କୁରାଢ଼ୀ ଧରି ବିବାହ ମଣ୍ଡପରେ ପହଞ୍ଚିଲା ପ୍ରେମିକ; ବର ସାମ୍ନାରେ ହିଁ ପ୍ରେମିକା ମୁଣ୍ଡରେ ସିନ୍ଦୁର ଦେଲା

ଗୋରଖପୁରର ଖୋରାବର ଅଞ୍ଚଳର ଏହି ଝିଅଟିର ବିବାହ ଦେଓରିଆ ଜିଲ୍ଲାରେ ସ୍ଥିର ହୋଇଥିଲା । ବିବାହ ସମୟରେ ବର ଓ କନିଆଁ ପରସ୍ପରର ବେକରେ ଫୁଲମାଳ ପିନ୍ଧାଉଥିଲେ ଓ ଠିକ୍ ଏହି ସମୟରେ ପାଗଳ ପ୍ରେମିକ କୁରାଢ଼ୀ ଧରି ବିବାହ ମଣ୍ଡପରେ ପହଞ୍ଚି ହଙ୍ଗାମା ଆରମ୍ଭ କରି ଦେଇଥିଲା ।

କୁରାଢ଼ୀ ଧରି ବିବାହ ମଣ୍ଡପରେ ପହଞ୍ଚିଲା ପ୍ରେମିକ; ବର ସାମ୍ନାରେ ହିଁ ପ୍ରେମିକା ମୁଣ୍ଡରେ ସିନ୍ଦୁର ଦେଲା
ବର ଆଗରେ ପ୍ରେମିକାକୁ ସିନ୍ଦୁର ଦେଲା ପ୍ରେମିକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଗୋରଖପୁର: ଉତ୍ତର ପ୍ରଦେଶର ଗୋରଖପୁରରେ ଏକପାଖିଆ ପ୍ରେମରେ ପାଗଳ ଜଣେ ପ୍ରେମୀକ ଝିଅର ବିବାହରେ ଏପରି ଏକ ତାଣ୍ଡବ ରଚିଥିଲେ ଯେ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସେ ଝିଅଟିର ବର ସାମ୍ନାରେ କୁରାଢ଼ୀ ଧରି ହଙ୍ଗାମା କରିଥିଲା ଓ ଏହା ପରେ କନିଆଁର ସିନ୍ଥିରେ ସିନ୍ଦୁର ଦେଇ ଦେଇଥିଲା । ଏହା ପରେ ଲୋକମାନେ ଯୁବକଙ୍କୁ ଧରି ତାଙ୍କୁ ନିସ୍ତୁକ ମାଡ଼ ମାରି ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ଏହି ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।

ରାତି ପ୍ରାୟ ୧୧ ଟା ବେଳେ ବିବାହ ମଣ୍ଡପରେ ବରଣମାଳା ସମାରୋହ ପାଳନ କରାଯାଉଥିଲା । ଉଭୟ ବର ଓ କନିଆଁ ମଞ୍ଚରେ ଥିଲେ । ଦୁହେଁ ପରସ୍ପରକୁ ବରଣମାଳା ପିନ୍ଧାଉଥିଲେ ଓ ଠିକ୍ ଏହି ସମୟରେ ପିପ୍ରାଇଚର ବାସିନ୍ଦା ଗୋଲୁ ବିଶ୍ୱକର୍ମା କୁରାଢ଼ୀ ଧରି ମଣ୍ଡପ ଉପରକୁ ଚଢ଼ିଯାଇଥିଲା ଓ ବର ବେକରେ କୁରାଢ଼ୀ ଲଗାଇ ଦେଇଥିଲା । ଯେତେବେଳେ ବର କିଛି ବୁଝିବା ଆରମ୍ଭ କଲେ ସେତବେଳକୁ ସେ ଏପରି ଏକ କାର୍ଯ୍ୟ କରିଦେଇଥିଲା ଯାହାକୁ ଦେଖି ସମସ୍ତ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ବରକୁ କୁରାଢ଼ୀ ହାଣିଦେବ ବୋଲି ଡରାଇ ପାଗଳ ପ୍ରେମିକ ଜଣକ କନିଆଁର ସିନ୍ଥିରେ ସିନ୍ଦୁର ଭରିଦେଇଥିଲା । ଏହା ପରେ ଏଠାରେ ଉତ୍ତେଜନା ଦେଖାଦେଇଥିଲା ।

ଗ୍ରାମର ଯୁବକ ତାଙ୍କୁ ଧରି ନିସ୍ତୁକ ପିଟିଥିଲେ
ଏହି ଘଟଣା ପରେ ପରିବାର ଲୋକ ଅଭିଯୁକ୍ତ ଯୁବକଙ୍କୁ ଗ୍ରାମବାସୀଙ୍କ ସାହାଯ୍ୟରେ ଧରି ତାଙ୍କୁ ନିସ୍ତୁକ ମାଡ଼ ମାରି ମାରି ପୋଲିସକୁ ଡାକିଥିଲେ । ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଯୁବକଙ୍କୁ ଧରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏହି ପୂରା ଘଟଣା ପରେ ବରର ପାର୍ଶ୍ୱ ଝିଅକୁ ନେବାକୁ ମନା କରିଦେଇଥିଲା । ଯାହା ପରେ ସେଠାରେ ପଞ୍ଚାୟତ ବସିଥିଲା ଓ ତା ’ପରଦିନ ବରର ଲୋକମାନେ କନିଆଁକୁ ନେଇଥିଲେ ।

ବାସ୍ତବରେ ଖୋରିଆ ଅଞ୍ଚଳରୁ ଆସିଥିବା ଝିଅର ବିବାହ ଦେଓରିଆ ଜିଲ୍ଲାରେ ସ୍ଥିର ହୋଇଥିଲା । ଝିଅର ପରିବାର ସମସ୍ତ ପ୍ରସ୍ତୁତି ଶେଷ କରିସାରିଥିଲେ । ଏହି ବର ବେଣ୍ଡବାଜା ସହ ମଧ୍ୟ ଠିକ୍ ସମୟରେ ପହଞ୍ଚିଥିଲା । ଏହା’ପରେ ଦ୍ୱାରାପୁଜା କାର୍ଯ୍ୟକ୍ରମ ପରେ, ଯେତେବେଳେ ବରଣମାଳା ସମାରୋହ ଆରମ୍ଭ ହୋଇଥିଲା ଓ ଉଭୟ ବର ଓ କନିଆଁ ପରସ୍ପରର ବେକରେ ବରଣମାଳା ପିନ୍ଧାଉଥିଲେ ଓ ଠିକ୍ ଏହି ସମୟରେ ପାଗଳ ପ୍ରେମୀ ବିବାହ ମଣ୍ଡପରେ ପହଞ୍ଚି ନାଟକ ଆରମ୍ଭ କରି ଦେଇଥିଲା ।
Published by: Jagdish Barik
First published: May 15, 2021, 12:45 PM IST