ରାଜ୍ୟରୁ ନିଶା କାରବାର ରୋକିବା ପାଇଁ ଓଡ଼ିଶା ପୋଲିସକୁ ଅନୁରୋଧ କରିଛନ୍ତି ରାଜ୍ୟପାଳ

ଶପଥ ଗ୍ରହଣ କରିଥିବା ଅଧିକାରୀଙ୍କ ମଧ୍ୟରେ ୭ ଜଣ ଡ଼ି.ଏସ.ପି.ଙ୍କ ମଧ୍ୟରେ ଜଣେ ମହିଳା ଅଧିକାରୀ ଅଛନ୍ତି । ସେହିପରି ୨୯୧ ମଧ୍ୟରୁ ୧୦୦ ଜଣ ମହିଳା ଏସ.ଆଇ. ଶପଥ ଗ୍ରହଣ କରିଛନ୍ତି ।

ରାଜ୍ୟରୁ ନିଶା କାରବାର ରୋକିବା ପାଇଁ ଓଡ଼ିଶା ପୋଲିସକୁ ଅନୁରୋଧ କରିଛନ୍ତି ରାଜ୍ୟପାଳ

ରାଜ୍ୟରୁ ନିଶା କାରବାର ରୋକିବା ପାଇଁ ଓଡ଼ିଶା ପୋଲିସକୁ ଅନୁରୋଧ କରିଛନ୍ତି ରାଜ୍ୟପାଳ

  • Share this:
News18 Odia Digital

ଭୁବନେଶ୍ବର: ଗୁରୁବାର ରାଜ୍ୟ ରାଜଧାନୀରେ ଥିବା ବିଜୁ ପଟ୍ଟନାୟକ ପୋଲିସ ଏକାଡେ଼ମୀରେ 'ଦୀକ୍ଷାନ୍ତ ସମାରୋହ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ । ଏହି ସମାରୋହରେ ୭ଜଣ ଡ଼ି.ଏସ.ପି. ଓ ୨୯୧ ଜଣ ସବ ଇନ୍ସପେକ୍ଟର ଶପଥ ଗ୍ରହଣ କରିଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ ।

ଶପଥ ନେଇଥିବା ଅଧିକାରୀଙ୍କ ମଧ୍ୟରେ ୭ ଜଣ ଡ଼ି.ଏସ.ପି.ଙ୍କ ମଧ୍ୟରେ ଜଣେ ମହିଳା ଅଧିକାରୀ ଅଛନ୍ତି । ସେହିପରି ୨୯୧ ମଧ୍ୟରୁ ୧୦୦ ଜଣ ମହିଳା ଏସ.ଆଇ. ଶପଥ ଗ୍ରହଣ କରିଛନ୍ତି । ଶପଥ ନେବା ପରେ କୃତକାର୍ଯ୍ୟ ହୋଇଥିବା ପୋଲିସ ଅଧିକାରୀଙ୍କୁ ବିଭିନ୍ନ ଥାନାମାନଙ୍କରେ ମୁତୟନ କରାଯାଇଛି ।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ, "ନିଶା କବଳରେ ରହିଛନ୍ତି ଓଡ଼ିଶାର ଶୈଶବ । ତେଣୁ ରାଜ୍ୟରୁ ନିଶା କାରାବର ରୋକିବା ଆବଶ୍ୟକତା ରହିଛି । ରାଜ୍ୟରେ ଜଗନ୍ନାଥ ଭଳି ନିଶା ଥାଉ ଥାଉ ନକଲି ନିଶା ଆସୁଛି କେଉଁଠୁ । ଆଉ ଯେଉଁଠୁ ଆସୁଛି ତା'ର ଚେର ଖୋଜିବା ଆବଶ୍ୟକ ରହିଛି । କାରଣ ନିଶା ସବୁ ଅପରାଧର ମୁଖ୍ୟ କାରଣ । ତେଣୁ ନିଶା କାରବାର କମିଲେ ରାଜ୍ୟରୁ ଅପରାଧ କମିବ। ଓଡ଼ିଶା ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛି । ଏବେ ଓଡ଼ିଶା ଭାରତର ନୁହେଁ, ବିଶ୍ୱର ସବୁଠୁ ଭଲ ରାଜ୍ୟରେ ବିବେଚନା ହେଉଛୁ । ତେଣୁ ରାଜ୍ୟରୁ ନିଶା କାରବାରକୁ ରୋକିବା ପୋଲିସ ପାଇଁ ସବୁଠୁ ବଡ଼ ଚାଲେଞ୍ଜ। ଏଭଳି କ୍ଷେତ୍ରରେ ଯେଉଁ ପୋଲିସ ଅଧିକାରୀମାନେ ଆଜି ଶପଥ ନେଇଛନ୍ତି, ସେମାନେ ନିଶା କାରବାର ରୋକିବା ଦିଗରେ ଅଧିକ ଗୁରୁତ୍ଵ ଦିଅନ୍ତୁ ।"

ବିଜୁ ପଟ୍ଟନାୟକ ପୋଲିସ ଏକାଡେ଼ମୀରେ 'ଦୀକ୍ଷାନ୍ତ ସମାରୋହ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା


ରାଜ୍ୟରେ ଗଞ୍ଜେଇ ଓ ବ୍ରାଉନ ସୁଗର କାରବାର ବଢ଼ି ଚାଲିଥିବା ବେଳେ ନିଶା ଯୋଗୁଁ ନଷ୍ଟ ହେଉଥିବା ଶୈଶବକୁ ବଞ୍ଚାଇବା ପାଇଁ ପୋଲିସକୁ ଅନୁରୋଧ କରିଥିଲେ ରାଜ୍ୟପାଳ । ଶପଥ ନେଇଥିବା ପୋଲିସ କର୍ମଚାରୀମାନେ ସେ ଦିଗକୁ ଗୁରୁତ୍ୱ ଦେଇ କାମ କରିବା ଉପରେ ମତ ରଖିଛନ୍ତି ରାଜ୍ୟପାଳ। ଏହାସହ ଆଇନଶୃଙ୍ଖଳା ବ୍ୟବସ୍ଥାରେ ଓଡ଼ିଶା ପୋଲିସ ବେଶ୍ ଭଲ କାମ କରୁଛି ବୋଲି ରାଜ୍ୟପାଳ ମତ ରଖିଥିଲେ ।

ସେହିପରି ପୋଲିସ ଡ଼ିଜି ଅଭୟ କହିଥିଲେ, "ଏବେ ଅପରାଧର ତରିକା ବଦଳିଛି । ନୂଆ ନୂଆ ତରିକାରେ ଅପରାଧିମାନେ ସକ୍ରିୟ ହେଉଛନ୍ତି । ତେଣୁ ଅପରାଧୀଙ୍କୁ ଚେକ ଦେବାକୁ କୃତକାର୍ଯ୍ୟ ହୋଇଥିବା ପୋଲିସ ଅଧିକାରୀଙ୍କୁ ତାଲିମ ଦିଆଯାଇଛି । ନୂଆ ନୂଆ ଜ୍ଞାନ କୌଶଳରେ ସେମାନଙ୍କୁ ଟ୍ରେନିଂ ଦିଆଯାଇଛି । ଦୁଇ ବର୍ଷ ଧରି ଦିଆ ଯାଇଥିବା ତାଲିମରେ ମୁଖ୍ୟତଃ, ସାଇବର ଅପରାଧ, ଶିଶୁ ଓ ମହିଳା ଜନିତ ଅପରାଧ, ଓ ତଦନ୍ତ ପ୍ରକ୍ରିୟା ଉପରେ ଗୁରୁତ୍ୱାରୋପ କରାଯାଇଛି ।"

ଟ୍ରେନିଂ ଓ ପ୍ରୋବେସନ ସମୟରେ ଭଲ ନମ୍ବର ରଖିଥିବା କ୍ୟାଡ଼ରମାନଙ୍କୁ ରାଜ୍ୟପାଳ ପୁରସ୍କୃତ କରିଛନ୍ତି । ସେହିପରି ଟ୍ରେନିଂ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଯୋଗାଇଥିବା ବିଜୁ ପଟ୍ଟନାୟକ ପୋଲିସ ଏକାଡେ଼ମୀର ୫ ଜଣ ଅଧିକାରୀଙ୍କୁ ୟୁନିୟନ ହୋମ ମିନିଷ୍ଟର ମେଡାଲ ଫର୍ ଏକ୍ସଲେନ୍ସ ଇନ୍ ପୋଲିସ ଟ୍ରେନିଂ ସମ୍ମାନରେ ସମ୍ମାନିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।
Published by:Lipina Das
First published: