News 18 Odia Digital
ଭୁବନେଶ୍ୱର; ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ବିଜେପି ଅଭିଯୋଗ ଆଣିଛି ଯେ, ଅପରାଧିମାନଙ୍କୁ ନେଇ ଏ ସରକାର । ଯିଏ ଅପରାଧୀ ତାକୁ ଏଠି କାୟା ଓ ଛାୟା ମିଳେ । ନବୀନ ବାବୁ ନିଜେ ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି । ସେ ସରକାରଙ୍କ ପାଇଁ ସବୁ କାମ କରୁଥିଲେ, ଗୋବିନ୍ଦ ସାହୁ ପାଖରେ ସବୁ ତଥ୍ୟ ଥିଲା ବୋଲି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ୍ୟ କରାଗଲା । ଏ ସରକାର ଅପରାଧୀଙ୍କ ସରକାର, ଆଗରୁ ମାହାଙ୍ଗାରେ ଦିବ୍ୟ ସିଂହ ବରାଳ ଓ ଆଉ ଜଣେଙ୍କୁ ହତ୍ୟା କରାଯିବାରେ ମୁଖ୍ୟ ଅଭିଯୁକ୍ତକୁ ମାରିଦିଆଗଲା । ପ୍ରତାପ ଜେନାଙ୍କୁ କ୍ଲିନ ଚିଟ ମିଳିବା ଲାଗି ତଥ୍ୟ ଲୁଚାଗଲା । ଏଠି ସେମିତି ୩ ଜଣ ପୂର୍ବତନ ମନ୍ତ୍ରୀଙ୍କୁ କ୍ଲିନ ଚିଟ ଦେବା ଲାଗି ହତ୍ୟା କରାଯାଇଛି ।
ବିଜେପି ମହିଳା ମୋର୍ଚ୍ଚା କହିଛି, ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇଛି, ଏବଂ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ୍ୟ କରାଯାଇଛି, ତାହା ମଧ୍ୟ ହତ୍ୟା । ଆମେ ପୂର୍ବତନ ମନ୍ତୀ ଅରୁଣ ସାହୁ, ପ୍ରତାପ ଜେନା ଓ ଦିବ୍ୟ ଶଙ୍କର ମିଶ୍ରଙ୍କ ସଂପୃକ୍ତି କଥା ଅଭିଯୋଗ କରିଥିଲୁ । ଏବେ ସତ ଲୁଚାଇବାକୁ ବାଧ୍ୟ୍ୟ କରାଯାଇଛି । ସତ ଲୁଚାଇବାକୁ ଏମିତି କରାଯାଇଛି ନଚେତ ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଗୋବିନ୍ଦ? ଏହାର ଉଚ୍ଚସ୍ତରିୟ ତଦନ୍ତ ହେବା ଦରକାର ବୋଲି ବିଜେପି ରାଜ୍ୟ ସଭାନେତ୍ରୀ ସ୍ମୁତି ପଟ୍ଟନାୟକ କହିଛନ୍ତି ।
ସେପଟେ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି କାରଣ ଅଛି ତାହା ସନ୍ଦେହଜନକ। ଏହି ଘଟଣା ଉପରୁ ସନ୍ଦେହ ଦୂର ପାଇଁ ହାଇକୋର୍ଟଙ୍କ ଦ୍ଵାରା ଏକ ଏସଆଇଟି ଗଠନ କରି ତଦନ୍ତ କରାଯାଉ। ଯିଏ ମୁଖ୍ୟ ଅଭିଯୁକ୍ତ ସେ କିଭଳି ଓ କେଉଁ ପରିସ୍ଥିତିରେ ଏଭଳି କରିଛନ୍ତି ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କାହିଁକି ନା ଏହି ମାମଲା କ୍ଲୋଜ୍ ବି ହୋଇଯିବ। ଅନେକ ଲୋକଙ୍କର , ମନ୍ତ୍ରୀ ଓ ବଡ଼ ବଡଡ ଅଧିକାରୀଙ୍କ ସମ୍ପୃକ୍ତି ରହିଥିଲା । ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି ଯେ, ଗୋବିନ୍ଦ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ସାମ୍ନାକୁ ଆସିବା ଜରୁରୀ। ଏସ ଆଇଟି ତଦନ୍ତ କରାଯାଉ। ସତ ସାମ୍ନାକୁ ଆସୁ।
ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାକୁ ନେଇ ଜେଲ ଏଡିଜି ଦିପ୍ତେସ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,
ଡିଆଇଜି ସମ୍ବଲପୁର ଅନସୂୟା ଜେନା ତଦନ୍ତ ପାଇଁ କଣ୍ଟାବାଞ୍ଜି ଯାଇଛନ୍ତି । ଏନଏଚଆରସି ଟାଇମ ଲାଇନ ଅନୁସାରେ ତଦନ୍ତ ହୋଇ ରିପୋର୍ଟ ଆସିବ । ସମସ୍ତ ଦିଗକୁ ନେଇ ରିପୋର୍ଟ ଦେବେ । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।