ଏଣିକି ଇଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ବିନା ସୁଧରେ ଲୋନ ଦେବେ ସରକାର

ଏଣିକି ଯେଉଁମାନେ ଇଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଖୁସି ଖବର । ଏଥିପାଇଁ ସରକାର ସେମାନଙ୍କୁ ବିନା ସୁଧରେ ଲୋନ ଦେବେ।

 ବିନା ସୁଧରେ ଲୋନ ଦେବେ ସରକାର

ବିନା ସୁଧରେ ଲୋନ ଦେବେ ସରକାର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଏଣିକି ଯେଉଁମାନେ ଇଇଲେକ୍ଟ୍ରିକ୍ ଗାଡ଼ି(Electric Vehicle) କିଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଖୁସି ଖବର । ଏଥିପାଇଁ ସରକାର ସେମାନଙ୍କୁ ବିନା ସୁଧରେ ଲୋନ(Loan) ଦେବେ। ବିନା ସୁଧରେ ଅଗ୍ରୀମ ରାଶି ଦେବାକୁ ଘୋଷଣା କରିଛନ୍ତି ସରକାର । ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି।

ସବଠୁ ବଡ଼ କଥା ହେଲା ଯଦି ଆପଣ ଜଣେ ସରକାରୀ କର୍ମଚାରୀ(Govt Employee) ହୋଇଥିବେ ତେବେ ଆପଣଙ୍କୁ ଏହି ସୁବିଧା ମିଳିପାରିବ । ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ସରକାର କର୍ମଚାରୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବେ । ୨୦୨୫ ଡିସେମ୍ବର ୩୧ ମଧ୍ୟରେ ଏନେଇ ସରକାର କର୍ମଚାରୀ ଆବେଦନ କରିପାରିବେ  ।

ରକ୍ତରଞ୍ଜିତ ହେଲା ବଡ଼ଦାଣ୍ଡ; ତିନି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ମଧ୍ୟରୁ ଗୋଟିଏ ପାଇଁ ଆଡଭାନ୍ସ ନେଇପାରିବେ କର୍ମଚାରୀ। ଗ୍ରୁପ ‘ଏ’ ଓ ଗ୍ରୁପ୍ ‘ବି’ କର୍ମଚାରୀ ଇଲେକ୍ଟ୍ରିକ୍ କାର କିଣିବା ପାଇଁ ଗାଡ଼ି ଦାମ୍ ୭୫ ପ୍ରତିଶତ ଆଡଭାନ୍ସ ନେଇପାରିବେ ।  ଯେପରି ଏହା ୧୫ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ । ସେହିପରି ଗ୍ରୁପ ‘ସି’ ଓ ଗ୍ରୁପ୍ ‘ଡି’ କର୍ମଚାରୀ, ଦୁଇଚକିଆ ଗାଡ଼ି କିଣିବାକୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ନେଇପାରିବେ । ତେବେ ଆଗ୍ରୀମ ଆକାରରେ ନେଇଥିବା ରାଶିକୁ ୧୦୦ କିସ୍ତିରେ ପରିଶୋଧ କରିବାକୁ ହେବ ।

ସଲମାନଙ୍କୁ ହତ୍ୟା କରି ଶାନ୍ତିରେ ନିଶ୍ଵାସ ମାରିବି: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ

ଯଦି ଜଣେ କର୍ମଚାରୀ ଚାହିଁବେ ତେବେ ଆଗୁଆ ମଧ୍ୟ ପରିଶୋଧ କରିପାରିବେ। କିନ୍ତୁ କେବଳ ଗୋଟିଏ ଗାଡି଼ କିଣିବା ପାଇଁ ଏହି ଲୋନ ମିଳିବ ଜଣାପଡ଼ିଛି। ଯେଉଁ କର୍ମଚାରୀ ଟଙ୍କା ନେଇ ଅନ୍ୟ ଅଲଗା କାମରେ ଖର୍ଚ୍ଚ କରିବେ ସେମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
Published by:Soumya Das
First published: