ବାଲେଶ୍ବର ଗସ୍ତରେ ଆସି ଛାତ୍ରଛାତ୍ରୀଙ୍କୁ ନୀତି ଓ ଆଦର୍ଶ ବିଷୟରେ ବୁଝାଇଲେ ରାଜ୍ୟପାଳ ଗଣେଶୀ ଲାଲ

ପ୍ରଫେସର ଗଣେଶୀ ଲାଲ ବିଷ୍ଣୁପୁର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ଜଗନ୍ନାଥଙ୍କ ତତ୍ଵ ଓ ତଥ୍ୟ ସମ୍ବଳିତ ଦାର୍ଶନିକ କଥାବସ୍ତୁକୁ ଭାଷଣ ପ୍ରସଙ୍ଗରେ ସେ ପ୍ରକାଶ କରିଥିଲେ।

ବାଲେଶ୍ବର ଗସ୍ତରେ ଆସି ଛାତ୍ରଛାତ୍ରୀଙ୍କୁ ନୀତି ଓ ଆଦର୍ଶ ବିଷୟରେ ବୁଝାଇଲେ ରାଜ୍ୟପାଳ ଗଣେଶୀ ଲାଲ

ବାଲେଶ୍ବର ଗସ୍ତରେ ଆସି ଛାତ୍ରଛାତ୍ରୀଙ୍କୁ ନୀତି ଓ ଆଦର୍ଶ ବିଷୟରେ ବୁଝାଇଲେ ରାଜ୍ୟପାଳ ଗଣେଶୀ ଲାଲ

  • Share this:
News18 Odia Digital

ବାଲେଶ୍ବର: ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସୋମବାର ବାଲେଶ୍ୱର ଗସ୍ତରେ ଆସିଥିଲେ। ଏହି ଗସ୍ତରେ ସେ ବାହାନଗା ବ୍ଲକ ବିଷ୍ଣୁପୁର ସ୍ଥିତ ବିଷ୍ଣୁପୁର ଉଚ୍ଚ ବିଦ୍ୟାଳୟ ଓ ସିମୁଳିଆ ବ୍ଲକ କ୍ଷୀରକୋଣା ସ୍ଥିତ ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରି ଛାତ୍ରଛାତ୍ରୀଙ୍କ ସମେତ ଉପସ୍ଥିତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏପରି ଉଦବୋଧନ ଦେଇଛନ୍ତି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅପରାହ୍ନ ୩.୧୫ଟା ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଷ୍ଣୁପୁର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ଜଗନ୍ନାଥଙ୍କ ତତ୍ଵ ଓ ତଥ୍ୟ ସମ୍ବଳିତ ଦାର୍ଶନିକ କଥାବସ୍ତୁକୁ ଭାଷଣ ପ୍ରସଙ୍ଗରେ ସେ ପ୍ରକାଶ କରିଥିଲେ।

ଜଣେ ଶିକ୍ଷକ ସବୁବେଳେ ଏକ ଛାତ୍ର ହୋଇଥିବା ବେଳେ ଉଭୟ ଛାତ୍ର ଓ ଅଭିଭାବକମାନଙ୍କ ମଧ୍ୟରେ ଗଭୀର ସମନ୍ବୟ ରକ୍ଷା କରିବା ସହ ବୌଦ୍ଧିକ ଜ୍ଞାନର ବିକାଶ ଉପରେ ସେ ଗୁରୁତ୍ବ ଦେଇଥିଲେ। ଯେକୌଣସି କାର୍ଯ୍ୟରେ ଗଭୀର ମନୋନିବେଶ କଲେ ଛାତ୍ରଛାତ୍ରୀମାନେ ଯାହା ଚାହିଁବେ ତାହା ହାସଲ କରିପାରିବେ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୋର ବିଧାୟକ ପର୍ଶୁରାମ ଧଡାଙ୍କ ସମେତ ବିଦ୍ୟାଳୟର ସମସ୍ତ ପୁରାତନ ଓ ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ତାଙ୍କୁ ଉତ୍ସବସ୍ଥଳକୁ ପାଛୋଟି ନେଇଥିଲେ। ବିଦ୍ୟାଳୟ ସମ୍ମୁଖରେ ନବନିର୍ମିତ ସ୍ମାରକୀକୁ ରାଜ୍ୟପାଳଙ୍କ କରକମଳରେ ଅନାବରଣ କରାଯାଇଥିଲା। ଉତ୍ସବସ୍ଥଳରେ ପ୍ରାରମ୍ଭରେ ପୋଲିସ ବ୍ୟାଣ୍ଡଙ୍କ ଦ୍ବାରା ଜାତୀୟ ସଙ୍ଗୀତ ପରିବେଷଣ ପରେ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଶୁଭ ଉଦଘାଟନ କରିଥିଲେ।

ପୁରାତନ ଛାତ୍ର ସଂସଦର ସଭାପତି ଭୂପାଳ ପଣ୍ଡା ସ୍ଵାଗତ ଅଭିଭାଷଣ ରଖିଥିବା ବେଳେ ହାଇସ୍କୁଲର ପ୍ରଧାନଶିକ୍ଷକ ସପନ କୁମାର ଦେ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ। ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ଉପଦେଷ୍ଟା ତଥା ମାନ୍ୟବର ସୋର ବିଧାୟକ ପର୍ଶୁରାମ ଧଡା ବିଷ୍ଣୁପୁର ହାଇସ୍କୁଲର ପାରିପାର୍ଶିକ ଅବସ୍ଥା ଓ ବିଷ୍ଣୁପୁର ମାଟିର ଗାରିମା ଉପରେ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଦେଶ ବିଦେଶରେ ସୁନାମ ଅର୍ଜନ କରିପାରିଥିବା ଶିକ୍ଷାବିତ ତଥା ମାନ୍ୟବର ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ବିଷ୍ଣୁପୁର ଗାଁ ବିଦ୍ୟାଳୟ ଓ ଏହାର ସମସ୍ତ ପୁରୋଧାଙ୍କର ଭୂୟସୀ ପ୍ରଶଂସା କରିଥିଲେ।

ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମ କରିବାକୁ ଓ ଅଭିଭାବକମାନେ ନିଜ ପିଲାଙ୍କୁ ଭଲ ମଣିଷ କରିବା ପାଇଁ ସବୁବେଳେ ଉଦ୍ୟମ କରିବାକୁ ସେ କହିଥିଲେ।

ଏହି ଉତ୍ସବରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିବା ସହିତ ମାନପତ୍ର ପ୍ରଦାନ କରିଥିଲେ। ସେହିପରି ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ମୁଖ୍ୟ ଉପଦେଷ୍ଟାଙ୍କୁ ମଧ୍ୟ କମିଟି ତରଫରୁ ଉପଢୌକନ ପ୍ରଦାନ କରାଯାଇଥିଲା। ଏଥି ସହିତ ବିଷ୍ଣୁପୁର ହାଇସ୍କୁଲର ସ୍ମରଣିକାକୁ ମଧ୍ୟ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ।

ଏହାପରେ ମାନ୍ୟବର ରାଜ୍ୟପାଳ ସିମୁଳିଆ ବ୍ଲକ କ୍ଷୀରକୋଣା ସ୍ଥିତ ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଏଥି ସହିତ ସୁବର୍ଣ୍ଣ ଜୟନ୍ତୀ ସ୍ମାରକୀର ମଧ୍ୟ ଉଦଘାଟନ କରିଥିଲେ ।

ଏହି ଅବସରରେ ସେ ପଞ୍ଚସଖା, ମା' ରମାଦେବୀ, ବାଜିରାଉତ, ପଣ୍ଡିତ ଗୋପବନ୍ଧୁ, ବକ୍ସିଜଗବନ୍ଧୁ ପ୍ରମୁଖଙ୍କ ତ୍ୟାଗ ଓ ସ୍ଵପ୍ନ ଉପରେ ଆଲୋକପାତ କରି ଯୁବ ସମାଜ ଚାହିଁଲେ ସମାଜରେ ପରିବର୍ତ୍ତନ ସମ୍ଭବ ବୋଲି କହିଥିଲେ। ଯୁବକ ହିଁ କେବଳ ସ୍ବାଭାବିକକୁ ଅସ୍ବାଭାବାବିକ ଓ ଅସ୍ବାଭାବିକୁ ସ୍ୱାଭାବିକ୍ କରିପାରିବ। ମାତୃଭାଷାରେ ଶିକ୍ଷା ସମ୍ପର୍କରେ ସେ ଉଲ୍ଲେଖ କରି କହିଥିଲେ ଯେ ମାତୃଭାଷାର କୌଣସି ମୁକାବିଲା ନାହିଁ। ଦକ୍ଷିଣ କୋରିଆ ଭଳି ଦେଶର ଉଦାହରଣ ଦେଇ ମାତୃଭାଷା ମାଧ୍ୟମରେ ହିଁ ସେହି ଦେଶ ଶ୍ରେଷ୍ଠ ଅର୍ଥନୈତିକ ଓ ଗଣତାନ୍ତ୍ରିକ ଦେଶ ହୋଇପାରିଥିବା ସେ ପ୍ରକାଶ କରିଥିଲେ। ଉଦ୍ୟୋଗର ସମୀକରଣ ସହିତ ଶ୍ରମର ଜାତୀୟକରଣ ହେବା ଉଚିତ୍ ବୋଲି ମନ୍ତବ୍ୟ ରଖିବା ସହିତ ବିଶ୍ୱଶାନ୍ତି ପାଇଁ ଦେଶ ଓ ବିଦେଶରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବାକୁ ସେ ଆହ୍ବାନ ଦେଇଥିଲେ।

ସୁବର୍ଣ୍ଣ ଜୟନ୍ତୀ କମିଟି ତଥା ପୁରାତନ ଛାତ୍ର ସଂସଦ ସଭାପତି ପୂର୍ଣ୍ଣଚନ୍ଦ୍ର ଦାସ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ସୁବର୍ଣ୍ଣ ଜୟନ୍ତୀ କମିଟି ସମ୍ପାଦକ କାହ୍ନୁଚରଣ ବେହେରା ନିଜ ବକ୍ତବ୍ୟ ରଖିଥିଲେ । ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ମାଝା ବିବରଣୀ ପାଠ କରିଥିଲେ।

ସେହିପରି ଏହି କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ଉତ୍ସବରେ ଯୋଗ ଦେଇ ଯେଉଁଠି ଶିକ୍ଷା ରହିଛି ସେଇଠି ସମାଜ ଦିଗଦର୍ଶନ ପାଇଥିବା ମତବ୍ୟକ୍ତ କରିଥିଲେ । ନିଜ ବକ୍ତବ୍ୟରେ ସତ୍ୟମେବ ଜୟତେ ଭଳି ଶିକ୍ଷାମେବ ଜୟତେ ହେଉ ଓ ସମାଜର ପରିବର୍ତ୍ତନ ପାଇଁ ଶିକ୍ଷା ହିଁ ଗୋଟିଏ ବାଟ ବୋଲି ସେ କହିଥିଲେ।
Published by:Lipina Das
First published: