Mamita Meher Murder Case: ଜେଲ୍ ଗଲା ଗୋବିନ୍ଦ; ମମିତାଙ୍କ ପରିବାରଠୁ ରକ୍ତ ନମୁନା ସଂଗ୍ରହ ହେଲା

Mamita Meher Murder Case: Govind sent to jail, blood sample collected from Mamita family | ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡକୁ ୧୫ ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ନା ସରୁଛି ତଦନ୍ତ ନା ଥମୁଛି ବିବାଦ । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମହାଲିଙ୍ଗ କଲେଜର ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଆରମ୍ଭ ହୋଇଛି ପାଠ ପଢ଼ା ।

ମମିତା ମେହେର; (ଡାହାଣ) ହତ୍ୟାକାରୀ ଗୋବିନ୍ଦ ସାହୁ

ମମିତା ମେହେର; (ଡାହାଣ) ହତ୍ୟାକାରୀ ଗୋବିନ୍ଦ ସାହୁ

  • Share this:
News18 Odia Digital

ବଲାଙ୍ଗିର/କଳାହାଣ୍ଡି: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ପାଞ୍ଚ-ଦିନିଆ ରିମାଣ୍ଡ୍‌ ସରିବା ପରେ ତାକୁ ଜେଲ୍ ପଠାଇ ଦେଇଛି ବଲାଙ୍ଗିର ପୋଲିସ । ଏହି ମାମଲାରେ ବିବାଦ ଘେରକୁ ଆସିଥିବା ମହାଲିଙ୍ଗ କଲେଜର ଯୁକ୍ତ ୨ କ୍ଲାସ୍ ସୋମବାରଠାରୁ ଖୋଲିଛି ଓ ସବୁ ଅନିଶ୍ଚିତତାର ଅନ୍ତ ଘଟାଇ କଲେଜରେ ପାଠପଢ଼ା ଆରମ୍ଭ ହୋଇଛି  ।

ମହାଲିଙ୍ଗ ସନସାଇନ୍ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ (Mamita Meher murder case) ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେଶ୍ୟାମକୁ ରିମାଣ୍ଡରେ ନେଇପାରେ ପୋଲିସ । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉତ୍ତରାଞ୍ଚଳ ଡି.ଆଇ.ଜି. ଦୀପକ କୁମାର ।

ଏହା ବି ପଢ଼ନ୍ତୁ | IND vs PAK, T20 World Cup: ଭାରତର ହାରିବା ପଛରେ ଥିଲେ ଏହି ବଡ଼ ଦୋଷୀ ବଡ଼ କାରଣ

ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା କଲେଜ ମାଲିକ ଗୋବିନ୍ଦ ସାହୁଠାରୁ ସବୁ ତଥ୍ୟ ଓ ପ୍ରମାଣ ହାସଲ କରିଛି ବଲାଙ୍ଗିର ପୋଲିସ । ପାଞ୍ଚ-ଦିନିଆ ରିମାଣ୍ଡ ସରିବା ପରେ ପୋଲିସ ଆଉ ରିମାଣ୍ଡ ଆବେଦନ ନ କରିବାରୁ ଗୋବିନ୍ଦକୁ ସୋମବାର ଭୋର ୪ଟାରେ ଜେଲ୍ ପଠାଇ ଦିଆଯାଇଛି । ତା’ ପୂର୍ବରୁ ତାକୁ ବଙ୍ଗୋମୁଣ୍ଡା ଜେ.ଏମ୍‌.ଏଫ୍‌.ସି. କୋର୍ଟରେ ହାଜର କରାଯାଇଥିଲା ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଆୟୋଜିତ ଏକ ପ୍ରଦର୍ଶନ


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘ମୁଁ ଆଗରୁ ମୁଁ ଗଞ୍ଜେଇ ଟାଣିଛି; ଆଉ ଥରେ ଟ୍ରାଏ କରିବାକୁ ଚାହୁଁଛି,’’ ଅନନ୍ୟା କହିଥିଲେ ଆର୍ୟନ୍ଖାନଙ୍କୁ

‘‘ଗୋବିନ୍ଦ ଏହି ହତ୍ୟା କରିଥିବା ନେଇ ତଦନ୍ତ ଚାଲୁ ରହିଛି । ପୋଲିସ ହାତରେ ଏ ନେଇ ବଳିଷ୍ଠ ପ୍ରମାଣ ଲାଗିଛି । ଏହି ମାମଲାର ଫାଷ୍ଟ ଟ୍ରାକ୍ କୋର୍ଟରେ ଶୁଣାଣି କରାଯିବ । ସୁରକ୍ଷା ଦୃଷ୍ଟିରୁ ଭୋରରୁ ଗୋବିନ୍ଦକୁ କୋର୍ଟରେ ହାଜର କରାଯାଇଛି । ତା’ଠୁ ଗୋଟିଏ ମୋବାଇଲ୍‌ ଫୋନ୍‌ ବି ଉଦ୍ଧାର ହୋଇଛି । ମମିତାଙ୍କ ପରିବାରଠୁ ରକ୍ତ ନମୁନା ସଂଗ୍ରହ କରାଯାଇ DNA ଟେଷ୍ଟ ପାଇଁ ପଠାଯାଇଛି,’’ କହିଛନ୍ତି ଉତ୍ତରାଞ୍ଚଳ ଡି.ଆଇ.ଜି. ଦୀପକ କୁମାର । ଟିଟିଲାଗଡ଼ ଥାନାରୁ ଗୋବିନ୍ଦ ସାହୁ ଚମ୍ପଟ ମାରିବା ପରେ ତାକୁ କାବୁ କରିବା ବେଳେ ତା’ଠାରୁ ସେହି ମୋବାଇଲ୍ ଫୋନ୍‌ ଉଦ୍ଧାର ହୋଇଥିବା ଜଣା ପଡ଼ିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ପ୍ରିୟଙ୍କା ଗାନ୍ଧି କହିଲେ, ‘‘ମୋଭାଇ କହିଛନ୍ତି ମୁଁ ମୋଟି ହୋଇଯାଉଛି, କମ୍ ଖାଇବା ଦରକାର’’

ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡକୁ ୧୫ ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ନା ସରୁଛି ତଦନ୍ତ ନା ଥମୁଛି ବିବାଦ । ମର୍ଡ଼ର ଲିଙ୍କରେ ଛନ୍ଦି ହୋଇଥିବା କଲେଜର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନେକ ଲୋକ । ଏହାରି ଭିତରେ କିନ୍ତୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ କଲେଜର ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଆରମ୍ଭ ହୋଇଛି ପାଠ ପଢା । ପିଲାମାନେ କଲେଜକୁ ଆସି କ୍ଲାସ୍ କରିଛନ୍ତି ଓ ଅଧ୍ୟାପକମାନେ ଶ୍ରେଣୀ ଗୃହରେ ପାଠ ପଢ଼ାଇଛନ୍ତି । କଲେଜର ବିଭିନ୍ନ ବିଭାଗରେ ୨,୦୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ତେଣୁ ଏହି କଲେଜକୁ ଆଦୌ ବିବାଦ ଘେରକୁ ନ ଟାଣିବା ପାଇଁ ଅନୁରୋଧ କରିଛନ୍ତି କଲେଜ ଅଧ୍ୟାପକମାନେ ଓ ସ୍ଥାନୀୟ ଲୋକେ ।

ମହାଲିଙ୍ଗରେ ନିର୍ମାଣାଧୀନ ମିନି ଷ୍ଟାଡ଼ିୟମ୍‌ ପରିସରରେ ଖୋଳିବା ପରେ ଅକ୍ଟୋବର ୧୯ ତାରିଖରେ ମିଳିଥିଲା ଏକ ଗଳିତ ମୃତ ଦେହ । ତା’ ପାଖରୁ ପାଉଁଜି ଓ ସୁନା ଚେନ୍ ସହ ଏକ ଭ୍ୟାନିଟି ବ୍ୟାଗ୍‌ ମଧ୍ୟ ମିଳିଥିଲା ।


ଏହା ବି ପଢ଼ନ୍ତୁ | T20 World Cup: କ୍ୟାପଟେନ୍ ପଦକୁ ନେଇ ପ୍ରଶ୍ନ ଉପରେ ଚିଡ଼ିଗଲେ ବିରାଟ କୌହଲି; କହିଲେ ‘‘ମସଲା ଦେବିନି’’

ମମିତା ମର୍ଡ଼ର କେସକୁ ନେଇ ରାଜ୍ୟରେ ଥମୁନି ରାଜନୈତିକ ତାତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଏବଂ ମାମଲାର ସି.ବି.ଆଇ. ତଦନ୍ତ ଦାବିରେ ବିଜେପିର ଆନ୍ଦୋଳନ ଓ ପ୍ରତିବାଦ ଜାରି ରହିଛି । ଶନିବାର ଦିନ ରାଜଧାନୀ ବୁବନେଶ୍ୱରରେ ଏକ ବିଶାଳ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବିଜେପି ମହିଳା ମୋର୍ଚ୍ଚା ସୋମବାର ଦିନ ବି ଓହ୍ଲାଇଥିଲା ରାଜରାସ୍ତାକୁ । ମାଷ୍ଟର କ୍ୟାଣ୍ଟିନ ଛକରେ ରାସ୍ତା ଉପରେ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ମୁହଁରେ କଳା କପଡ଼ା ବାନ୍ଧି ଧାରଣାରେ ବସି ରହିଥିଲେ ।

ଏହା ବି ପଢ଼ନ୍ତୁ | ATMରୁ ଛିଣ୍ଡା ନୋଟ୍ ବାହାରିଲା? ଏଣିକି ବ୍ୟାଙ୍କ୍ ତାକୁ ଫେରାଇ ନେବ; SBI କହିଲା ଉପାୟ

ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ରାଜ୍ୟ ବିଜେପିର ଏକ ଟିମ୍ କଳାହାଣ୍ଡି ଓ ବଲାଙ୍ଗିର ଯାଇ ସରଜମିନ ତଦନ୍ତ କରିବ । ମଙ୍ଗଳବାର ସକାଳେ ବିଜେପିର ଏହି ଟିମ୍ ପ୍ରଥମେ ମମିତାଙ୍କ ପରିବାରକୁ ଭେଟିବ । ସେଠାରୁ ମହାଲିଙ୍ଗ ବିଦ୍ୟାଳୟ ଓ ଷ୍ଟାଡିୟମ ଯାଇ କରିବେ ସରଜମିନ ଅନୁଧ୍ୟାନ । ଦଳର ସାଧାରଣ ସମ୍ପାଦକ ଅଭିଯୋଗ କରିଛନ୍ତି ଯେ ପୋଲିସ ତଦନ୍ତକୁ ହାଲୁକା ଭାବେ ନେଉଛି ଓ ସିନ୍‌ ରିକ୍ରିଏସନ ନାଁରେ ଭିଜୁଆଲ ବାଣ୍ଟୁଛି । ପ୍ରଚ୍ଛଦପଟ୍ଟର ଖଳନାୟକ ନିଜେ ଗୃହ ରାଷ୍ଟ୍ରମନ୍ତ୍ରୀ ଥିବାରୁ ତଦନ୍ତ ଦିଗହରା ହୋଇଯାଇଛି ବୋଲି କହିଛି ବିଜେପି ।
Published by:Anand S.T. Das
First published: