ଟ୍ରେନ ଯାତ୍ରଙ୍କୁ ଛୁରା ମାଡ଼ କରି ଲୁଟ ଘଟଣା; ୨ଜଣ ଗିରଫ

ଟ୍ରେନ ଯାତ୍ରଙ୍କୁ ଛୁରା ମାଡ଼ କରି ଲୁଟ ଘଟଣା। ଜିଆରପି ଓ ଆରପିଏଫର ମିଳିତ ଚଢ଼ାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।

୨ଲୁଟେରାଙ୍କୁ ଗିରଫ କଲେ ଜିଆରପି ଓ ଆରପିଏଫ ପୋଲିସ (ପ୍ରତୀକାତ୍ମକ ଛବି)

୨ଲୁଟେରାଙ୍କୁ ଗିରଫ କଲେ ଜିଆରପି ଓ ଆରପିଏଫ ପୋଲିସ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ଟ୍ରେନ ଯାତ୍ରଙ୍କୁ ଛୁରା ମାଡ଼ କରି ଲୁଟ ଘଟଣା। ଜିଆରପି ଓ ଆରପିଏଫର ମିଳିତ ଚଢ଼ାଉ। ଦୁଇ ଅଭିଯୁକ୍ତ ଗିରଫ। ସେମାନେ ହେଲେ ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳର ୩୦ ବର୍ଷୀୟ ରକେଶ ରଞ୍ଜନ ମଲ୍ଲିକ ଓ ଅନ୍ୟ ଅଭିଯୁକ୍ତ ପୁରୀ କୁମ୍ଭାରପଡ଼ା ବାଡ଼ା ସାହିର ବିକାଶ ବଢ଼େଇ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କଠାରୁ ସୁନା ଚେନ, ଦଶଟି ମୋବାଇଲ, ରକ୍ତ ଲଗା ଛୁରୀ ଓ ଏକ ଭ୍ୟାନିଟ ବ୍ୟାଗ ସହ ନଗଦ ଏକ ଲକ୍ଷ ୩୫ ହଜାର ଟଙ୍କାର ଜିନିଷ ଜବତ କରିଛି ଜୀଆରପି ଓ ଆରପିଏଫ। ସେପଟେ ଆହତ ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ଥିବାରୁ ପୁରୀ ମେଡ଼ିକାଲରେ ଚିକିତ୍ସାଧୀନ ରହିଛନ୍ତି।

ଗତ ୧୦ ତାରିଖରେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ପାଟସପୁର ଅଞ୍ଚଳରୁ ମାଣିକ ବେରା ତାଙ୍କ ପରିବାର ସହ ଜଗନ୍ନାଥ ଏକ୍ସପ୍ରେସରେ ପୁରୀ ଆସୁଥିଲେ। ତେବେ ପୁରୀ ଏନସିସି ଗେଟ ନିକଟରେ ସେହିଦିନ ଅପରାହ୍ନ ଚାରିଟା ସମୟରେ ଏହି ଦୁଇ ଅଭିଯୁକ୍ତ ତାଙ୍କ ଠାରୁ ସୁନା ଚେନ, ମୋବାଇଲ ଫୋନ ଓ ଭ୍ୟାନିଟି ବ୍ୟାଗ ଛଡାଇ ନେଇଥିଲେ। ଲୁଟ୍ ସମୟରେ ଏହାକୁ ବିଶ୍ବଜିତ ଅଦକ୍ ପ୍ରତିରୋଧ କରିବାରୁ ଦୁଇ ଅଭିଯୁକ୍ତ ରାକେଶ ଓ ବିକାଶ ତାଙ୍କୁ ଛୁରା ମାଡ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ବିଶ୍ବଜିତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବିଶ୍ବଜିତଙ୍କ ଅଭିଯୋଗ ଆଧାରରେ ଜିଆରପି ଓ ଆରପିଏଫ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି କହିଛନ୍ତି ଜିଆରପି ଥାନା ଅଧିକାରୀ ସନ୍ତୋଷ ବାହିନୀପତି।
Published by:Soumya Das
First published: