News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉପକ୍ରମ (PSU) ବ୍ରଡକାଷ୍ଟ ଇଞ୍ଜିନିୟରିଂ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL) ୫୬୭ଟି ଖାଲି ପଦବୀ ଭରିବା ପାଇଁ ଦେଉଥିବା ବିଜ୍ଞପ୍ତିରେ ଆବେଦନର ଶେଷ ତାରିଖକୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଏହି ସବୁ ପଦ ପାଇଁ ଯୋଗ୍ୟତା ପ୍ଲସ୍-ଟୁ, ସ୍ନାତକ ଓ ସ୍ନାତକୋତ୍ତର ରହିଛି ।
ବେସିଲରେ ଖାଲିଥିବା ପଦ ଓ ସେଗୁଡ଼ିକରସଂଖ୍ୟା ଦେଖନ୍ତୁ । ମୋଟ ଖାଲି ପୋଷ୍ଟ ସଂଖ୍ୟା ହେଉଛି ୫୬୭ ।
ଖାଲି ପଦ | ସଂଖ୍ୟା |
ଇନଭେଷ୍ଟର୍ (ନିବେଶକ) | ୩୦୦ +୫୦ |
ସୁପରଭାଇଜର୍ (ପର୍ଯ୍ୟବେକ୍ଷକ) | ୧୪୫ |
ସିଷ୍ଟମ୍ ଆନାଲିଷ୍ଟ୍ | ୦୨ |
ସିନିୟର ଡୋମେନ୍ ବିଶେଷଜ୍ଞ | ୧୯ |
ଜୁନିଅର ଡୋମେନ୍ ବିଶେଷଜ୍ଞ | ୨୫ |
କିରାଣୀ (UDC) | ୦୪ |
MTS | ୧୬ |
SME | ୦୫ |
ୟଙ୍ଗ୍ ପ୍ରଫେସନାଲ୍ (ଯୁବ ବୃତ୍ତିଗତ ବ୍ୟକ୍ତି) | ୦୫ |
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଭୟଙ୍କର ହେଉଛି Coronaର ପ୍ରକୋପ, କିନ୍ତୁ ଏ ଯାଏଁ ମିଳିନି ଟ୍ରିପଲ୍ ମ୍ୟୁଟାଣ୍ଟ୍ ଭ୍ୟାରିଆଣ୍ଟ୍ ଯୋଗ୍ୟତାସ୍ନାତକ ଓ ସ୍ନାତକୋତ୍ତର ପ୍ରାର୍ଥୀମାନେ ଏହି ପଦବୀଗୁଡ଼ିକ ପାଇଁ ଆବେଦନ କରିପାରିବେ ।ଶିକ୍ଷାଗତ ଯୋଗ୍ୟତା ବିଷୟରେ ବିସ୍ତୃତ ସୂଚନା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ ।
ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁପ୍ରାର୍ଥୀମାନଙ୍କର ଏକ ବୈଧ ବ୍ୟକ୍ତିଗତ ଇ-ମେଲ୍ ID ରହିଥିବା ଆବଶ୍ୟକ ।ଯଦି କୌଣସି ପ୍ରାର୍ଥୀଙ୍କ ପାଖରେ ଏକ ବୈଧ ବ୍ୟକ୍ତିଗତ ଇ-ମେଲ୍ ID ନ ଥାଏ, ତେବେ ସେ ଅନଲାଇନ୍ ଆବେଦନ କରିବା ପୂର୍ବରୁ ତାଙ୍କର ନୂଆ ଇ-ମେଲ୍ ID ସୃଷ୍ଟି କରିବା ଉଚିତ୍ ।
ବୟସ ସୀମାବେସିଲରେ ଏହି ଖାଲିଥିବା ବିଭିନ୍ନ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଉଚିତ । ଖାଲି ପଦଗୁଡି଼କର ବୟସ ସୀମା ଜାଣିବା ପାଇଁ ଆପଣ
ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିପାରିବେ ।
ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରୁ ଓଡ଼ିଶା ଫେରୁଥିଲେ ୧୪-ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ; ସୀମାରେ ଚେକିଂ କଡ଼ା ହେଲାଆବେଦନ କରିବାର ଶେଷ ତାରିଖ - ୩୦ଏପ୍ରିଲ୍ ।
ଚୟନ ପ୍ରକ୍ରିୟାଏହି ପଦବୀଗୁଡ଼ିକ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ଚୟନ ପୂର୍ବନିର୍ଦ୍ଧାରିତ ଚୟନ ପଦ୍ଧତି ଆଧାରରେ ହେବ ।
ଆବେଦନ ଶୁଳ୍କଛଜେନେରାଲ୍, ଓବିସି, ମହିଳା, ପୂର୍ବତନ ସେନା କର୍ମୀଙ୍କ ପାଇଁ ୯୫୫ ଟଙ୍କା ।
SC, ST, EWSଙ୍କ ପାଇଁ ୬୭୦ ଟଙ୍କା ।
କେମିତି ଆବେଦନ କରିବେଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଧାର୍ଯ୍ୟ ତାରିଖ ପୂର୍ବରୁ ବେସିଲର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।