ବହୁରୂପି ଏଣ୍ଡୁଅକୁ ଚୋରା ଚାଲାଣ ବେଳେ ଧରାପଡ଼ିଲେ ଅଜା ନାତି
News18 Odia Digital
ଭୁବନେଶ୍ବର: ବହୁରୂପି ଏଣ୍ଡୁଅକୁ ଚୋରା ଚାଲାଣ ବେଳେ ଧରାପଡ଼ିଲେ ଅଜା ନାତି। ମଚେଶ୍ବର ଶ୍ୟାମା ମୁଖାର୍ଜୀ ପାର୍କ ନିକଟରେ ଦେଢ଼ ଲକ୍ଷରେ ବିକ୍ରି ପାଇ ଉଦ୍ୟମ ବେଳେ ଧରାପଡ଼ିଛି ଏହି ଅଜା ନାତି।
ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଗତସିଂହପୁର ତିର୍ତ୍ତୋଲର କ୍ଷିରୋଦ ମହାନ୍ତି ଓ ରଶ୍ମି ରଜନ ଦାସ। ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ବନ ବିଭାଗର ସୂଚନା ଅନୁସାରେ, ଦୁଇ ଅଭିଯୁକ୍ତ ଜଟଣିର ଜଣେ ବ୍ୟକ୍ତିଙ୍କଠୁ ବହୁରୂପି ଏଣ୍ଡୁଅ ଆଣିଥିଲେ। ତେବେ କାହା ପାଖରୁ ଆଣିଥିଲେ ଓ କାହାକୁ ବିକ୍ରି କରିଥାନ୍ତେ ସେନେଇ ତଦନ୍ତ ଚାଲୁଥିବା କହିଛନ୍ତି ସିଟି ରେଞ୍ଜର ମାନସ ମହାନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।