News18 Odia Digital
ଭବାନୀପାଟଣା/ବଲାଙ୍ଗିର: କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲର ଯୁବ ଅଧ୍ୟକ୍ଷା ମମିତା ମେହେରଙ୍କୁ ନିଜ କାର୍ ଭିତରେ ତଣ୍ଟି ଚିପି ମାରିବା ପରେ ତାଙ୍କ ମୃତ ଦେହକୁ ଜେସିବି ମେସିନରେ ଖଣ୍ଡ ଖଣ୍ଡ କରିଥିଲା ସେହି ସ୍କୁଲର ମାଲିକ ଗୋବିନ୍ଦ ସାହୁ । ଏହି ଚାଞ୍ଚଲ୍ୟକର ମର୍ଡ଼ର କେସରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବା ବେଳେ ପୋଲିସ ଆଗରେ ଏ କଥା ମାନିଛି ସାହୁ । ବର୍ବରତାର ସୀମା ଟପିଥିବା ନିଜ ନାରକୀୟ କାଣ୍ଡ ବିଷୟରେ ପୋଲିସକୁ କହିଛି ସେ ।
ହତ୍ୟାକାଣ୍ଡ ସ୍ଥଳ ମହାଲିଙ୍ଗ ଷ୍ଟାଡିୟମକୁ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ନେଇ ତା’ ଜଘନ୍ୟ କୃତ୍ୟର ଡେମୋ କରାଇଥିଲା ପୋଲିସ । ଡିଆଇଜି ଦୀପକ କୁମାରଙ୍କ ସହ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ଏସ୍.ପି. ଓ ବରିଷ୍ଠ ପୋଲିସ ଅଧିକାରୀମାନେ ସେଠାରେ ଉପସ୍ଥିତ ଥିଲେ । ସେମାନଙ୍କ ଆଗରେ ଗୋବିନ୍ଦ ଏହି ଚର୍ଚ୍ଚିତ ମର୍ଡ଼ର ରହସ୍ୟର ଖୁଲାସା କରିଥିଲା । ମମିତାଙ୍କୁ ସେ କେମିତି ହତ୍ୟା କରିଥିଲା ଓ ହତ୍ୟା ପରେ କେମିତି ପ୍ରମାଣ ନଷ୍ଟ କରିଥିଲା ସବୁ ଗୋଟି ଗୋଟି କରି କହିଥିଲା ସେ ।
ଏହା ବି ପଢ଼ନ୍ତୁ | ଏହି BJP ନେତାଙ୍କ ଘରେ ୫ ଜଣ ଅଛନ୍ତି, ହେଲେ ସେ ନିର୍ବାଚନ ଲଢ଼ି ମାତ୍ର ଗୋଟିଏ ଭୋଟ୍ ପାଇଲେ!୨୩-ବର୍ଷୀୟା ମମିତା ମେହେରଙ୍କ ମୃତ ଦେହକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ପୁରୁଣା ଟାୟାର୍ ଓ ସ୍କୁଲର ବେଞ୍ଚ୍-ଡେସ୍କକୁ ଭାଙ୍ଗି ବାହାର କରିଥିବା କାଠ ରଖି ତାକୁ ଜାଳିଦେଇଥିଲା ଗୋବିନ୍ଦ ସାହୁ । ମମତା ମେହେରଙ୍କ ମୋବାଇଲ୍ ଫୋନ୍ ସହ ତାଙ୍କ ବ୍ୟାଗ୍, ପିନ୍ଧିଥିବା ସୁନା ଜିନିଷ ଓ ଅନ୍ୟ ସାମଗ୍ରୀ ବି ସେହି ନିଆଁରେ ପକାଇ ଦେଇଥିଲା ଗୋବିନ୍ଦ । ତା’ ପରେ ଏକ ଗାତରେ ପୋତି ଦେଇଥିଲା ସବୁ ପାଉଁଶ ଓ ସାମଗ୍ରୀ । ଡେମୋ ବେଳେ ଗୋବିନ୍ଦ ସାହୁ ବଖାଣିଥିବା ଛାତିଥରା ସତ ଶୁଣି ପୋଲିସ ଅଧିକାରୀମାନେ ଚକିତ ହୋଇଥିଲେ ।

ମମିତାଙ୍କୁ ତଣ୍ଟି ଚିପି ମାରିଥିବା ସ୍ଥାନ ପୋଲିସ ଅଧିକାରୀମାନଙ୍କୁ ଦେଖାଉଛି ଗୋବିନ୍ଦ ସାହୁ ।
ଏହା ବି ପଢ଼ନ୍ତୁ | PM ମୋଦିଙ୍କ ପରାମର୍ଶଦାତା ହେଲେ ‘ବକବାସ୍-ନାହିଁ’ ଖ୍ୟାତିର IAS ଅଫିସର୍; ଚାରା ଘୋଟାଲା ଘାଣ୍ଟିଥିଲେକାରରେ ମମିତାଙ୍କ ମୃତ ଦେହକୁ ଆଣି କାରକୁ ବାଡ଼ିରେ ରଖିଥିଲା ଗୋବନ୍ଦ । ରାତି ୮ଟାରୁ ୯ଟା ଭିତରେ ମୃତ ଦେହକୁ ଷ୍ଟାଡିଅମ୍ ପାଖକୁ ଆଣି ‘‘ଝାଟି, କାଠି, ଟାୟାର୍ ରଖି ନିଆଁ ଲଗେଇଦେଲି’’ ବୋଲି କହିଥିଲା ସେ । ‘‘ତା’ ଜିନିଷ ସବୁ, ତା’ ମୋବାଇଲ୍, ବ୍ୟାଗ୍, ସବୁ ସେଇଠି ପକେଇ ନିଆଁ ଲଗେଇଦେଲି... ଡେଡ୍ ବଡି ପୂରା ଜଳିଗଲା,’’ କହିଥିଲା ଗୋବିନ୍ଦ ସାହୁ । ମମିତା ମେହାରଙ୍କ ମୃତ ଦେହ ‘‘ପୂରା ଜଳିଯିବା ପରେ ସେଇଠି ୧୫ ମିନିଟ୍ ଖଣ୍ଡେ ରହି’’ ଚାଲିଯାଇଥିଲା ସେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଯୌତୁକ ପାଇଁ ପତ୍ନୀକୁ କୋବ୍ରା ସାପ କାମୁଡ଼ାଇ ମାରିଥିଲା, କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲାମହାଲିଙ୍ଗ ଷ୍ଟାଡିୟମରେ ପ୍ରାୟ ୨୦ ମିନିଟ୍ ଧରି ଚାଲିଥିଲା ଗୋବିନ୍ଦର ଡେମୋ । ସେଠାରୁ ଗୋବିନ୍ଦକୁ ସନସାଇନ୍ ପବ୍ଲିକ୍ ସ୍କୁଲ ଓ ହଷ୍ଟେଲକୁ ନିଆଯାଇଥିଲା । ବଲାଙ୍ଗିର-କଳାହାଣ୍ଡି ସୀମା ଚାନ୍ଦୋତରା ଛକରେ ଗୋବିନ୍ଦ ଦେଖାଇଥିଲା ମର୍ଡର ସ୍ପଟ୍ । ସେଇଠି କାର୍ ଭିତରେ ସେ ମମିତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ।
ଏହା ବି ପଢ଼ନ୍ତୁ | ପୁଅ ଆର୍ୟନ୍ ଖାନ୍ ଗିରଫ ହେବା ପରେ ସୁପରଷ୍ଟାର୍ ଶାହାରୁଖ ଖାନଙ୍କୁ ଲାଗିଲା ବଡ଼ ଆର୍ଥିକ ଝଟକାଉତ୍ତରାଞ୍ଚଳ ଡି.ଆଇ.ଜି. ଦୀପକ କୁମାର, ବଲାଙ୍ଗିର ଏସ୍.ପି. ନୀତିନ କୁଶଲକର ଓ କଳାହାଣ୍ଡି ଏସ୍.ପି. ଶ୍ରବଣ ବିବେକ ଏମ୍. ଗୁରୁବାର ଦିନ ମହାଲିଙ୍ଗ ଗାଁରେ କିଛି ଲୋକଙ୍କୁ ପଚରାଉଚରା କରିଥିଲେ । ତା’ ପରେ ସନ୍ଧ୍ୟାରେ ମୃତ ଦେହ ପୋତାଯାଇଥିବା ସ୍ଥାନରେ ମେଟାଲ୍ ଡିଟେକ୍ଟର୍ ସାହାଯ୍ୟରେ ମୋବାଇଲ୍ ଫୋନର ଅନୁସନ୍ଧାନ କରିଥିଲା ପୋଲିସ ଟିମ୍ । କିନ୍ତୁ ପାଇ ନ ଥିଲା । ତେବେ ପୋଲିସର ଏମିତି ଲୁଚାଛପା ତଦନ୍ତକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି ।

ମମିତା ମେହେର
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସମାନ୍ଥା ପିଲା ଚାହୁଁ ନ ଥିଲେ, ଗର୍ଭପାତ କରିଥିଲେ? ନାଗା ଚୈତନ୍ୟଙ୍କଠାରୁ ଛାଡ଼ପତ୍ରର କାରଣ କ’ଣ ଥିଲା?ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଗୋବିନ୍ଦର ଡ୍ରାଇଭର୍ ରାଧେଶ୍ୟାମ ଚଣ୍ଡୀର ଜାମିନ ନାମଞ୍ଜୁର ହେବା ପରେ ତାକୁ କଣ୍ଟାବାଞ୍ଜି ସବ୍-ଜେଲ୍ ପଠାଇ ଦିଆଯାଇଛି । ରାଧେର ଘରୁ ମିଳିଛି ଜଣେ ଯୁବତୀଙ୍କ ପୋଷାକପତ୍ର ଓ ଏକ ନୂଆ ମୋବାଇଲ୍ ଫୋନ୍ । ଏହାକୁ ନେଇ ପୋଲିସ ଆରମ୍ଭ କରିଛି ଛାନଭିନ୍ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ପ୍ରିୟଙ୍କା ଚୋପ୍ରା ହଳଦିଆ ମୋନୋକିନି ଓ ଲାଲ୍ ବିକିନି ପିନ୍ଧି ଚମକାଇଲେ ସ୍ୱାମୀ ନିକ୍ ଜୋନାସ୍ଙ୍କୁରାଧେଶ୍ୟାମକୁ ପ୍ରଥମେ ବଙ୍ଗୋମୁଣ୍ଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ହାଜର କରିଥିଲା ସିନ୍ଧେକେଲା ପୋଲିସ । କୋର୍ଟ ଜାମିନ ଆବେଦନ ଖାରଜ କରିଦେବା ପରେ ତାକୁ ଜେଲ୍ ପଠାଇ ଦିଆଯାଇଥିଲା । ରାଧେ ବିରୋଧରେ ଆଇ.ପି.ସି. ଦଫା ୩୦୨, ୨୦୧ ଓ ୩୪ରେ ଏକ ମାମଲା ରୁଜୁ କରାଯାଇଛି ।
ଏହା ବି ପଢ଼ନ୍ତୁ | PM Kisan: ଚାଷୀଙ୍କ ପାଇଁ ଜରୁରୀ ଖବର – ଏହି ସବୁ ଡକ୍ୟୁମେଣ୍ଟ୍ ବିନା ମିଳିବ ନାହିଁ ୪,୦୦୦ ଟଙ୍କାରାଧେଶ୍ୟାମର ଘରୁ ବାହାରିଥିବା ସାମଗ୍ରୀ (ଯୁବତୀଙ୍କ ପୋଷାକପତ୍ର ଓ ଏକ ନୂଆ ମୋବାଇଲ୍ ଫୋନ୍) ଧରି ତା’ ସ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କ ପାଖକୁ ଯାଉଥିବା ବେଳେ ଅଧ ବାଟରୁ ସେସବୁକୁ ଜବତ କରି ନେଇଥିଲା ପୋଲିସ । ଏସବୁ ମମିତାଙ୍କର ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ରାଧେର ସ୍ତ୍ରୀ କହିଛନ୍ତି ଯେ ତାଙ୍କ ସ୍ବାମୀକୁ ପୋଲିସ ଫସାଇ ଦେଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।