ଘଟିଲା ଅଭାବନୀୟ ଘଟଣା; ଯୁବତୀଙ୍କୁ ଖୁଣ୍ଟିରେ ବାନ୍ଧି ପିଟିଲେ ମହିଳା; ଉଦ୍ଧାର କଲା ପୋଲିସ

Viral Video: ସାମ୍ନାକୁ ଆସିଲା ଏକ ଆଶ୍ଚର୍ଯ୍ୟଜନକ ଭିଡିଓ। ଯେଉଁଥିରେ ଜଣେ ଯୁବତୀଙ୍କୁ ଖୁଣ୍ଟିରେ ବାନ୍ଧି ପିଟୁଥିବାର ନଜର ଆସିଲେ ମହିଳା। ମାମଲା ରୁଜୁ କଲା ପୋଲିସ।

ଘଟିଲା ଅଭାବନୀୟ ଘଟଣା

ଘଟିଲା ଅଭାବନୀୟ ଘଟଣା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯାହାକୁ ନେଇ ଆପଣଙ୍କ ମନ ବି ଦୁଃଖ ହୋଯିବ। ଜଣେ ଯୁବତୀଙ୍କୁ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରୁଥିବା ଭିଡିଓ ବର୍ତ୍ତମାନ ଖୁବ୍ ଭାଇରଲ ହେଉଛି।
ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମଞ୍ଚେଶ୍ୱର ଥାନା ଲେପର୍ସି କଲୋନୀରେ।

ମିଳିଥିବା ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ ପ୍ରେମିକ ପାଖକୁ ଦେଖା କରିବାକୁ ଆସିଥିଲେ ଯୁବତୀ। ଏକଥା ଜାଣିବା ପରେ କଲୋନୀର ମହିଳାମାନେ ଏକଜୁଟ ହୋଇ ଯୁବତୀଙ୍କୁ କାବୁ କରିବା ସହ ହାତ ଗୋଡ଼ ବାନ୍ଧି ମାଡ଼ ମାରିଥିଲେ।

ପରେ ପୋଲିସକୁ ଖବର ଦିଆଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ପରେ ଥାନାରେ ଏନେଇ ଯୁବତୀ କୌଣସି ଅଭିଯୋଗ କରିନଥିବା ବେଳେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଜି ଘଟଣା ସ୍ଥଳକୁ ଯାଇଛି ମଞ୍ଚେଶ୍ୱର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନା ଅନୁସାରେ, ଯୁବତୀଙ୍କୁ ଯେଉଁମାନେ ହାତ ଗୋଡ଼ ବାନ୍ଧି ମାଡ଼ ମାରିଛନ୍ତି ସେମାନଙ୍କ ଚିହ୍ନଟ କରାଯିବ। ଯେଉଁମାନେ ଆଇନକୁ ହାତକୁ ନେଇ ଏଭଳି ନିନ୍ଦନୀୟ କାମ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Published by:Lipina Das
First published: