ଗୋପବନ୍ଧୁ ଦାସ ହେବେ କି ପ୍ରଦୀପ ପାଣିଗ୍ରାହୀଙ୍କ ବିକଳ୍ପ?

ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ ବୁଲିବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି। ବହିଷ୍କାର ପରେ ନିଜ ଦମରେ ସଙ୍ଗଠନ ସଜାଡିବାକୁ ପ୍ରୟାସ ଜାରି ରଖିଛନ୍ତି ପ୍ରଦୀପ।

ମିଶ୍ରଣ ପର୍ବ (ପ୍ରତୀକାତ୍ମକ ଛବି)

ମିଶ୍ରଣ ପର୍ବ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ନିର୍ବାଚନକୁ ଆହୁରି ବର୍ଷେରୁ ଉର୍ଦ୍ଧ୍ବ ସମୟ ଥିବା ବେଳେ ଏବେଠୁ ନିର୍ବାଚନ ବାତାବରଣ ସରଗରମ ହେଲାଣି। ପ୍ରମୁଖ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବର୍ତ୍ତମାନର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରେ ମଧ୍ୟ ନିଜ ଦମରେ ସଙ୍ଗଠନ ସଜାଡିବାକୁ ପ୍ରୟାସ ଜାରି ରଖିଛନ୍ତି।

ନିଜ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା, ସଭା ସମିତି କରି ଲୋକଙ୍କ ସମସ୍ୟାକୁ ବୁଝି ବଳ ଗୋଟାଉଛନ୍ତି ପ୍ରଦୀପ । ଏପଟେ ପ୍ରଦୀପଙ୍କ ବିନା ବିଜେଡିର କିଏ ଦାୟିତ୍ବ ନେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ବୁଲିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଦେଖାଯାଉଛି। ତାଙ୍କୁ ହିଁ ଭବିଷ୍ୟତରେ ଗୋପାଳପୁରରେ ଦଳ ଦାୟିତ୍ବ ଦେଇପାରେ ବୋଲି କୁହାଯାଉଛି। ଏହାରି ଭିତରେ ଆଜି ବିଜେଡି ଯୁବ ଜନତା ଦଳରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ନିଜ ଦଳର ନେତାଙ୍କ ପ୍ରଶଂସା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି।

ମିଶ୍ରଣ ପର୍ବରେ ଗୋପାଳପୁରର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ବିଜେପି ଓ କଂଗ୍ରେସ ସଦସ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ବିଜୁ ଯୁବ ଜନତାଦଳ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ, ଜିଲ୍ଲା ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ ଉପସ୍ଥିତରେ ମିଶ୍ରଣ ପର୍ବ । ମିଶ୍ରଣ ପର୍ବରେ କଂଗ୍ରେସ ଓ ବିଜେପିର ମହିଳା ସଦସ୍ୟ ମାନେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚ୍ୟାଉ ପଟ୍ଟନାୟକଙ୍କ ବିଷୋଦଗାର କରିବା ସହ ଗୋପବନ୍ଧୁ ଦାସଙ୍କୁ ପ୍ରଶଂସା କରିଥିଲେ ।

ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଅସ୍ଥିରତା ସୃଷ୍ଟି ହୋଇଛି। କୋଭିଡ ଭଳି ସମୟରେ ଦୁଇ ବର୍ଷ ଧରି ବିଧାୟକ ଦେଖା ଗଲେ ନାହିଁ। ବାହାରେ ମଉଜ ମଜଲିସ କଲେ। ଦାୟିତ୍ୱ ନେବାକୁ କେହି ନଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଗୋପବନ୍ଧୁ ଦାସଙ୍କୁ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦିଆଗଲା । ସେହିପରି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ମୁଖ୍ୟମନ୍ତ୍ରୀ ସିଧାସଳଖ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଦାୟିତ୍ବ ନେଇଛନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ରାଜନତିକ ସଚିବ ଗୋପବନ୍ଧୁ ଦାସ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଦାୟିତ୍ବ ବୁଝୁଛନ୍ତି। ଗୋପବନ୍ଧୁ ଦାସ ସିଧାସଳଖ ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝୁଛନ୍ତି। ଯାହା କିଛି ଲୋକଙ୍କ ସମସ୍ୟା ରହିବ ସମାଧାନ ମଧ୍ୟ କରାଯିବ। ରଙ୍ଗେଇଲୁଣ୍ଡା ବ୍ଲକ ସଭାପତି ବି ଗୋପବନ୍ଧୁ ଦାସଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହ ତାଙ୍କ ତତ୍ତ୍ଵାବଧାନରେ ଗୋପାଳପୁରରେ ବିଭିନ୍ନ ବିକାଶମୂଳକ କାର୍ଯ ଚାଲିଛି ବୋଲି କହିଛନ୍ତି।
Published by:Soumya Das
First published: