ନୋ ଭେହିକ୍ଲ୍ ଡେ: ଗାଡ଼ି ଛାଡ଼ି ସାଇକେଲ୍‌ରେ ଅଫିସ୍ ଆସିଲେ ସରକାରୀ ବାବୁ

କିଛି କର୍ମଚ଼ାରୀ ଓଲା ଓ ଉବେର୍ ଟ୍ୟାକ୍ସିରେ ଆସିଥିଲେ । ଅନ୍ୟ କେତେକ ‘ନୋ ଭେଇକିଲ ଡେ’ ବୋଲି ସମ୍ପୂର୍ଣ୍ଣ ଭୂଲି ଯାଇଥିଲେ। ଆସନ୍ତା ଶୁକ୍ରବାର ଠାରୁ ସାଇକେଲ ନେଇ ଆସିବେ ବୋଲି କହିଛନ୍ତି ସେମାନେ । ଆଉ କିଛି ଗାଡ଼ି ନେଇ ଆସିଥିବାରୁ କାର୍ଯ୍ୟାଳୟରୁ ଫେରିଯାଇଥିଲେ ।

ନୋ ଭେହିକ୍ଲ୍ ଡେ: ଗାଡ଼ି ଛାଡ଼ି ସାଇକେଲ୍‌ରେ ଅଫିସ୍ ଆସିଲେ ସରକାରୀ ବାବୁ
ପ୍ରଶଂସନୀୟ ପଦକ୍ଷେପ: ବେଶ୍‌ କିଛି କର୍ମଚ଼ାରୀ ସାଇକେଲ୍‌ରେ ଅଫିସ୍‌ ପହଞ୍ଚିଥିଲେ ।
  • News18 Odia
  • Last Updated: December 14, 2019, 6:16 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ସାଇକେଲ ଚଢ଼ି ଅଫିସ୍ ଆସିଲେ ସରକାରୀ ବାବୁ । ଶୁକ୍ରବାରକୁ ନୋ ଭେଇକିଲ୍ ଡେ ଘୋଷଣା କରିବା ପରେ ସକାଳୁ ବିଡିଏ (BDA) ଓ ବିଏମସି (BMC) ଅଫିସରେ ଦେଖିବାକୁ ମିଳିନଥିଲା ଗାଡ଼ି । କିଏ ଚ଼ାଲି ଚ଼ାଲି ଆସିଥିଲେ ତ ଆଉ କିଏ ସାଇକେଲ ଧରି ଆସିଥିଲେ ଅଫିସକୁ ।

ପରିବେଶ ସନ୍ତୁଳନ ସହ ଟ୍ରାଫିକ୍ ନିୟନ୍ତ୍ରଣ ଓ ଫିଟ୍ ରହିବାର ନୂଆ ଫଣ୍ଡା ଖୋଜିଛି ବିଏମସି । ଆଜି ଖୋଦ୍ ବିଏମସି କମିଶନର ପ୍ରେମଚନ୍ଦ୍ର ଚୈାଧୁରୀ ସକାଳ ୯ଟା ୧୫ମିନିଟରେ ସାଇକେଲ ଧରି ପହଞ୍ଚିଥିଲେ କାର୍ଯ୍ୟାଳୟରେ । ପରେ ପରେ ବିଏମସି ଅତିରିକ୍ତ କମିଶନର ଅବନୀ ପଟ୍ଟନାୟକ ମଧ୍ୟ ସାଇକେଲ ଧରି ଆସିଥିବା ଦେଖିବାକୁ ମିଳିଥିଲା । ଅନେକ କର୍ମଚାରୀ ଚାଲିଚାଲି ଆସିଥିବାବେଳେ ଆଉ ଅନେକ ସାଇକେଲ ନେଇ ଆସିଥିଲେ ।

“ସମାଜକୁ ସଚେତନ କରିବାକୁ ହେଲେ ପ୍ରଥମେ ନିଜେ ସଚେତନ ହେବାକୁ ପଡ଼ିବ । ଏହି ପ୍ରକ୍ରିୟା ଆଗକୁ ବଜାୟ ରହିବ,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୈାଧୁରୀ ।

ସକାଳୁ ବିଡିଏରେ ବି ଦେଖିବାକୁ ମିଳିଥିଲା ସମାନ୍ ଚିତ୍ର  । ସକରାରୀ ବାବୁଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ସମସ୍ତେ ସାଇକେଲ ଚଲାଇ ଆସିଥିବାବେଳେ କିଛି ଚାଲିଚାଲି ଆସିଥିଲେ । ସବୁ ଦିନ ଠାରୁ ଆଜିର ଦିନ ଥିଲା ଟିକିଏ ଭିନ୍ନ । ଅଫିସ୍ ଆସିବା ପାଇଁ ସମୟ ଠାରୁ ଘଣ୍ଟାଏ ପୂର୍ବରୁ ବାହାରିଥିଲେ କର୍ମଚାରୀ  । ମହିଳାମାନେ ହଇରାଣ ହୋଇଥିବାବେଳେ ଚାଲି ଚାଲି ଆସିବା କଷ୍ଟକର ହୋଇଛି ବୋଲି କହିଛନ୍ତି  ।

କିଛି କର୍ମଚ଼ାରୀ ଓଲା ଓ ଉବେର୍‌ ଟ୍ୟାକ୍ସିରେ ଆସିଥିବା ବେଳେ ଅନ୍ୟ କେତେକ ‘ନୋ ଭେଇକିଲ ଡେ’ ବୋଲି ସମ୍ପୂର୍ଣ୍ଣ ଭୂଲି ଯାଇଥିବା କହିଛନ୍ତି । ଆସନ୍ତା ଶୁକ୍ରବାର ଠାରୁ ସାଇକେଲ ନେଇ ଆସିବେ ବୋଲି କହିଛନ୍ତି ସେମାନେ । ଏପରିକି କିଛି କର୍ମଚ଼ାରୀ ଗାଡ଼ି ନେଇ ଆସିଥିବାରୁ କାର୍ଯ୍ୟାଳୟରୁ ଫେରିଯାଇଥିଲେ ।

ବିଏମସିର ଏଭଳି ନିଷ୍ପତ୍ତି କୁ ସ୍ବାଗତ କରିଛି ବିଡ଼ିଏ । “ଏହା ଏକ ଭଲ ପଦକ୍ଷେପ । ସମସ୍ତଙ୍କୁ ମାନିବା ଉଚିତ୍ । ପଲ୍ୟୁସନ୍‌-ଫ୍ରି ପରିବେଶ ନିର୍ମାଣ କରିବାରେ ଯେତିକି ସହାୟତା କରିହେବ ସବୁ କରିବାକୁ ଚ଼େଷ୍ଟା କରିବୁ,’’ କହିଛନ୍ତି ବିଡିଏ ଅତିରିକ୍ତ କମିଶନର ହରିଶ୍ଚନ୍ଦ୍ର ନାୟକ ।

ପୂର୍ବରୁ ରାଜଧାନୀବାସୀଙ୍କୁ ପଥୋତ୍ସବ ଜରିଆରେ ଫିଟ୍ ରଖିବାକୁ ପ୍ରୟାସ ଆରମ୍ଭ କରିଥିଲା । ଏବେ ସାଇକେଲ ପାଲଟିଛି ନୂଆ ଟ୍ରେଣ୍ଡ । ​
First published: December 13, 2019, 2:47 PM IST
corona virus btn
corona virus btn
Loading