ଚମକୁଛି ସ୍କୁଲ୍: ରାଜ୍ୟରେ ସରକାରୀ ସ୍କୁଲଗୁଡ଼ିକୁ ଅତ୍ୟାଧୁନିକ କରିବା କାମ ଜୋରଶୋରରେ ଚାଲିଛି

ଆବଶ୍ୟକୀୟ ଆଧୁନିକ ଭିତ୍ତିଭୂମିର ଅଭାବ ଯୋଗୁଁ ସରକାରୀ ସ୍କୁଲ ଛାଡି଼ ପିଲାମାନେ ଘରୋଇ ସ୍କୁଲକୁ ଯାଉଥିବା ବେଳେ ଏବେ ଚାଲିଥିବା ସ୍କୁଲ୍ ଟ୍ରାନ୍ସଫରମେସନ୍ ଅନେକାଂଶରେ ସେହି ଧାରାକୁ ରୋକିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ।

ଭୁବନେଶ୍ୱରର ଗୋଟିଏ ସ୍କୁଲରେ କମ୍ପ୍ୟୁଟର୍ ଲାବ୍ ସ୍ଥାପିତ ହେଉଛି ।

ଭୁବନେଶ୍ୱରର ଗୋଟିଏ ସ୍କୁଲରେ କମ୍ପ୍ୟୁଟର୍ ଲାବ୍ ସ୍ଥାପିତ ହେଉଛି ।

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ୍‌ ଟ୍ରାନ୍ସଫରମେସନ୍‌ ଜରିଆରେ ଶିକ୍ଷାଦାନର ମାନ ବଢ଼ାଇବା ପାଇଁ ଚାଲିଛି ଜୋରଦାର କାମ । ସ୍କୁଲଗୁଡ଼ିକର ରଙ୍ଗଠାରୁ ଆରମ୍ଭ କରି ଅତ୍ୟାଧୁନିକ ଶ୍ରେଣୀଗୃହ, ଲାବୋଟାରି ଓ ଲାଇବ୍ରେରୀ ସବୁ କିଛି ବଦଳୁଛି। ନୂଆ ରୂପରେ ନୂଆ ଢାଞ୍ଚାରେ ପିଲାଙ୍କୁ ଶିକ୍ଷାଦାନ କରିବା ପାଇଁ ଚାଲିଛି ସ୍କୁଲ ଟ୍ରାନ୍ସଫରମେସନ କାମ ।

ରାଜ୍ୟରେ ଥିବା ୧,୦୭୦ଟି ସ୍କୁଲକୁ ଟ୍ରାନ୍ସଫରମେସନ୍‌ ଜରିଆରେ ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କହିବାନୁଯାୟୀ ରାଜ୍ୟରେ ସ୍କୁଲ ଟ୍ରାନ୍ସଫରମେସନ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ତାଙ୍କର ସ୍ବପ୍ନକୁ ସାକାର କରିବ। ଏଥିରେ ଭୁବନେଶ୍ୱରର ନଅଟି ସ୍କୁଲର ଚିତ୍ର ଖୁବ ଶୀଘ୍ର ବଦଳିବାକୁ ଯାଉଛି । କ୍ୟାପିଟାଲ୍‌ ହାଇ ସ୍କୁଲ ସହ ୟୁନିଟ୧, ୟୁନିଟ୮, ୟୁନିଟ ୨ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ ୬ ଉଚ୍ଚ ବିଦ୍ୟାଳୟ, ୟୁନିଟ ୯ ବାଳକ ଓ ବାଳିକା ଉଚ୍ଚ ବିଦ୍ୟାଳୟ, ଟେକ୍ସଟ୍‌ ବୁକ୍‌ ପ୍ରେସ୍‌ ସ୍କୁଲ, ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟ, ସହୀଦ ନଗର ଉଚ୍ଚ ବିଦ୍ୟାଳୟ ନୂଆ ରୂପ ପାଇବାକୁ ଯାଉଛି । ସ୍କୁଲ୍‌ ପିଛା ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | Ind Vs Pak: ରାତି ସାରା ଝଗଡ଼ା କଲେ ହରଭଜନ ସିଂ ପାକିସ୍ତାନୀ ବୋଲର୍‌; ଜିତିଲେ ଭଜ୍ଜୀ

‘‘ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ସାରା ରାଜ୍ୟରେ ସ୍କୁଲ ଟ୍ରାନ୍ସଫରମେସନ୍‌ କରାଯାଉଛି । ଏଥିରେ ବି.ଏମ୍‌.ସି. ଅଞ୍ଚଳର ସ୍କୁଲଗୁଡି଼କ ବି ରହିଛି। ଏଣୁ ବି.ଏମ୍‌.ସି. ଓ ସ୍ମାର୍ଟ ସିଟି ଲିମିଟେଡ଼ ମିଶି କାମ କରୁଛନ୍ତି । କାମ ସରିବା ମାତ୍ରେ ଏହାର ଇନାଗୁରେସନ ହେବ,’’ କହିଛନ୍ତି ବି.ଏମ.ସି. କମିଶନର ସଞ୍ଜୟ କୁମାର ସିଂ ।

ଏହି ଯୋଜନାରେ ଭୁବନେଶ୍ୱରର ନଅଟି ସ୍କୁଲ ସାମିଲ ଅଛନ୍ତି ।


ଏହା ବି ପଢ଼ନ୍ତୁ | 7th Pay Commission: ଅକ୍ଟୋବର ମାସର ଦରମାରେ ଆସିବ ଏହି ୩ଟି ଭତ୍ତା; ଜାଣନ୍ତୁ କେତେ ମିଳିବ

ଏହି ଯୋଜନା ଅନୁସାରେ ସ୍କୁଲରେ ନିର୍ମିତ ହେଉଛି ସ୍ମାର୍ଟ କ୍ଳାସ୍‌, ଇ-ଲାଇବ୍ରେରୀ, ସାଇନ୍ସ ଲାବ୍‌, କମ୍ପ୍ୟୁଟର୍‌ ଲାବ୍‌, ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଓ ଅତ୍ୟାଧୁନିକ ଶୌଚାଳୟ ସାଙ୍ଗକୁ ପାନୀୟ ଜଳ ବ୍ୟବସ୍ଥା । ସ୍ମାର୍ଟ କ୍ଳାସ୍‌ ଜରିଆରେ ଛାତ୍ରଛାତ୍ରୀ ବ୍ଲାକବୋର୍ଡ଼ ବଦଳରେ ଅଡିଓ-ଭିଡ଼ିଓ ମାଧ୍ୟମରେ ପାଠ ପଢ଼ିବେ । ଇଣ୍ଟରନେଟ୍‌ ସହ ଜଡି଼ତ ହୋଇ ନୂଆ ଟେକ୍ନୋଲୋଜିକୁ ଆପଣେଇବେ। ସରକାରୀ ସ୍କୁଲରେ ଏଭଳି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ଅନେକ ସାହାଯ୍ୟ କରିବ । ଆବଶ୍ୟକୀୟ ଆଧୁନିକ ଭିତ୍ତିଭୂମିର ଅଭାବ ଯୋଗୁଁ ସରକାରୀ ସ୍କୁଲ ଛାଡି଼ ପିଲାମାନେ ଘରୋଇ ସ୍କୁଲକୁ ଯାଉଥିବା ବେଳେ ସ୍କୁଲ୍‌ ଟ୍ରାନ୍ସଫରମେସନ୍‌ ଅନେକାଂଶରେ ସେହି ଧାରାକୁ ରୋକିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ।

ଏହା ବି ପଢ଼ନ୍ତୁ | PM Kisan: ବଦଳିଲା ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ନିୟମ; ଜାଣିବା ନିହାତି ଜରୁରୀ

‘‘ଆମକୁ ପ୍ରଥମେ ପାଞ୍ଚଟି କମ୍ପୋନେଣ୍ଟ୍‌ ଉପରେ ଫୋକସ୍‌ କରିବାକୁ କୁହାଯାଇଛି । ସ୍ମାର୍ଟ୍‌ କ୍ଳାସ୍‌ ସହ ଅନ୍ୟ ଯେଉଁ ସବୁ ବ୍ୟବସ୍ଥା ରହିଛି ତାହା କେମିତି ନଭେମ୍ବର ୯ ତାରିଖ ସୁଦ୍ଧା ଶେଷ ହେବ ତାହା ଏବେ ଆମ ଟାର୍ଗେଟରେ ରହିଛି। ନିଶ୍ଚିତ ଭାବେ ପିଲାମାନେ ଏହା ଦ୍ୱାରା ଉପକୃତ ହେବେ। ପିଲାମାନେ ଅଧାରୁ ସ୍କୁଲ ଛାଡି ଅନ୍ୟ ଆଡ଼େ ଯାଉଥିଲେ । ସ୍କୁଲ୍‌ ଟ୍ରାନ୍ସଫରମେସନ୍‌ ହେଲେ ତାଙ୍କର ଓ ଅଭିଭାବକମାନଙ୍କର ଆଗ୍ରହ ବଢି଼ବ,’’ କହିଛନ୍ତି ୟୁନିଟ୧ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସଙ୍ଗୀତା ପଣ୍ଡା।

ଏହା ବି ପଢ଼ନ୍ତୁ | ୱର୍କ୍ ଫ୍ରମ୍ ଅଫିସ୍ ଆରମ୍ଭ ହେଲେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ; ୨୦୨୨ରୁ ଦରମା କମିବ, PF ବଢ଼ିବ

ନଭେମ୍ବର ୯ତାରିଖ ସୁଦ୍ଧା କାମ ଶେଷ କରିବାକୁ ସ୍କୁଲ ଗୁଡିକୁ କୁହାଯାଇଛି । ନଭେମ୍ବର ୧୪ ତାରିଖରେ ମୁଖ୍ୟ ମନ୍ତ୍ରୀ ଏହାକୁ ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି । ପ୍ରଥମ ପର୍ଯ୍ୟାୟରେ ୧,୦୭୦ଟି ସ୍କୁଲରେ ସରିବ କାମ । ମୋ’ଟ ୪,୦୦୦ ସ୍କୁଲ୍‌ ଟ୍ରାନ୍ସଫରମେସନ୍‌ ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର ।
Published by:Anand S.T. Das
First published: