News18 Odia Digital
ରାୟଗଡ଼ା: ହୁଏତଃ ଆଜି ବସ ଡ୍ରାଇଭରମାନଙ୍କ ଆନ୍ଦୋଳନ (Driver Protest) ସ୍ଥଗିତ ରହିଛି। ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ସଂଘର (Driver Association) ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରହିଛି। ହେଲା ପୂର୍ବରୁ ଏହି ଆନ୍ଦୋଳନ ସାଇଡ୍ ଇଫେକ୍ଟ (Driver Protest Side Effects) ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା।
କେଉଁଠି ପେଟ୍ରୋଲ ପମ୍ଫରେ ଲୋକଙ୍କ ଲମ୍ବା ଲାଇନ ଲାଗିଛନ୍ତି ତ ଆଉ କେଉଁଠି ପରିବା ଦର ଆକାଶ ଛୁଆଁ ହୋଇଛି। ହେଲେ ଇତିମଧ୍ୟରେ ସବୁଠୁ ବଡ଼ ଘଟଣା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
୨୮ କିଲୋମିଟର ଚାଲି ଚାଲି ଗଲେ ବରଯାତ୍ରୀ। ବର ନିଜ ଗାଁ ଲୋକ ପରିବାର ସହ ଚାଲି ଚାଲି ବରାଯାତ୍ରୀ ଯିବାର ଦୃଶ୍ୟ ସାମ୍ନାକୁ ଆସିଛି।
ଯାହା କି ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ,ସୁନଖଣ୍ଡି ପଞ୍ଚାୟତରେ। ଯେଉଁଠାରେ ବସ ବନ୍ଦ ଓ ପେଟ୍ରୋଲ ପମ୍ପରେ ତେଲ ନିଥିବାରୁ ବରଯାତ୍ରୀଙ୍କୁ ଚାଲି ଚାଲି ୨୮ କିମି ଯିବାକୁ ପଡ଼ିଲା। ସାଥିରେ ବର ମଧ୍ୟ ବାହା ହେବା ପାଇଁ ଚାଲି ଚାଲି ପରିବାର ସହ ଯାଇ ବିବାହ ମଣ୍ଡପରେ ପହଞ୍ଚିଥିଲେ।
ପ୍ରକାଶ ଥାଉକି ବୁଧବାର ଡ୍ରାଇଭର ଆନ୍ଦୋଳନ ପାଇଁ ଅଟୋ ଭଡ଼ା ଆକାଶ ଛୁଆଁ ହୋଇଥିଲା। ୫ ଟଙ୍କାର ବାଟକୁ ୧୦୦ ଟଙ୍କା ନେଉଥିଲେ ଅଟୋ ଡ୍ରାଇଭର। ସେହିପରି ଗୁରୁବାର ଦିନ ବସ ଡ୍ରାଇଭରଙ୍କ ଅପମାନର ଶିକାର ହେବାରୁ ଅଟୋ ଡ୍ରାଇଭର ମଧ୍ୟ ଆନ୍ଦୋଳକୁ ଓହ୍ଲାଇଥିଲେ।
ଭୁବନେଶ୍ୱର ସ୍ମାର୍ଟ ସିଟି ଅଟୋ ଅନଲାଇନ ଅଟୋ ସଙ୍ଘ ତରଫରୁ ବନ୍ଦ ଡାକରା ଦିଆଯାଇଥିଲା। ବୁଧବାର ଆନ୍ଦୋଳନରେ ଯେଉଁଭଳି ଅପମାନ କରାଯାଇଥିଲା ତାହା ପାଇଁ ଗୁରୁବାର ଅଟୋ ଚାଳକ ବନ୍ଦ ଡାକରା ଦେଇଥିଲେ।
ପଢ଼ନ୍ତୁ ଏହି ଖବର: ହଟିଲା ଡ୍ରାଇଭରଙ୍କ ଧର୍ମଘଟ; ପ୍ରତିଶ୍ରୁତି ପାଳନ ନହେଲେ ପୁଣି ବ୍ୟାପକ ହେବ ଆନ୍ଦୋଳନପ୍ରାୟ ୧୦ ହଜାର ଅଟୋ ଏବଂ କାର ଡ୍ରାଇଭର ଏଥିରେ ସାମିଲ ହୋଇଥିଲେ। ଲୋୟର ପିଏମଜି ଏବଂ ଜନପଥରେ ଧାରଣା ଦେଇଥିଲେ ଅଟୋ ଡ୍ରାଇଭର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।