ଜରୁରୀ ଖବର! ସରକାର ଆଣିଲେ ବୀମା ସହ ଜଡ଼ିତ ନୂଆ ନିୟମ; ପଲିସିଧାରୀ ପାଇବେ ଏହି ସୁବିଧା

Insurance Ombudsman Rules: ଅଭିଯୋଗର ତୁରନ୍ତ ସମାଧାନ ପାଇଁ ସରକାର ବୀମା ଲୋକପାଳର ନିୟମ ପରିବର୍ତ୍ତନ କରିଛନ୍ତି । ପଲିସିଧାରୀ ମାନେ ନୂତନ ନିୟମ ଅନୁଯାୟୀ ଏହି ସୁବିଧା ପାଇବେ ।

ଜରୁରୀ ଖବର! ସରକାର ଆଣିଲେ ବୀମା ସହ ଜଡ଼ିତ ନୂଆ ନିୟମ; ପଲିସିଧାରୀ ପାଇବେ ଏହି ସୁବିଧା
ସରକାର ଆଣିଲେ ବୀମା ସହ ଜଡିତ ନୂଆ ନିୟମ
  • News18 Odia
  • Last Updated: March 4, 2021, 10:32 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଜିର ସମୟରେ ଅଧିକାଂଶ ଲୋକ ବୀମା ପଲିସି ନେଇଛନ୍ତି । ଏଭଳି ପରିସ୍ଥିତିରେ ସରକାର ବୀମା ସମ୍ବନ୍ଧୀୟ ନୂତନ ନିୟମ ପ୍ରସ୍ତୁତ କରି ପଲିସିଧାରୀଙ୍କ ସମସ୍ୟାକୁ ହ୍ରାସ କରିଛନ୍ତି । ନୂତନ ନିୟମ ଅନୁଯାୟୀ ଗ୍ରାହକମାନେ ଅନଲାଇନରେ ବୀମା କମ୍ପାନୀ ସହ ଜଡିତ ଅଭିଯୋଗ କରିପାରିବେ । ଆହୁରି ମଧ୍ୟ ଆପଣ ଅନଲାଇନରେ ଆପଣଙ୍କର ଅଭିଯୋଗର ସ୍ଥିତିକୁ ଟ୍ରାକ୍ ମଧ୍ୟ କରିପାରିବେ । ବୀମା ସମ୍ବନ୍ଧୀୟ ଅଭିଯୋଗ ଓ ନିରପେକ୍ଷ ସମାଧାନ ପାଇଁ ବୁଧବାର ସରକାର ବୀମା ଲୋକପାଳର ନିୟମ ୨୦୧୭ ରେ ସଂଶୋଧନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ସଂଶୋଧିତ ନିୟମ ଅନୁଯାୟୀ ବୀମା କମ୍ପାନୀ ଓ ପଲିସିଧାରୀଙ୍କ ମଧ୍ୟରେ ବିବାଦ ଠାରୁ ନେଇ ଏଜେଣ୍ଟ ଓ ଅନ୍ୟ ମଧ୍ୟସ୍ଥିଙ୍କ ତରଫରୁ ସେବାରେ ଥିବା ତ୍ରୁଟି ପର୍ଯ୍ୟନ୍ତ ଅଭିଯୋଗ ହୋଇପାରିବ ।

ପଲିସିଧାରୀମାନେ ଏହି ସୁବିଧା ପାଇବେ
ପଲିସିଧାରୀମାନେ ବର୍ତ୍ତମାନ ଅଭିଯୋଗକୁ ଇଲେକ୍ଟ୍ରୋନିକ୍ ଭାବରେ ଓମ୍ବିଡସମ୍ୟାନଙ୍କ ନିକଟରେ ଦାଖଲ କରିବା ସହିତ ଅନଲାଇନରେ ସେମାନଙ୍କର ଅଭିଯୋଗର ସ୍ଥିତିକୁ ଟ୍ରାକ୍ କରିପାରିବେ । ଅର୍ଥ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ନୋଟିସ ଜାରି କରି କହିଛି ଯେ ଏହି ନିୟମ ପରିବର୍ତ୍ତନ କରାଯାଇଛି । ଏହା ଅଧୀନରେ ବୀମା କମ୍ପାନୀଗୁଡ଼ିକୁ ଏକ କମ୍ପ୍ଲେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ତିଆରି କରିବାକୁ ପଡ଼ିବ । ଯାହାଦ୍ୱାରା ପଲିସିଧାରୀମାନେ ସେମାନଙ୍କର ଅଭିଯୋଗର ସ୍ଥିତି ଅନଲାଇନରେ ଟ୍ରାକ କରିପାରିବେ ।

ଭିଡିଓ କନଫରେନ୍ସିଂ ପାଇଁ ଏକ ସୁବିଧା ମଧ୍ୟ ରହିବ
ଏହି ନୂତନ ନିୟମ ସହିତ ବୀମା ବ୍ରୋକରମାନେ ମଧ୍ୟ ଲୋକପାଲଙ୍କ ଅଧୀନରେ ଆସିବେ । ଲୋକପାଲ ଶୁଣାଣି ପାଇଁ ଗ୍ରାହକମାନେ ଭିଡିଓ କନଫରେନ୍ସିଂ ସୁବିଧା ମଧ୍ୟ ବ୍ୟବହାର କରିପାରିବେ । ଏହି ବିବୃତ୍ତିରେ କୁହାଯାଇଛି ଯେ ଲୋକପାଲଙ୍କ ଚୟନ ପ୍ରକ୍ରିୟାର ସ୍ୱାଧୀନତା ଓ ଅଖଣ୍ଡତା ରକ୍ଷା ପାଇଁ ସଂଶୋଧନ କରାଯାଇଛି । ଚୟନ କମିଟି ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କୁ ଗ୍ରାହକଙ୍କ ଅଧିକାରକୁ ପ୍ରୋତ୍ସାହିତ କରିବା କିମ୍ବା ବୀମା କ୍ଷେତ୍ରରେ ଗ୍ରାହକଙ୍କ ନିରାପତ୍ତାକୁ ଅଗ୍ରଗତି କରିବାର ଏକ ଟ୍ରାକ୍ ରେକର୍ଡ ଅନ୍ତର୍ଭୁକ୍ତ କରିବ ।

ଗତ ବର୍ଷ ଦିଆଯାଇଥିଲା ପରାମର୍ଶ
ଗତ ବର୍ଷ ସଂସଦୀୟ ପ୍ୟାନେଲ ବୀମା ଅଭିଯୋଗର ସମାଧାନ ପାଇଁ ଏକ ଯାନ୍ତ୍ରିକ ପ୍ରସ୍ତାବ ଦେଇଥିଲା । ସଂସଦୀୟ ପ୍ୟାନେଲ କହିଛି ଯେ ବୀମା ଓମ୍ଫେଡ୍ସମ୍ୟାନ୍ ଭାବରେ ବିବାଦ ଓ ଅଭିଯୋଗ ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ।

ଜାଣନ୍ତୁ କ'ଣ ଏହି ବୀମା ଲୋକପାଳ
ଭାରତ ସରକାରଙ୍କ ଦ୍ୱାରା ବୀମା ଲୋକପାଳ ସ୍କିମ କାର୍ଯ୍ୟକାରୀ କରାଯଇଛି । ଏହାର ଉଦ୍ଦେଶ୍ୟ ହେଉଛି ବୀମାଭୁକ୍ତ ଗ୍ରାହକଙ୍କ ଅଭିଯୋଗ ଓ ସେମାନଙ୍କର ସମସ୍ୟାର ସମାଧାନ କରିବା । ଦେଶର ୧୭ ଟି ସହରରେ ବୀମା ଲୋକପାଳ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି । ପ୍ରତ୍ୟେକ କାର୍ଯ୍ୟାଳୟର ନିଜସ୍ୱ ଅଧିକାର ଅଛି । ବୀମା କମ୍ପାନୀ କାର୍ଯ୍ୟାଳୟ ପରିସର ଅନୁଯାୟୀ ଆପଣ ଅଭିଯୋଗ କରୁଥିବା ସଂପୃକ୍ତ ପ୍ରାଧିକରଣ ସହିତ ଆପଣ ବୀମା ଲୋକପାଳ ସହିତ ଯୋଗାଯୋଗ କରିପାରିବେ ।
Published by: Jagdish Barik
First published: March 4, 2021, 10:32 AM IST