ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଗୋପାଳପୁର ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାର ହୋଇଛି ଅଭିଯୋଗ

ଗୋପାଳପୁର ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାର ହୋଇଛି ଅଭିଯୋଗ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ଉପରେ ଚଢ଼ାଉ ହୋଇଛି।

ଗୋପାଳପୁର ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାର ହୋଇଛି ଅଭିଯୋଗ
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 17, 2021, 12:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ଉପରେ ଚଢ଼ାଉ ହୋଇଛି। ଏକା ସାଙ୍ଗରେ ୧୫ଟି ସ୍ଥାନରେ ଭିଜିଲାନ୍ସ ଟିମ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

ପ୍ରଦୀପଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରାଯାଇଥିବା ବେଳେ ତାଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ମଧ୍ୟ ଛାପା ମରାଯାଇଛି। ଆଜି ସକାଳ ୬ଟାରୁ ଏହି ଏକକଳାନୀ ଚଢ଼ାଉ ଆରମ୍ଭ ହୋଇଥିବା ବେଳେ ପ୍ରଦୀପଙ୍କ ଘନିଷ୍ଠ ସହଯୋଗୀ ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ରେଡ କରାଯାଇଥିବା ସୂଚନା ମିଳିଛି। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଏହାର ତଦନ୍ତ କରାଯାଉଛି।

୨୦୦୯ରୁ ୨୦୨୦ ମଧ୍ୟରେ ବିଧାୟକ ଶ୍ରୀ ପାଣିଗ୍ରାହୀ ୫ କୋଟି ୫ ଲକ୍ଷ ୪ ହଜାର ୬୬୫ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପାଇବା ପରେ ଭିଜିଲାନ୍ସକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ। ସେହି ନିର୍ଦ୍ଦେଶ ପ୍ରକାରେ ଆଜି ଭିଜିଲାନ୍ସ ପକ୍ଷରୁ ରେଡ଼ କରାଯାଇଛି। ଏହି ଚଢ଼ାଉରେ ଜଣେ ଏସ୍‌ପି, ୨ ଜଣ ଅତିରିକ୍ତ ଏସପି ଓ ୧୭ ଜଣ ଡିଏସ୍‌ପିଙ୍କ ସହିତ ଅନ୍ୟମାନେ ସାମିଲ ହୋଇଛନ୍ତି।
Published by: Soumya Das
First published: October 17, 2021, 12:48 PM IST