ସରକାରଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିଫଳ ହୋଇଛି କହିଲେ CAG
News18 Odia Digital
ଭୁବନେଶ୍ବର: ସରକାରଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିଫଳ ହୋଇଥିବା ଧରିଲେ ସିଏଜି। ୪୮୫ ବୃକ୍ଷ ରୋପଣ କାର୍ଯ୍ୟକ୍ରମରୁ ୧୯୧ଟି ସଫଳ ହୋଇନାହିଁ। ଯାହା ଦ୍ୱାରା ବିଭାଗ ୧୩.୧୭ କୋଟି ଟଙ୍କା କ୍ଷତି ସହିଛି।
ସହରାଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ତାରତମ୍ୟ ନଥିବାରୁ ୩୯.୮୦କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ହୋଇଛି। ସହରାଞ୍ଚଳରେ ବୃକ୍ଷ ରୋପଣରେ ବାଡ଼ ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ପାଣ୍ଠିର ଆବଣ୍ଟନରେ ଅନିୟମିତତାକୁ ଧରିଛନ୍ତି ସିଏଜି। ୧୪.୮୨ କୋଟି ଟଙ୍କାର ଅନିୟମିତତାକୁ ନେଇ ପ୍ରଶ୍ନବାଚୀ।
କେଉଁଠି ବୃକ୍ଷ ରୋପଣ କରାଯିବ ତାହା ଠିକ ଭାବେ ଚିହ୍ନଟ କରା ନ ଯାଇ ବୃକ୍ଷ ରୋପଣ ହେଉଥିବାରୁ ସରକାରଙ୍କ ଏହି କାର୍ଯ୍ୟ କ୍ରମ ବିଫଳ ହୋଇଥିବା କହିଛନ୍ତି ସିଏଜି। ଫୁଟପାତରେ ବୃକ୍ଷ ରୋପଣ, ଟ୍ରେନଜ ଗୁଡିକୁ ଢାଲୁ ସହ ଖୋଳା ଯାଇ ନଥିଲା।
ଯେଉଁଥି ପାଇଁ ୬୮.୩୬ କୋଟି ଟଙ୍କା ଅକାରଣରେ ଖର୍ଚ୍ଚ ହୋଇଛି। ବିଭିନ୍ନ ଉପାଦାନ ପାଇଁ ଜଙ୍ଗଲ ବିଭାଗ ବ୍ୟୟ ନିୟମକୁ ଉଲ୍ଲଂଘନ କରି ଅଧିକ ଟଙ୍କା ଖର୍ଚ୍ଚ କରିଛି। ଯାହା ପାଇଁ ୯୯ ଲକ୍ଷ ଟଙ୍କା କ୍ଷତି ହୋଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।