ସରକାରୀ କର୍ମଚାରୀ ଖୁସି; ସୂର୍ଯ୍ୟ ପରାଗ ଦିନ ଛୁଟି ଘୋଷଣା

ଆସନ୍ତା ମଙ୍ଗଳବାର ୨୫ ତାରିଖ ସୂର୍ଯ୍ୟ ପରାଗ ହେଉଥିବାରୁ ଏହି ଦିନଟିକୁ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଛି । ଏହାକୁ ନେଇ ସରକାରୀ କର୍ମଚାରୀ ଖୁସିବ୍ୟକ୍ତ କରିଛନ୍ତି ।

ସରକାରୀ କର୍ମଚାରୀ ଖୁସି; ସୂର୍ଯ୍ୟ ପରାଗ ଦିନ ଛୁଟି ଘୋଷଣା

ସରକାରୀ କର୍ମଚାରୀ ଖୁସି; ସୂର୍ଯ୍ୟ ପରାଗ ଦିନ ଛୁଟି ଘୋଷଣା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ୨୫ ତାରିଖ ସୂର୍ଯ୍ୟ ପରାଗ ହେଉଥିବାରୁ ଏହି ଦିନଟିକୁ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଛି । ସୂର୍ଯ୍ୟ ପରାଗରେ ରାଜ୍ୟର ସମସ୍ତ ସରକାରୀ ସ୍କୁଲ, କଲେଜ, ଅଫିସ, କୋର୍ଟ, ବ୍ୟାଙ୍କ ଓ ଅନ୍ୟ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଏ ସମ୍ପର୍କରେ ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ଘୋଷଣା କରାଯାଇଛି ।

ଏହି ଖବର ସରକାରୀ କର୍ମଚାରୀଙ୍କୁ ଖୁସି ଦେଇଛି । କାରଣ ଆଜି ମାସର ଚତୁର୍ଥ ଶନିବାର ପାଇଁ ଅଧିକାଂଶ ସରକାରୀ ଅଫିସ ଛୁଟି ରହିଛି । ଦୀପାବଳି ପାଇଁ ମଧ୍ୟ ଦୁଇ ଦିନ ଛୁଟି ରହିଛି । ମଙ୍ଗଳବାର ସୂର୍ଯ୍ୟପରାଗ ପଡୁଥିବାରୁ ଲଗାତାର ଭାବରେ ୪ଦିନ ଛୁଟି ପାଇବେ ସରକାରୀ କର୍ମଚାରୀ ।
Published by:Soubhagya Mishra
First published: