ସରକାରୀ ଚାକିରି: SSC CGLରେ ୬,୦୦୦ରୁ ଅଧିକ ଖାଲି ପଦ ପାଇଁ ବିଜ୍ଞପ୍ତି ବାହାରିଛି
ଏହି ଚାକିରିଗୁଡ଼ିକ ପାଇଁ ଅନଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଜାନୁୟାରୀ ୨୦୨୧ । ମେ’ ମାସ ୨୯ ତାରିଖରୁ ଜୁନ୍ ୭ ତାରିଖ ମଧ୍ୟରେ SSC ଏହି CGL Tier-I ପରୀକ୍ଷା ଆୟୋଜନ କରିବ ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: December 31, 2020, 6:18 PM IST
ନୂଆ ଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ (Staff Selection Commission, SSC) ନିଜ ଅଫିସିଆଲ୍ ୱେବସାଇଟରେ ମିଳିତ ସ୍ନାତକ ସ୍ତର ପରୀକ୍ଷା ୨୦୨୦ (Combined Graduate Level Examination 2020) ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । SSC CGL ୨୦୨୦ ବିଜ୍ଞପ୍ତି ବର୍ତ୍ତମାନ ଆୟୋଗର ୱେବସାଇଟରେ (ssc.nic.in) ଉପଲବ୍ଧ ଅଛି ।
SSC CGL ପରୀକ୍ଷା ୨୦୨୦ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଡିସେମ୍ବର ୨୯ ତାରିଖ ଠାରୁ ଆରମ୍ଭ ହୋଇଛି । SSC CGL ପାଇଁ ଅନଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଜାନୁୟାରୀ ୨୦୨୧ । ତଥାପି ପ୍ରାର୍ଥୀମାନେ ଫେବୃଆରୀ ୨, ୨୦୨୧ ପର୍ଯ୍ୟନ୍ତ ଦେୟ (ପରୀକ୍ଷା ଫିସ୍) ଦେଇପାରିବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନୂଆ ବର୍ଷ ୨୦୨୧: ଦେଖନ୍ତୁ ବଲିଉଡ୍ ସେଲିବ୍ରିଟିମାନେ କେମିତି ଛୁଟି ବିତାଉଛନ୍ତି – Viral Photos
ମେ’ ମାସ ୨୯ ତାରିଖରୁ ଜୁନ୍ ୭ ତାରିଖ ମଧ୍ୟରେ SSC ଏହି CGL Tier-I ପରୀକ୍ଷା ଆୟୋଜନ କରିବ । ବିଭିନ୍ନ ମନ୍ତ୍ରଣାଳୟ / ବିଭାଗ ଓ ସଙ୍ଗଠନରେ ବିଭିନ୍ନ ଗ୍ରୁପ୍ 'ବି' ଓ ଗ୍ରୁପ୍ 'ସି' ପଦବୀ ପୂରଣ କରିବା ପାଇଁ କର୍ମଚାରୀ ଚୟନ ଆୟୋଗ ଏହି ମିଳିତ ସ୍ନାତକ ସ୍ତର ପରୀକ୍ଷା ୨୦୨୦ କରାଉଛି ।
ଏହା ବି ପଢ଼ନ୍ତୁ | ସଲମାନ୍ ଖାନଙ୍କ ‘ଅଖତର ଚାଚା’ ଠେଲା ଲଗେଇ ଜୀବନ କାଟୁଛନ୍ତି; ମନରେ ଏହି ଆଶା ରହିଛି
ପେ’ ସ୍କେଲ୍ (ସ୍ତର ଅନୁଯାୟୀ)
ପେ’ ଲେଭଲ୍ ୮ – ୪୭,୬୦୦ ଟଙ୍କାରୁ ୧,୫୧,୧୦୦ ଟଙ୍କା
ପେ’ ଲେଭଲ୍ ୭ – ୪୪,୯୦୦ ଟଙ୍କାରୁ ୧,୪୨,୪୦୦ ଟଙ୍କା
ପେ’ ଲେଭଲ୍ ୬ – ୩୫,୪୦୦ ଟଙ୍କାରୁ ୧,୧୨,୪୦୦ ଟଙ୍କା
ପେ’ ଲେଭଲ୍ ୫ – ୨୯,୨୦୦ ଟଙ୍କାରୁ ୯୨,୩୦୦ ଟଙ୍କା
ପେ’ ଲେଭଲ୍ ୪ – ୨୫,୫୦୦ ଟଙ୍କାରୁ ୮୧,୧୦୦ ଟଙ୍କା
ଏହା ବି ପଢ଼ନ୍ତୁ | Viral PHOTOS: ଅଭିନେତ୍ରୀ ଶମା ସିକନ୍ଦର୍ ନିଜ ହଟ୍ ଅବତାର ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି
ଖାଲି ପଦ ଓ ସଂରକ୍ଷଣ
ପରୀକ୍ଷା ପାଇଁ ଟେଣ୍ଟେଟିଭ୍ ଖାଲି ପଦଗୁଡ଼ିକ ହେଉଛି ୬,୫୦୬ (Group ‘B’ Gazetted-250, Group ‘B’ Non-Gazetted-3513, Group ‘C’-2743)
ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ଅନ୍ୟାନ୍ୟ ପଛୁଆ ବର୍ଗ (OBC), ଆର୍ଥିକ ଦୁର୍ବଳ ବର୍ଗ (EWS), ପୂର୍ବତନ ସୈନିକ (ESM) ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ (PWD) ପାଇଁ ଯଥା ରୀତି ସଂରକ୍ଷଣ ରହିଛି । ଏହା ବିଭିନ୍ନ ମନ୍ତ୍ରଣାଳୟ / ବିଭାଗ / କାର୍ଯ୍ୟାଳୟ / କ୍ୟାଡର ଦ୍ୱାରା ନିର୍ଦ୍ଧାରିତ ହେବ ।
ଏହା ବି ପଢ଼ନ୍ତୁ | ବ୍ରିଟେନରେ କରୋନାକୁ ନେଇ ରାଜ୍ୟରେ ଚିନ୍ତା: ୩୪ ବର୍ଷୀୟ ଯୁବକଙ୍କ ପରେ ୪ ବର୍ଷର ଶିଶୁ ପଜି଼ଟିଭ୍
ପରୀକ୍ଷାର ଯୋଜନା:
ନିମ୍ନରେ ଦିଆଯାଇଥିବା ପରି ଚାରୋଟି ସ୍ତରରେ ଏହି ପରୀକ୍ଷା ଆୟୋଜିତ ହେବ ।
ପ୍ରଥମ ପର୍ଯ୍ୟାୟ: କମ୍ପ୍ୟୁଟର ଆଧାରିତ ପରୀକ୍ଷା
ଦ୍ୱିତୀୟ ପର୍ଯ୍ୟାୟ: କମ୍ପ୍ୟୁଟର ଆଧାରିତ ପରୀକ୍ଷା
ତୃତୀୟ ପର୍ଯ୍ୟାୟ: କଲମ ଓ କାଗଜ ମୋଡ୍ (descriptive paper)
ଚତୁର୍ଥ ପର୍ୟ୍ୟାୟ: କମ୍ପ୍ୟୁଟର ଦକ୍ଷତା ପରୀକ୍ଷା / ଡାଟା ଏଣ୍ଟ୍ରି ସ୍କିଲ୍ ପରୀକ୍ଷା (ଯେଉଁଠାରେ ପ୍ରଯୁଜ୍ୟ)
ଏହା ବି ପଢ଼ନ୍ତୁ | ପରୀ ହତ୍ୟାକାଣ୍ଡ: SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପାଦ ତଳେ ଲୋଟିଗଲେ ଅଭିଯୁକ୍ତ ସରୋଜର ମାଆ
SSC CGL 2020: ଗୁରୁତ୍ୱପୂର୍ଣ୍ଣ ତାରିଖ
ଆବେଦନ ପ୍ରକ୍ରିୟା ୨୯.୧୨.୨୦୨୦ରୁ ଆରମ୍ଭ ହୋଇଛି ।
ଆବେଦନ ପାଇଁ ଶେଷ ତାରିଖ ହେଉଛି ୩୧.୧୨.୨୦୨୧ ।
ଦେୟ ପାଇଁ ଶେଷ ତାରିଖ ୦୨.୦୨.୨୦୨୧ ।
ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୨୯.୦୫.୨୦୨୧ରୁ ୦୬.୦୭, ୨୦୨୧ ମଧ୍ୟରେ ହେବ ।