ଜାରିହେଲା କରୋନା କଟକଣା ସମୟରେ ନିର୍ବାଚନ ଗାଇଡ଼ଲାଇନ: କେବଳ ୫ ଜଣ ଲୋକଙ୍କୁ ନେଇ ଡୋର ଟୁ ଡୋର ପ୍ରଚାରକୁ ଅନୁମତି

ବିହାର ବିଧାନସଭା ନିର୍ବାଚନ ଓ ଅନ୍ୟାନ୍ୟ ଉପ-ନିର୍ବାଚନ ପାଇଁ EC ନିର୍ଦ୍ଦେଶନାମା ଜାରି କରିଛି । ଏହି ନିର୍ବାଚନ ଗୁଡ଼ିକ କରୋନା ଅବଧିରେ ଅନୁଷ୍ଠିତ ହେବ ଯେଉଁଥିପାଇଁ ନିର୍ବାଚନ ଆୟୋଗ ଅନେକ ସତର୍କତା ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ବାଚନ ଅଭିଯାନ ଠାରୁ ଆରମ୍ଭ କରି ଭୋଟ୍ ଗଣନା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନିୟମ ପ୍ରସ୍ତୁତ କରାଯାଇଛି ।

ଜାରିହେଲା କରୋନା କଟକଣା ସମୟରେ ନିର୍ବାଚନ ଗାଇଡ଼ଲାଇନ: କେବଳ ୫ ଜଣ ଲୋକଙ୍କୁ ନେଇ ଡୋର ଟୁ ଡୋର ପ୍ରଚାରକୁ ଅନୁମତି
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: August 21, 2020, 7:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ନିର୍ବାଚନ ଆୟୋଗ କରୋନା ଅବଧିରେ ନୂତନ ନିର୍ବାଚନ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି । ବିହାର ବିଧାନସଭା ନିର୍ବାଚନ ଓ ଅନ୍ୟାନ୍ୟ ଉପ-ନିର୍ବାଚନ ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ବର୍ତ୍ତମାନ ପ୍ରାର୍ଥୀଙ୍କ ସମେତ କେବଳ ପାଞ୍ଚ ଜଣ ଲୋକ ଡୋର ଟୁ ଡୋର ପ୍ରଚାରରେ ଅଂଶଗ୍ରହଣ କରିପାରିବେ । ପ୍ରାର୍ଥୀମାନେ ନିଜର ପାର୍ଥିପତ୍ର ଅନଲାଇନରେ ପୂରଣ କରିପାରିବେ । ସାଧାରଣ ବୈଠକ ଓ ରୋଡ ସୋ ପାଇଁ ଅନୁମତି ଗୃହ ମନ୍ତ୍ରଣାଳୟ ଓ ରାଜ୍ୟଗୁଡିକର କରୋନା ନିର୍ଦ୍ଦେଶାବଳୀ ଅନୁଯାୟୀ ଦିଆଯିବ । ଏହା ବ୍ୟତୀତ ନିର୍ବାଚନ ଆୟୋଗ ଅନେକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

ନିର୍ବାଚନ ଆୟୋଗର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ବର୍ତ୍ତମାନ ନାମାଙ୍କନ ପତ୍ରରେ ପ୍ରାର୍ଥୀଙ୍କ ସହ କେବଳ ଦୁଇ ଜଣ ଓ ଦୁଇଟି ଯାନ ପରିବହନ କରିବାକୁ ଅନୁମତି ଦିଆଯିବ । କାଉଣ୍ଟିଂ ହଲରେ ୭ ରୁ ଅଧିକ କାଉଣ୍ଟିଂ ଡେସ୍କକୁ ଅନୁମତି ଦିଆଯିବ ନାହିଁ । ୩ ରୁ ୪ ଟି ହଲରେ ଏକ ବିଧାନସଭା ନିର୍ବାଚନମଣ୍ଡଳୀ ଗଣନା କରାଯାଇପାରେ । ନିର୍ବାଚନ ପ୍ରକ୍ରିୟାରେ ସାନିଟାଇଜର, ଗ୍ଲୋଭସ୍, ଫେସ ମାସ୍କ ଓ ଥର୍ମାଲ୍ ସ୍କାନର୍ ବ୍ୟବହାର କରାଯିବ । ଆୟୋଗଙ୍କ ଅନୁଯାୟୀ ଭିନ୍ନକ୍ଷମ, ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, କରୋନା ସହ ଜଡ଼ିତ ପଞ୍ଜୀକୃତ ଚାକିରିରେ ଥିବା ଲୋକଙ୍କୁ ଡାକ ବାଲାଟ ସୁବିଧା ପ୍ରଦାନ କରାଯିବ ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶ ଓ ସୁପାରିଶ ଉପରେ ମଧ୍ୟ ବିଚାର
ରାଜନୈତିକ ଦଳଗୁଡିକ ଦେଇଥିବା ମତ ଓ ପରାମର୍ଶକୁ ଆୟୋଗ ବିଚାର କରିଥିଲେ । ସେ ମଧ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶ ଓ ସୁପାରିଶକୁ ବିଚାର କରିଛନ୍ତି । ଏହି ବିବୃତ୍ତିରେ କୁହାଯାଇଛି ଯେ ଏହି ସବୁ ବିଷୟରେ ବିଚାର କରିବା ପରେ ଆୟୋଗ ତିନି ଦିନ ମଧ୍ୟରେ ବ୍ୟାପକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୯ ନଭେମ୍ବରରେ ବିହାର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି
ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୯ ରେ ଶେଷ ହେବ ଓ ଅକ୍ଟୋବର-ନଭେମ୍ବରରେ ମଧ୍ୟରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ନିକଟରେ କରୋନା ଭୂତାଣୁ ଓ ବର୍ଷା ଯୋଗୁଁ ଅନେକ ଉପ-ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଏପର୍ଯ୍ୟନ୍ତ କୌଣସି ନୂତନ ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରାଯାଇ ନାହିଁ ।
Published by: Jagdish Barik
First published: August 21, 2020, 7:06 PM IST
corona virus btn
corona virus btn
Loading