କରୋନା କାଳରେ ଖଣି କମ୍ପାନୀ ଉପରେ କୋଟି କୋଟି ଟଙ୍କାର ଫାଇନ୍ ଲଗାଇଲେ ସରକାର

ଡିମାଣ୍ଡ ନୋଟିସ ଅନୁସାରେ ୧୫ ଦିନ ମଧ୍ୟରେ ଟଙ୍କା ଦେବା ପାଇଁ ଖଣି କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦୁଝର ଜିଲ୍ଲା ଖଣି ଯୁଗ୍ମ ନିର୍ଦ୍ଦେଶକ। ଆବଶ୍ୟକ ପରିମାଣର ଲୁହା ପଥର ଉତ୍ତୋଳନ କରାଯାଇନଥିବାରୁ ଲାଗିଛି ଏହି ଫାଇନ୍ ।

ଖଣି କମ୍ପାନୀ ଉପରେ କୋଟି କୋଟି ଟଙ୍କାର ଫାଇନ ଲଗାଇଲେ ସରକାର

ଖଣି କମ୍ପାନୀ ଉପରେ କୋଟି କୋଟି ଟଙ୍କାର ଫାଇନ ଲଗାଇଲେ ସରକାର

  • Share this:
News18 Odia Digital

ଭୁବନେଶ୍ବ: ଖଣି କମ୍ପାନୀକୁ ଫାଇନ। କରୋନା କାଳରେ କମ ଉତ୍ତୋଳନ ପାଇଁ ଏହି ଫାଇନ ହୋଇଛି। କରୋନା ସମୟରେ ଗତ ବର୍ଷ ଜୁଲାଇ ମାସରୁ ଚଳିଚ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ବୁଝାମଣା ମୁତାବକ ଖଣିରୁ ଉତ୍ତୋଳନ କରିପାରିନଥିବା ଖଣି କମ୍ପାନୀକୁ ଶହଶହ କୋଟି ଟଙ୍କାର ଜୋରିମାନା କରିଛି ଖଣି ବିଭାଗ।

କେନ୍ଦୁଝର ଜିଲ୍ଲାରେ ଅବସ୍ଥାପିତ ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସିରାଜ ଉଦ୍ଦିନ ଆଣ୍ଡ କୋର ବଳଦା ଆଇରନ ବ୍ଲକକୁ ଅଗଷ୍ଟ ୧୩ରେ ଏହି ଚିଠି ଲେଖିଥିଲେ । ଏଥିରେ ଯୁଗ୍ମ ନିର୍ଦ୍ଦେଶକ ଦର୍ଶାଇଛନ୍ତି ଯେ ବଳଦା ଆଇରନ ବ୍ଲକରୁ ୮୫,୫୦୬ ମେଟ୍ରିକ ଟନ ଉତ୍ତୋଳନ ହେବା କଥା । ହେଲେ ମାତ୍ର ଉତ୍ତୋଳନ ହୋଇଛି ୧୩ ଲକ୍ଷ ମେଟ୍ରିକ ଟନ ଲୁହାପଥର।

ଏଥିପାଇଁ ୬ ହଜାର ୨୮ କୋଟି ୮୨ ଲକ୍ଷ ଟଙ୍କାର ଡିମାଣ୍ଡ ନୋଟିସ ଦିଆଯାଇଛି। କେନ୍ଦୁଝର ଯୋଡ଼ା ଅଞ୍ଚଳରେ ଥିବା ଆର୍ସେଲର ମିତଲ ଇଣ୍ଡିଆ ପ୍ରାଇଭଟ ଲିମିଟେଡ଼ର ଠାକୁରାଣୀ ଆଇରନ ବ୍ଲକକୁ ବି ଚିଠି ଲେଖିଥିଲେ କେନ୍ଦୁଝର ଜିଲ୍ଲା ଯୋଡ଼ାର ଖଣି ନିର୍ଦ୍ଦେଶକ।

ଏଠାରେ ମଧ୍ୟ ଆବଶ୍ୟକ ପରିମାଣର ଲୁହା ପଥର ଉତ୍ତୋଳନ କରାଯାଇନଥିବାରୁ ୧୪୪ କୋଟି ୮୭ ଲକ୍ଷ ଟଙ୍କାର ଡିମାଣ୍ଡ ନୋଟିସ ଦିଆଯାଇଛି। କେନ୍ଦୁଝରର ଵାମିବାରିରେ ଥିବା ଜଗତଜନନୀ ସର୍ଭିସେସ ଲିମିଟେଡ଼ର ଜୁରୁଡି ଆଇରନ ବ୍ଲକକୁ ମଧ୍ୟ ଫାଇନ କରାଯାଇଛି।

ଏହି କମ୍ପାନୀ ମଧ୍ୟ ଆବଶ୍ୟକ ପରିମାଣର ଲୁହାପଥର ଉତ୍ପାଦନ କରିପାରିନାହିଁ। ସେଥିପାଇଁ କମ୍ପାନୀକୁ ୨୮୭ କୋଟି ୨୩ ଲକ୍ଷ ଟଙ୍କାର ଡିମାଣ୍ଡ ନୋଟିସ ପଠାଯାଇଛି ଅର୍ଥାତ ଏହି ଟଙ୍କା ଜୋରିମାନା ଆକାରରେ ଦେବା ପାଇଁ କୁହାଯାଇଛି।

କେନ୍ଦୁଝରର ବଡ଼ବିଲ ଅଞ୍ଚଳରେ ଥିବା ନାବିରାମ ପାୱର ଏଣ୍ଡ ଷ୍ଟିଲ ସର୍ଭିସେସ ଲିମିଟେଡ଼ର ରୋଇଡା ଟୁ ଆଇରନ ବ୍ଲକକୁ ଏହି ଚିଠି କରି ଖଣି ବିଭାଗ କହିଛି ସେମାନେ ଅତିକମ ପରିମାଣର ଲୁହାପଥର ଉତୋଳନ କରିଛନ୍ତି। ତେଣୁ ତାଙ୍କୁ ୧୪୮୩ କୋଟି ୭୪ ଲକ୍ଷ ଟଙ୍କାର ଡିମାଣ୍ଡ ନୋଟିସ କରାଯାଇଛି।

ପୁର୍ବାଞ୍ଚଳ ମାଇନିଂ ଆସୋସିଏସନର ସାଧାରଣ ସମ୍ପାଦକ ପ୍ରବୋଧ ମହାନ୍ତି ଏହି ମାମଲାରେ କହିଛନ୍ତି, "କୋଭିଡ଼ କଟକଣା ଭିତରେ ଧାର୍ଯ୍ୟ ପରିମାଣର ଖଣି ଉତ୍ତୋଳନ କରିବା ସମ୍ଭବ ହେଲାନାହିଁ। ରାଜ୍ୟ ସରକାର କନସିଡ଼ର କରି ଖଣି କମ୍ପାନୀ ମାଲିକ ମାନଙ୍କୁ ରିଲିଫ ଦେବାକଥା। ଏବେ ମଧ୍ୟ କଟକଣା ରହିଛି ।"

କେନ୍ଦୁଝର ନାଗରିକ ମଞ୍ଚ ସଭାପତି କିରଣ ଶଙ୍କର ସାହୁ କହିଛନ୍ତି, "ବିଭିନ୍ନ ଖଣି କମ୍ପାନୀ ମାନଙ୍କୁ ସରକାର ଫାଇନ କରିଛନ୍ତି। ସେମାନେ ଦେଇ ପାରିବେ ନା ନାହିଁ ସନ୍ଦେହ। ସେମାନେ ବଡ଼ ବଡ଼ ଓକିଲ ଧରି କେସ୍ ଲଢିବେ । ବହୁତ କଷ୍ଟ ହେବ ସରକାରଙ୍କୁ ଫାଇନ ଟଙ୍କା ଆଦାୟ କରିବା ପାଇଁ।’’

ଡିମାଣ୍ଡ ନୋଟିସ ଅନୁସାରେ ୧୫ ଦିନ ମଧ୍ୟରେ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦୁଝର ଜିଲ୍ଲା ଖଣି ଯୁଗ୍ମ ନିର୍ଦ୍ଦେଶକ।
Published by:Lipina Das
First published: