ଅଭିଭାବକ ବିଇଓ ବିବାଦ; ବିଦ୍ୟାଳୟ ଖୋଲା କିନ୍ତୁ ଆସୁନାହାନ୍ତି ଛାତ୍ରଛାତ୍ରୀ

ଗାଁ ଦାଣ୍ଡରେ ଚାଲିଛି ପିଲାଙ୍କ ଖେଳକୁଦ । ବିଦ୍ୟାଳୟରେ ପାଠ ପଢିବା ସମୟରେ ପିଲାଏ ଖେଳକୁଦରେ ମସଗୁଲ ।

ଅଭିଭାବକ ବିଇଓ ବିବାଦ; ବିଦ୍ୟାଳୟ ଖୋଲା କିନ୍ତୁ ଆସୁନାହାନ୍ତି ଛାତ୍ରଛାତ୍ରୀ

ଅଭିଭାବକ ବିଇଓ ବିବାଦ; ବିଦ୍ୟାଳୟ ଖୋଲା କିନ୍ତୁ ଆସୁନାହାନ୍ତି ଛାତ୍ରଛାତ୍ରୀ

  • News18 Odia
  • Last Updated :
  • Subarnapur
  • Share this:
News 18 Odia Digital

ସୁବର୍ଣ୍ଣପୁର; ବିଦ୍ୟାଳୟ ଖୋଲା ଅଛି, ଶିକ୍ଷକ ଅଛନ୍ତି ହେଲେ ଖାଲି ପଡିଛି କ୍ଲାସ ରୁମ । ଗାଁ ଦାଣ୍ଡରେ ଚାଲିଛି ପିଲାଙ୍କ ଖେଳକୁଦ । ବିଦ୍ୟାଳୟରେ ପାଠ ପଢିବା ସମୟରେ ପିଲାଏ ଖେଳକୁଦରେ ମସଗୁଲ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନ୍ଦୁପାଲିରେ ।



ଦୀର୍ଘଦିନର ଆପତ୍ତି ଅଭିଯୋଗ ପରେ ଦାବି ପୁରଣ ନହେବାରୁ ଗତ ୨ ତାରିଖରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲ ଫାଟକରେ ତାଲା ଦେଇ ଆନ୍ଦୋଳନ କରିଥିଲେ । ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବିଇଓ ଘଟଣା ସ୍ଥଳକୁ ଯାଇ ସେଠାରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଏହା ପରେ ବଢିଛି ବିବାଦ । ବିଇଓ ଗ୍ରାମବାସୀଙ୍କ ବିରୋଧରେ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ଗ୍ରାମବାସୀ ମଧ୍ୟ ବିଇଓଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତୁମେ ଭୁଲିଆ ଲୋକ ପାଠ ପଢିଲେ କଣ କରିବ ବୋଲି ଅବିଭାବକମାନଙ୍କୁ ତାଛଲ୍ୟ କରିଥିବା ଅଭିଯୋଗ କରିଛନ୍ତି ଅବିଭାବକମାନେ ।

ଏବେ ପିଲାଙ୍କୁ ବିଦ୍ୟାଳୟକୁ ଛାଡିବାକୁ ନାରାଜ ଗ୍ରାମବାସୀ । ସଂପୃକ୍ତ ବିଇଓ ଆମମାନଙ୍କ ନାମରେ କେସ ଦେଇଛନ୍ତି କେତେବେଳେ ପିଲାଙ୍କ ଉପରେ ରାଗ ରଖି କୌଣସି ଅଘଟଣ ନଘଟାଇବେ ତାହା କହିହେବ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ । ଯେତେ ଦିନ ପର୍ଯ୍ୟନ୍ତ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନଦେବେ ଏବଂ ସଂପୃକ୍ତ ବିଇଓଙ୍କୁ ବଦଳି ନକାରାଯିବ ସେତେଦିନ ପର୍ଯ୍ୟନ୍ତ ଆମେ ପିଲାଙ୍କୁ ସ୍କୁଲକୁ ଛାଡିବୁ ନାହିଁ ବୋଲି ଚେତାବନି ଦେଇଛନ୍ତି ଗ୍ରାମବାସୀ । ତା ସହ ବିଇଓ ଦେଇଥିବା ମିଥ୍ୟା କେସକୁ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି । ଏନେଇ ବିରମହାରାଜପୁର ଉପଜିଲ୍ଲାପାଳ ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି ସ୍ଥାନିୟ ଲୋକେ । ଅପରପକ୍ଷରେ ଶିକ୍ଷକ ସମସ୍ୟା ନେଇ ଆଲୋଚନା କରାଯାଇଥିବାବେଳେ  ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଛାଡିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।

ମିଛ କେସ ଦେଇ ନିଜ ମୁଣ୍ଡରୁ ଦୋଷ ଝାଡିବାକୁ ଚେଷ୍ଟା କରୁଛନ୍ତି ବିଇଓ । ଦୁଇ ଦିନ ହେଲା ପିଲାଙ୍କୁ ବିଦ୍ୟାଳୟ ଛାଡୁ ନାହାନ୍ତି ଅଭିଭାବକ ।  ଅଭିଭାବକ ବିଇଓ ବିବାଦ ଯୋଗୁଁ ଅନ୍ଧାରରେ ଶତାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଗୋଟିଏ ପଟେ ଗ୍ରାମବାସୀ ଶିକ୍ଷକ ଅଭାବ ପୁରଣ ସହ ବିଇଓଙ୍କୁ ବଦଳି ଦାବି ଏବଂ ବିଇଓ ଦେଇଥିବା ମିଛ କେସ୍ ପ୍ରତ୍ୟାହାର ପାଇଁ ଦାବି କରୁଥିବାବେଳେ ଗ୍ରାମବାସୀଙ୍କୁ ଗିରଫ ପାଇଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଇଓ । ବିଦ୍ୟାଳୟକୁ ୫ଟି ରୁପାନ୍ତରିତ କଲେ ହେଲେ ଶିକ୍ଷକ ନିଯୁକ୍ତ କଥା ଭୁଲିଗଲେ ସରକାର । ଏବେ ଏମାନଙ୍କ ବିବାଦ ଯୋଗୁଁ ବିଦ୍ୟାଳୟକୁ ଆସୁନାହାନ୍ତି ଛାତ୍ରଛାତ୍ରୀ ।
Published by:Soubhagya Mishra
First published: