ଉଦ୍ଧବଙ୍କ ମହାନତା; ଛାତ୍ରଛାତ୍ରୀଙ୍କୁ ଯୋଗାଉଛନ୍ତି ମାଗଣା ଅଟୋ ସେବା

ରାସ୍ତାରେ ଚାଲିଚାଲି ଯାଉଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ଅଟୋ ସେବା ଯୋଗାଉଛନ୍ତି ପୁରୀର ଅଟୋ ଚାଳକ ଉଦ୍ଧବ ଚରଣ ସାହୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କୀ ବାତ୍ ରୁ ସେ ଏହି ପ୍ରେରଣା ପାଇଛନ୍ତି । 

ଉଦ୍ଧବଙ୍କ ମହାନତା; ଛାତ୍ରଛାତ୍ରୀଙ୍କୁ ଯୋଗାଉଛନ୍ତି ମାଗଣା ଅଟୋ ସେବା

ଉଦ୍ଧବଙ୍କ ମହାନତା; ଛାତ୍ରଛାତ୍ରୀଙ୍କୁ ଯୋଗାଉଛନ୍ତି ମାଗଣା ଅଟୋ ସେବା

  • News18 Odia
  • Last Updated :
  • Purihasa
  • Share this:
News 18 Odia Digital

ପୁରୀ;  ସମାଜରେ ଏପରି ଲୋକ ଅଛନ୍ତି ଯିଏ ସମାଜସେବାକୁ ବ୍ରତ କରି ସୁସମାଜ ଗଠନ କରିବା ଲକ୍ଷ୍ୟ ରଖିଥାନ୍ତି । ଆଉ ଏଭଳି ଜଣେ ଉଦାରମଣିଷ ହେଉଛନ୍ତି ପୁରୀ କୁମ୍ଭାରପଡା ଅଂଚଳରେ ରହୁଥିବା ୫୨ ବର୍ଷିୟ  ଅଟୋ ଚାଳକ ଉଦ୍ଧବ ଚରଣ ସାହୁ । ମାଗଣାରେ ଅଟୋ ସେବା ଦେଉଛନ୍ତି ବାଟରେ ଚାଲିକି ଯାଉଥିବା ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ । ଆଉ ତାଙ୍କର ନିରନ୍ତର ସେବା ହିଁ ସମାଜକୁ ଏକ ଭଲ ବାର୍ତ୍ତା ଦେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ  ।



ଉଦ୍ଧବ କହିଛନ୍ତି "ମୋ ପରିବାର ପ୍ରତିପୋଷଣ ପାଇଁ ମୁଁ ଅଟୋ ଚଲାଉଛି  । ହେଲେ ମୋର ଲକ୍ଷ୍ୟ ହେଉଛି ଏକ ସୁସ୍ଥ ସମାଜ ଗଠନ କରିବା ଓ ସମସ୍ତଙ୍କ ମଧ୍ୟରେ ମାନବିକତା ସୃଷ୍ଟି କରିବା । ମୁଁ ଜାଣିନି କିଏ କିଭଳି ଏହାକୁ ଗ୍ରହଣ କରିବ ମାତ୍ର ମୋର ଲକ୍ଷ୍ୟ ପୁରଣ ହେବା ପର୍ଯ୍ୟନ୍ତ ଚେଷ୍ଟା ଜାରୀ ରଖିବି  ।  ସୁସ୍ଥ ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ବେଶ ଗୁରୁତ୍ୱପୁର୍ଣ୍ଣ  । ସେଥିପାଇଁ ମୁଁ ମନସ୍ଥ କଲି ସ୍କୁଲ , କଲେଜ ପଢୁଆ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଅଟୋ ସେବା ଯୋଗାଇବି  । ସେଥିପାଇଁ ରାସ୍ତାରେ ଗଲାବେଳେ ଯେକେହି ଛାତ୍ରଛାତ୍ରୀଙ୍କୁ ଦେଖେ ତାଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ନିଶୁଳ୍କ ଛାଡିଦିଏ । କାହାରି ଠାରୁ ଟଙ୍କା ନ ନେଇ ସେମାନଙ୍କୁ ମାଗଣାରେ ଯାତାୟତର ସୁବିଧା ଦିଏ ।

ଉଦ୍ଧବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ ରୁ ମୋତେ ଏହି ପ୍ରେରଣା ମିଳିଥିଲା । ଦେଶର ଛାତ୍ରଛାତ୍ରୀମାନେ ଭଲ ଶୌକ୍ଷିକ ପରିବେଶ ପାଇବା ସଭିଙ୍କର ଦାୟିତ୍ୱ ବୋଲି ମୋଦି କହିବା ପରେ ମୋତେ ତାହା ବେଶ ଅନୁପ୍ରାଣିତ କରିଛି  । ତେଣୁ ମୋ ଅଟୋ ପଛରେ ନିଶୁଳ୍କ ସେବା ମୋ ପୁରୀ ସ୍କୁଲ କଲେଜ ପିଲାଙ୍କୁ ଫ୍ରି ବୋଲି ଲେଖିଛି । ଆଉ ମେ ୨୬ ତାରିଖରୁ ଏହି ସେବା ଆରମ୍ଭ କରିଛି ବୋଲି କହିଛନ୍ତି ଅଟୋ ଚାଳକ ଉଦ୍ଧବ ଚରଣ ସାହୁ "। ସଦାଶିବ

ସଂସ୍କୃତ ମହାବିଦ୍ୟାଳୟର ସଂସ୍କୃତ କଲେଜ ଛାତ୍ରୀ ନିହାରିକା ତ୍ରିପାଠୀଙ୍କ କହିବା ଅନୁଯାୟୀ ,"ପୁରୀରେ ଅନେକ ପିଲା ଟ୍ରେନ ଓ ବସ ଯୋଗେ ପାଠ ପଢିବାକୁ ଆସୁଛନ୍ତି । ସେମାନଙ୍କ ପାଠପଢା ଜୀବନକୁ ସରଳୀକରଣ କରିବା ପାଇଁ ଅଟୋ ଚାଳକ ଉଦ୍ଧବ ଭାଇଙ୍କ ଏଭଳି ପ୍ରୟାସ ବେଶ ପ୍ରଶଂସାଯୋଗ୍ୟ ।  ମୋଦିଙ୍କ ମନ୍ କି ବାତ୍ ତାଙ୍କ ଜୀବନକୁ ସକାରତ୍ମକତା ଓ କିଛି ଭଲ କାମ କରିବାକୁ ପ୍ରେରଣା ଦେଇଛି  । ସେ କୁହନ୍ତି କଲେଜ କିମ୍ବା ସ୍କୁଲ ପିଲା ଦେଖିଲେ ମୋ ଅଟୋ ଆପେ ଆପେ ଅଟକିଯାଇ ସେମାନଙ୍କୁ ନେଇ ଗନ୍ତବ୍ୟସ୍ଥଳରେ ଛାଡିଦିଏ । ତାହା ତାଙ୍କୁ ଖୁସି ଦିଏ ବୋଲି କୁହନ୍ତି । ଆଉ ମୋ ଭଳି ଅନେକ ଛାତ୍ରଛାତ୍ରୀ ବି ତାଙ୍କ ସେବା ଓ ମହତ ଉଦ୍ଧେଶ୍ୟ ଦେଖି ତାଙ୍କୁ ପ୍ରଶଂସା କରି ରହିପାରୁନାହୁଁ  "।

ସୁରଜ ମଲ୍ଲ ଶାହା କଲେଜର ଛାତ୍ରୀ ସୁଶ୍ରୀ ସଙ୍ଗୀତା ନାୟକ ନିଶୁଳ୍କ ସେବା ପାଇଥିବା ପ୍ରଥମ ଛାତ୍ରୀ  । ସେ କହିଛନ୍ତି କି , ଅଙ୍କଲ ସବୁବେଳେ ଆମକୁ ମାଗଣା ନେବା ଆଣିବା କରନ୍ତି । ଅଠରନଳାରୁ ଓହ୍ଲାଇବା ପରେ ସାଙ୍ଗମାନେ ତାଙ୍କ ଅଟୋରେ ବସି କଲେଜ ଯାଉ । ଆମ କଲେଜ ଅଠରନଳାରୁ ୭ କିଲୋମିଟର । ତେଣୁ ପ୍ରତିଦିନ ଏତେ ଟଙ୍କା ଦେଇ ଯିବା ବେଶ କଷ୍ଟସାଧ୍ୟ  । ଆଉ ଏଭଳି ସ୍ଥିତିରେ ଅଙ୍କଲ ଆମକୁ ଯେଉଁ ସେବା ଯୋଗାଉଛନ୍ତି ତାହା ବେଶ ସ୍ୱାଗତଯୋଗ୍ୟ ।

ଅଟୋ ଚାଳକ ଉଦ୍ଧବ ଚରଣ ସାହୁଙ୍କ ଏଭଳି ନିଆରା ଅଟୋ ସେବାକୁ ନେଇ ସ୍ୱେଛାସେବୀ ଅନୁଷ୍ଠାନ ଉର୍ଜାବାନ ଓଡିଶା ପକ୍ଷରୁ ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିବା ବେଳେ ଆଗାମୀ ଦିନରେ ଉଦ୍ଧବ ଅନେକଙ୍କ ପାଇଁ ପ୍ରେରଣା ହେବେ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି  ।
Published by:Soubhagya Mishra
First published: