Exclusive Interview: ଆମେ ସମସ୍ତଙ୍କ ଆଶାକୁ ଦୃଷ୍ଟିରେ ରଖିଥିଲୁ, ବଜେଟ ପରେ କହିଲେ ଅର୍ଥ ମନ୍ତ୍ରୀ
‘‘ସରକାରଙ୍କ ଲକ୍ଷ ଥିଲା ଏମିତି କିଛି ଉପାୟ ନେଇ ଆସିବା ଯାହା ଦ୍ୱାରା ଦେଶରେ ବିଭିନ୍ନ ଉପଭୋକ୍ତା ବସ୍ତୁର ବିକ୍ରି ଓ ଉପଯୋଗ ବଢ଼ିବ । ତା‘ ସହିତ ସରକାର ସାର୍ବଜନୀକ କ୍ଷେତ୍ରରେ ନିବେଶରେ କୌଣସି କଟଣି କରିବାକୁ ଚ଼ାହୁଁ ନ ଥିଲେ,’’ ରାହୁଲ ଜୋଶୀଙ୍କ ସହ ଏକ ଏକ୍ସକ୍ଲୁସିଭ୍ ସାକ୍ଷାକତାରରେ କହିଛନ୍ତି ସୀତାରମଣ ।

ରାହୁଲ ଜୋଶୀଙ୍କ ସହ ଏକ୍ସକ୍ଲୁସିଭ୍ ସାକ୍ଷାକତାରରେ ନିର୍ମଳା ସୀତାରମଣ
- News18 Odia
- Last Updated: February 1, 2020, 9:49 PM IST
ନୂଆ ଦିଲ୍ଲୀ: ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ବଜେଟ ସଂସଦରେ ଉପସ୍ଥାପିତ କରିବା ପରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏହି ବଜେଟ ପଛରେ ସରକାରଙ୍କ ଇଚ୍ଛା ଥିଲା ସାଧାରଣ ଲୋକଙ୍କ ହାତକୁ ଅଧିକ ଟଙ୍କା ଆସିବା ସୁନିଶ୍ଚିତ କରିବା, ଯାହା ଫଳରେ ସେମାନେ ଖର୍ଚ୍ଚ କରିବା ଆରମ୍ଭ କରିବା ଓ ମାନ୍ଦା ଅର୍ଥ ବ୍ୟବସ୍ଥାକୁ ଗତି ମିଳିବ ।
ନେଟୱାର୍କ ୧୮ର ମୁଖ୍ୟ ସମ୍ପାଦକ ରାହୁଲ ଜୋଶୀଙ୍କ ସହ ଏକ ଏକ୍ସକ୍ଲୁସିଭ୍ ସାକ୍ଷାକତାରରେ ସୀତାରମଣ କହିଛନ୍ତି ଯେ ଏହି ବଜେଟରେ ସରକାର ସମାଜର ସବୁ ବର୍ଗର ଲୋକଙ୍କ ପାଇଁ କିଛି କିଛି ରିହାତି ଓ ଖୁସିର କାରଣ ରଖିଛନ୍ତି ଯାହା ସେମାନେ ସରକାରଙ୍କ ଠାରୁ ଆଶାକରୁଥିଲେ ।
‘‘ସରକାରଙ୍କ ଲକ୍ଷ ଥିଲା ଏମିତି କିଛି ଉପାୟ ନେଇ ଆସିବା ଯାହା ଦ୍ୱାରା ଦେଶରେ ବିଭିନ୍ନ ଉପଭୋକ୍ତା ବସ୍ତୁର ବିକ୍ରି ଓ ଉପଯୋଗ (consumption) ବଢ଼ିବ । ତା‘ ସହିତ ସରକାର ସାର୍ବଜନୀକ କ୍ଷେତ୍ରରେ ନିବେଶରେ କୌଣସି କଟଣି କରିବାକୁ ଚ଼ାହୁଁ ନ ଥିଲେ,’’ ଏହି ସାକ୍ଷାତକାରରେ କହିଛନ୍ତି ସୀତାରମଣ ।

‘‘ଅର୍ଥ ବ୍ୟବସ୍ଥାକୁ ଗତି ଦେବା ପାଇଁ କେନ୍ଦ୍ର ସରକାର ସବୁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି,’’ କହିଛନ୍ତି ସୀତାରମଣ ।
ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଯଥା କ୍ରମେ ୯୯,୩୦୦ କୋଟି ଓ ୬୦,୦୦୦ କୋଟି ଟଙ୍କା ଘୋଷଣା କରିଛନ୍ତି । ବଜେଟ ଉପସ୍ଥାପନ କରିବା ପରେ ସୀତାରମଣ ରାହୁଲ ଜୋଶୀଙ୍କ ସହ ଏହି ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ ବଜେଟରେ କରାଯାଇଥିବା ଘୋଷଣାଗୁଡ଼ିକ ବିଷୟରେ ବିସ୍ତୃତଭାବେ ସୂଚ଼ନା ଦେଇଥିଲେ ।
ସୀତାରମଣ କହିଛନ୍ତି ଯେ କର୍ପୋରେଟ ଟ୍ୟାକ୍ସରେ କଟଣି କରିବା ପରେ ସରକାର ନିଜ ଉଦ୍ଦେଶ୍ୟ ସଫା କରିସାରିଥିଲେ । ‘‘ଏବେ ଘରୋଇ ଉଦ୍ୟୋଗ କ୍ଷେତ୍ରରେ ନିବେଶରେ ତୀବ୍ରତା ଦେଖିବାକୁ ମିଳିବ । ‘‘ସରକାର ନିବେଶକ ସୁବିଧା କେନ୍ଦ୍ର ଖୋଲିବେ ଯାହା ଫଳରେ ସୋଭେରେନ୍ ଫଣ୍ଡ୍ସ୍ ଦ୍ୱାରା ପୁଞ୍ଜି ଆସିଚ଼ାଲିବ । ଅର୍ଥ ମନ୍ତ୍ରୀ ମାନିଛନ୍ତି ଯେ ସଂଗୃହିତ ଡାଟାରୁ ଜଣାପଡ଼ିଛି ଯେ ଜୁଲାଇ ୨୦୧୯ ପରେ ନିବେଶ କ୍ଷେତ୍ରରେ ଋଣାତ୍ମକ ପ୍ରଭାବ ଅନ୍ତ ହେବା ଆରମ୍ଭ କରିଥିଲା ।
ବଜେଟ ସଂସଦରେ ଆଗତ ହେବା ପରେ ଷ୍ଟକ୍ ମାର୍କେଟରେ ଆସିଥିବା ଭୀଷଣ ନିମ୍ନ ଲମ୍ଫ ବିଷୟରେ ଉତ୍ତର ଦେଇ ସୀତାରମଣ କହିଛନ୍ତି ଯେ ସୋମବାର ଠାରୁ ଷ୍ଟକ୍ ମାର୍କେଟରେ ଗୁଣାତ୍ମକ ସୁଧାର ନିଶ୍ଚୟ ଦେଖିବାକୁ ମିଳିବ । ‘‘ବଜେଟକୁ ବୁଝିବା ପରେ ନିବେଶକଙ୍କ ମନର ଭାବ ପଜିଟିଭ୍ ହେବ,’’ ସେ କହିଛନ୍ତି ।
‘‘ଅର୍ଥ ବ୍ୟବସ୍ଥାକୁ ଗତି ଦେବା ପାଇଁ କେନ୍ଦ୍ର ସରକାର ସବୁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ରାଜସ୍ୱୀୟ କ୍ଷତି କାରଣରୁ ରେଟିଂକୁ ଡାଉନଗ୍ରେଡ୍ କରାଯିବାର ସମ୍ଭାବନା ଆଉ ରହିବ ନାହିଁ । ଅର୍ଥ ବ୍ୟବସ୍ଥାର ସବୁ ସଂଖ୍ୟା ଏବେ ଫ୍ରେମୱାର୍କ ଭିତରେ ଅଛି,’’ କହିଛନ୍ତି ସୀତାରମଣ ।
ଅଣ-ବ୍ୟାଙ୍କିଂ ଆର୍ଥିକ ସଙ୍ଗଠନ (NBFC) ଗୁଡ଼ିକରେ ହେଉଥିବା ଆର୍ଥିକ ସଙ୍କଟ ବିଷୟରେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସରକାର ସେହି ସେକ୍ଟରରେ ଥିବା ସଙ୍କଟକୁ ଅଣଦେଖା କରିନାହାନ୍ତି ।
ଆପଣ ସାକ୍ଷାତକାର ଏଇଠି ଦେଖି ପାରନ୍ତି: