ଏବଂ ଗୁଳିକୁ ନିଜର ଗିରଫଦାରୀ ପୂର୍ବରୁ ଡି-ବ୍ରଦର୍ସ ଲୁଚାଇ ରଖିଥିବା ଏକ ସାମ୍ବାଦିକ ସମ୍ମଳନୀରେ ସୁଚନା ଦେଇଛନ୍ତି ପୋଲିସ କମିଶନର ।

ଏହା ବି ପଢ଼ନ୍ତୁ | ଝିଅକୁ ଅନଲାଇନ୍ କ୍ଲାସ୍ ପାଇଁ ବାପା ନିଜ ଫୋନ୍ ଦେଇଥିଲେ; ସେଥିରୁ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଧରାପଡ଼ିଗଲା

“ଦାଦାବଟି ଓ ଅପରାଧୀମାନଙ୍କୁ ଦମନ କରିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନରେ ଏହା ଆମର ଏକ ବଡ଼ ସଫଳତା । ଏହି ସବୁ ବନ୍ଧୁକ ଓ ଗୁଳି ବିହାରର ମୁଙ୍ଗେରରୁ ଆସୁଥିଲା । ଆମେ ଆଶଙ୍କା କରୁଛୁ ଯେ ସେହି ଘରେ ଆହୁରି ଅଧିକା ଚୋରା ବନ୍ଧୁକ ଥାଇପାରେ । ତେଣୁ ଧଳସାମନ୍ତ ଭାଇଙ୍କୁ ଆମେ ରିମାଣ୍ଡରେ ନେବୁ ଏବଂ ପୁଣି ଥରେ ସେହି ଘରର ତଲାସି ନେବୁ । ତାଙ୍କୁ ପରାରିବୁ ଘରର ଆଉ କେଉଁ କେଉଁ ସ୍ଥାନରେ ସେମାନେ ବନ୍ଧୁକ ଲୁଚାଇ ରଖିଛନ୍ତି,” କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ ।



ଧଳ ସାମନ୍ତଙ୍କ ଘରୁ ଏହି ଅସ୍ତ୍ରଶସ୍ତ୍ର ଜବତ ହେବା ପରେ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ କରିଛନ୍ତି ଦୁଇ ଭାଇଙ୍କ ମାମଲା ପରିଚାଳନା କରିଥିବା ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର । “କେଉଁଠି ନାଁ କେଉଁଠି ପୋଲିସ ପ୍ରଶାସନରେ ଦୁର୍ବଳତା ରହୁଥିବା ମୁଁ ଭାବୁଛି । ଯଦି ଏହି ବନ୍ଧୁକ ଆଉ ଗୁଳି ସେମାନଙ୍କ ଘରେ ଥିଲା, ତା’ ହେଲେ ସେମାନେ ଗରିଫ ହେବା ପରେ ଘର ଛାନବିନରୁ ପୋଲିସକୁ ଏ ସବୁ ମିଳିଲା ନାହିଁ କେମିତି? ତା’ ଛଡ଼ା ଏବେ ପରିମାଣର ବନ୍ଧୁକ ଓ ଗୁଳି କଟକରେ କାରବାର ହେବା କ’ଣ ପୋଲିସର ଅପରାଗତାକୁ ଦର୍ଶାଉ ନାହିଁ କି?” ପଚାରିଛନ୍ତି ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ।
Published by: Anand Shankar Thankur Das
First published: December 11, 2020, 10:52 PM IST
corona virus btn
corona virus btn
Loading