ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆରମ୍ଭ ହୋଇଛି ଅଲିଭ୍ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡା ଦାନ ପ୍ରକ୍ରିୟା; ସୁରକ୍ଷା ବ୍ୟବସ୍ଥା ହେଲା କଡ଼ାକଡ଼ି

ଆରମ୍ଭ ହୋଇଛି ଅଲିଭ୍ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡା ଦାନ ପ୍ରକ୍ରିୟା; ସୁରକ୍ଷା ବ୍ୟବସ୍ଥା ହେଲା କଡ଼ାକଡ଼ି

ଅଲିଭ୍ ରିଡ଼ଲେ କଇଁଛଙ୍କ ପାଇଁ କାମ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ, ମତ୍ସ୍ୟଜିବୀ, ପୋଲିସ, ପ୍ରଶାସନ ଅଧକାରୀ ଓ ଶିଳ୍ପସଂସ୍ଥା ଗୁଡ଼ିକର ପ୍ରତିନିଧିମାନେ ଯୋଗ ଦେଇ କଇଁଛ ମାନେ କିଭଳି ସୁରକ୍ଷିତ ଭାବେ ପ୍ରଜଜନ ଠାରୁ ଆରମ୍ଭ କରି ଗଣ ଅଣ୍ଡା ଦାନ ଓ ପରେ ଅଣ୍ଡାରୁ ଛୁଆ ବାହାରିବା ପର୍ଯ୍ୟନ୍ତ କରିପାରିବେ ସେ ନେଇ ସମସ୍ତ ପ୍ରସ୍ତୁତି ଏହି ବୈଠକରେ ଆଲୋଚନା କରାଯାଇଛି।

ଆରମ୍ଭ ହୋଇଛି ଅଲିଭ୍ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡା ଦାନ ପ୍ରକ୍ରିୟା; ସୁରକ୍ଷା ବ୍ୟବସ୍ଥା ହେଲା କଡ଼ାକଡ଼ି
ଆରମ୍ଭ ହୋଇଛି ଅଲିଭ୍ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡା ଦାନ ପ୍ରକ୍ରିୟା
  • News18 Odia
  • Last Updated: November 8, 2021, 5:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର ଅଲିଭ୍‌ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଲିଭ୍ ରିଡ଼ଲେ କଇଁଛ ଆଗମନ ଓ ଗଣ ଅଣ୍ଡା ଦାନ ପ୍ରକ୍ରିୟାକୁ ସୂଚାରୁ ରୂପେ ସମ୍ପାଦନ କରିବା ଲାଗି ବ୍ରହ୍ମପୁର ବନ ଖଣ୍ଡ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଅଲିଭ୍ ରିଡ଼ଲେ କଇଁଛଙ୍କ ପାଇଁ କାମ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ, ମତ୍ସ୍ୟଜିବୀ, ପୋଲିସ, ପ୍ରଶାସନ ଅଧକାରୀ ଓ ଶିଳ୍ପସଂସ୍ଥା ଗୁଡ଼ିକର ପ୍ରତିନିଧିମାନେ ଯୋଗ ଦେଇ କଇଁଛ ମାନେ କିଭଳି ସୁରକ୍ଷିତ ଭାବେ ପ୍ରଜଜନ ଠାରୁ ଆରମ୍ଭ କରି ଗଣ ଅଣ୍ଡା ଦାନ ଓ ପରେ ଅଣ୍ଡାରୁ ଛୁଆ ବାହାରିବା ପର୍ଯ୍ୟନ୍ତ କରିପାରିବେ ସେ ନେଇ ସମସ୍ତ ପ୍ରସ୍ତୁତି ଏହି ବୈଠକରେ ଆଲୋଚନା କରାଯାଇଛି।

କଟକଣା କୋହଳ ରହିଥିବା ଯୋଗୁଁ ପର୍ଯ୍ୟଟକଙ୍କ ବୃଦ୍ଧି ହେବା ସମ୍ଭାବନା ରହିଥିବା ଯୋଗୁଁ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।

ଆରମ୍ଭ ହୋଇଛି ଅଲିଭ୍ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡା ଦାନ ପ୍ରକ୍ରିୟା


ପ୍ରତିବର୍ଷ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛମାନଙ୍କ ଗଣ ଅଣ୍ଡା ଦାନ ପ୍ରକ୍ରିୟା ହୋଇଥାଏ । ତେବେ ଗତ ବର୍ଷ କୌଣସି କାରଣରୁ କଇଁଛମାନଙ୍କର ଏହି ମୁହାଣରେ ଅଣ୍ଡା ଦାନ ହୋଇନଥିଲା । ଏଥି ପାଇଁ ଚଳିତ ବର୍ଷ ପାଣିପାଗ ଅନୁକୂଳ ଥିବା ହେତୁ ବର୍ତମାନ ଋଷିକୂଲ୍ୟା ନିକଟ ସମୁଦ୍ରରେ କଇଁଛମାନଙ୍କ ପ୍ରଜଜନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ପଖରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।

ଚଳିତ ବର୍ଷ ଋଷିକୂଲ୍ୟା ମୁହାଣର ସ୍ଥାନ ପରିବର୍ତ୍ତନ କରି ପୁରୁଣା ବନ୍ଧଠାରୁ ନୂଆ ପୋଡମପେଟା ସ୍ଥାନାନ୍ତର ହୋଇଥିବାରୁ ବନ ବିଭାଗ ତରଫରୁ ବଟେଶ୍ୱର ଓ ସିନ୍ଧାନ୍ତନଗର ନିକଟରେ ତଟ ସଫେଇ ଓ ତାର ବାଡ଼ ଦେବା ପାଇଁ ସ୍ଥିର କରାଯାଇଛି।

ଏଥି ସହ ଦକ୍ଷିଣରେ ପାତାସୁନାପୁର ଓ ଅନନ୍ତରାୟପୁର ବେଳାଭୂମିରେ ଗଣ ଅଣ୍ଡାଦାନ ସମ୍ଭାବନା ଆଶା କରାଯାଉଛି । ଏଥି ପାଇଁ ଏହି ବେଳା ଭୂମିରେ ମଧ୍ୟ ପ୍ରସ୍ତୁତି କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରତି ବର୍ଷ ଭଳି ଚଳିତ ଥର ମଧ୍ୟ ୧୧ଟି ସ୍ଥାନରେ ଅସ୍ଥାୟୀ ଅଲିଭ ରିଡ଼ଲେ କଇଁଛ ଶିବିର ସହ ଆଠଟି ଅସ୍ଥାୟୀ ହେଚେରୀ ସ୍ଥାପନ କରାଯିବ। ସମୁଦ୍ରରେ କଇଁଛଙ୍କ ସୁରକ୍ଷା ପାଇଁ ପେଟ୍ରୋଲିଂକୁ କଡ଼ାକଡ଼ି କରାଯିବ । ମତ୍ସଜୀବୀମାନଙ୍କୁ ସଚେତନ କରାଯିବା ସହ କରୋନା କଟକଣା କୋହଳ ହୋଇଥିବାରୁ ପର୍ଯ୍ୟଟନମାନଙ୍କୁ ମଧ୍ୟ ଗଣ ଅଣ୍ଡା ଦାନ ପ୍ରକ୍ରିୟକୁ ଦେଖିବା ଲାଗି ସୁଯୋଗ ଦିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକ ।

କଇଁଛଙ୍କ ଗଣ ଅଣ୍ଡା ଦାନ ପ୍ରକ୍ରିୟା ସୁରକ୍ଷା ବ୍ୟବସ୍ଥା ହେଲା କଡ଼ାକଡ଼ି


‘‘କଇଁଛମାନଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଗାଁ ଲୋକଙ୍କୁ ମଧ୍ୟ ସାମିଲ କରିଛି ବନ ବିଭାଗ। ଏଥି ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଗ୍ରାମବାସୀମାନେ ଗଣ ଅଣ୍ଡା ଦାନ ପୂର୍ବରୁ ବେଳା ଭୂମିକୁ ସଫେଇ କରିଥାନ୍ତି। ଏହା ସହ କଉଁଛଙ୍କ ସୁରକ୍ଷା ପାଇଁ ମତ୍ସଜୀବୀଙ୍କ ଭୂମିକା ଗୁରୁତ୍ତ୍ୱପୁର୍ଣ୍ଣ ଥିବାରୁ ମତ୍ସଜୀବୀମାନଙ୍କୁ ସଚେତନତା କରାଯିବା ସହ କଇଁଛମାନଙ୍କ ପ୍ରଜଜନ ବେଳେ ସମୁଦ୍ରରେ ମାଛ ମାରିବା ବାରଣ କରାଯାଇଛି। ଏହା ସହ ମତ୍ସଜୀବୀମାନଙ୍କୁ ଏକ ଆପ୍ ମାଧ୍ୟମରେ ମାଛ ମାରିବା ଲାଗି ବନ ବିଭାଗ ସହଯୋଗ କରୁଛନ୍ତି,’’ କହିଛନ୍ତି ସ୍ବେଚ୍ଛାସେବୀ ମାଗତା ବେହେରା।

କଇଁଛ ସୁରକ୍ଷା ସମିତିର ସଦସ୍ୟ ରବିନ୍ଦ୍ରନାଥ ସାହୁ କହିଛନ୍ତି, ‘‘ଗତ ୨୦୧୧ରୁ ୨୦୨୧ ମସିହା ମଧ୍ୟରେ ୨୦୧୭-୧୮ ମସିହାରେ ସର୍ବାଧିକ ୪ ଲକ୍ଷ ୨୮ ହଜାର କଇଁଛ ଗଣ ଅଣ୍ଡାଦାନ କରିଥିଲେ । ଗତ ବର୍ଷ ଗଣ ଅଣ୍ଡା ଦାନ ପ୍ରକ୍ରିୟା ହୋଇନଥିବା ବେଳେ ଚଳିତ ଥର କଇଁଛଙ୍କ ଗଣ ଅଣ୍ଡା ଦାନ ହେବ ବୋଲି ଆଶା ରଖାଯାଇଛି । ଏହା ସହିତ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବେଳା ଭୂମି ସଫେଇକୁ ଗୁରୁତ୍ବ ଦିଆଯିବା ସହିତ କିଭଳି ସୁରକ୍ଷିତ ଭାବେ କଇଁଛଙ୍କ ଏହି ଅଣ୍ଡା ଦାନ ପ୍ରକ୍ରିୟା ଶେଷ ହେବ ସେ ନେଇ ସମସ୍ତ ପ୍ରକାରର ସହଯୋଗ ବନ ବିଭାଗକୁ କରିବୁ ।’’

ଏହି ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ନଭେମ୍ୱର ମାସରୁ ମେ ମାସ ପର୍ଯ୍ୟନ୍ତ ଆଗମନ ସହ ଗଣ ଅଣ୍ଡା ଦାନ ପ୍ରକ୍ରିୟା ହେବ। ତେଣୁ ଏହି ସମୟରେ ମୁହାଣରୁ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ମେକାନାଇଜ୍‌ ଫିସିଂକୁ ବାରଣ କରାଯାଇଛି।
Published by: Lipina Das
First published: November 8, 2021, 5:40 PM IST