ଶୁଖିଲାଣି ମହାନଦୀ; ମୁହାଁମୁହିଁ ଶାସକ-ବିରୋଧୀ

ଶୁଖିଲାଣି ମହାନଦୀ; ମୁହାଁମୁହିଁ ଶାସକ-ବିରୋଧୀ

ଶୁଖିଲାଣି ମହାନଦୀ; ମୁହାଁମୁହିଁ ଶାସକ-ବିରୋଧୀ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଓଡ଼ିଶା : ମହାନଦୀକୁ ନେଇ ମହାଝଡ। ଗୃହରେ ମୁହାଁମୁହିଁ ଶାସକ-ବିରୋଧୀ। ମହାନଦୀ ପ୍ରସଂଗରେ ବୁଧବାର ବିରୋଧୀଙ୍କୁ ଘେରିଥିଲା ଶାସକ ଦଳ। ଆଉ ଗୁରୁବାର ଦିନ ସମାନ ପ୍ରସଂଗରେ ଶାସକ ଦଳକୁ ଟାର୍ଗେଟ କରିଥିଲେ ବିରୋଧୀ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନକାଳକୁ ବାତିଲ କରି ସ୍ବତନ୍ତ୍ର ମୋସନ ଆକାରରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ। ବିଜେପି ମଧ୍ୟ ଏହାକୁ ସମର୍ଥନ କରିଥିଲା। ତେବେ ଖର୍ଚ୍ଚ ଦାବି ଆଲୋଚନା ଚାଲିଥିବାରୁ ମୋସନ ଆଲୋଚନା ହୋଇପାରିବ ନାହିଁ ବୋଲି ବାଚସ୍ପତି କହିବା ପରେ ଆରମ୍ଭ ହୋଇଥିଲା ହଟ୍ଟଗୋଳ।

ବିରୋଧୀ ସଦସ୍ୟ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରୁଥିବା ବେଳେ ବିଜେଡି ବିଧାୟକ ନିଜ ଆସନରେ ଛିଡ଼ା ହୋଇ କଂଗ୍ରେସ-ବିଜେପି ଭାଇ ଭାଇ ବୋଲି ନାରାବାଜି କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଗୃହ ବାହାରେ କହିଛନ୍ତି ଟ୍ରିବ୍ୟୁନାଲ ଏକ ବିଳମ୍ବିତ ପ୍ରକ୍ରିୟା। ରାଜ୍ୟ ସରକାର କେନ୍ଦ୍ର ସହ ଏନେଇ ଆଲୋଚନା କରିବା ତ ଦୂରେ ଥାଉ ପ୍ରସ୍ତାବ ମଧ୍ୟ ଦେଇନାହାନ୍ତି। ମହାନଦୀ ସୁରକ୍ଷାରେ ରାଜ୍ୟ ସରକାର ବିଫଳ ହୋଇଥିବା କହିଛନ୍ତି ମୋହନ ମାଝି। କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ମହାନଦୀ ପ୍ରତି ଯଦି ଆନ୍ତରିକତା ଅଛି ତାହାହେଲେ ସର୍ବଦଳୀୟ କମିଟି ଗଠନ କରାଯାଉ। ମୋତେ ଛତିଶଗଡ଼ ପଠାଇଲେ ଯିବା ପାଇଁ ରାଜି। ରାଜ୍ୟ ସରକାରଙ୍କର ବୁଦ୍ଧି ନାହିଁ, କିମ୍ବା ଆନ୍ତରିକତା ନାହିଁ। ଆଉ ନିର୍ବାଚନ ଆସିଲେ, ମହାନଦୀ ଶୁଖିଗଲାଣି ବୋଲି ମାନେ ପଡୁଛି।

ଗୃହ ବାହାରେ ବିଜେଡି ବିଧାୟକ ପ୍ରତାପ ଜେନା କହିଛନ୍ତି କଂଗ୍ରେସ ଓ ବିଜେପି ଓଡ଼ିଶାରେ ଭାଇ ଭାଇ ହୋଇ ମହାନଦୀ ପାଣି ଗଲେ ଖାଇ। ଛତିଶଗଡ଼ର କଂଗ୍ରେସ ଏବଂ କେନ୍ଦ୍ରର ବିଜେପି ସରକାର ମହାନଦୀ ପାଇଁ ଓଡ଼ିଶାକୁ ଅଣଦେଖା କରିଛନ୍ତି। ବିରୋଧୀ ମାନେ ମୁଲତବୀ ପ୍ରସ୍ତାବ ଦେଲେ ଆଲୋଚନା ହୋଇପାରିବ। ବିଜେଡ଼ି ବି ଚାହୁଁଛି ମୁଲତବୀ ପ୍ରସ୍ତାବରେ ଆଲୋଚନା ହେଉ। ବିରୋଧୀ ଡ୍ରାମା କରୁଛନ୍ତି, ଆଲୋଚନାକୁ ଆସୁନାହାନ୍ତି। ବିରୋଧୀ ମାନେ ନିଜ ମୁଖା ଲୁଚାଇବା ପାଇଁ ଏମିତି କରୁଛନ୍ତି।

ପଢନ୍ତୁ ଏହି ଖବର :  ବିବାହ କରୁଥିଲେ ସାବଧାନ; ହୋଇପାରନ୍ତି ଠକାମିର ଶିକାର

ରାଜନୀତିର ପସାପାଲିରେ ମହାନଦୀ। ଗୋଟିଏ ପଟେ ଟ୍ରିବ୍ୟୁନାଲର ଅବଧି ବୃଦ୍ଧି ପାଉଥିବା ବେଳେ ନିର୍ଯାସ ଆସିପାରୁନି। ଅନ୍ୟପଟେ ନିର୍ବାଚନ ଆସିଲେ ମହାନଦୀ ପ୍ରସଙ୍ଗରେ ରାଜନୈତିକ ଜୋର ହୁଏ ବୟାନବାଜି। ଆଉ ବାସ୍ତବରେ ଅଣମୌସୁମି ସମୟରେ ଶୁଖିଲା ପଡେ ମହାନଦୀ।
Published by:Sujit Swain
First published: