ଧୁମଧାମରେ ଚାଲିଛି ଗୋପାଳପୁର ବେଳାଭୂମି ମହୋତ୍ସବ; ଲୋକଙ୍କୁ ହସାଇଲେ ସୁନୀଲ ଗ୍ରୋଭର

ଧୁମଧାମରେ ଚାଲିଛି ଗୋପାଳପୁର ବେଳାଭୂମି ମହୋତ୍ସବ। ମହୋତ୍ସବର ତୃତୀୟ ସନ୍ଧ୍ୟାରେ ବଲିଉଡ଼ର ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ ମଜା ମଜା କଥାରେ ଶହ ଶହ ଦର୍ଶକ ହେଲେ ମତୁଆଲା।

ଗୋପାଳପୁର ବେଳାଭୂମି ମହୋତ୍ସବ ସୁନୀଲଙ୍କ କମେଡି

ଗୋପାଳପୁର ବେଳାଭୂମି ମହୋତ୍ସବ ସୁନୀଲଙ୍କ କମେଡି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: ନାଚଗୀତ ସାଙ୍ଗକୁ କିଣାବିକାକୁ ନେଇ ଉଠୁଛି ପଡୁଛି ଗୋପାଳପୁର। ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।

ତୃତୀୟ ସନ୍ଧ୍ୟାର ପ୍ରମୁଖ ଆକର୍ଷଣ ପାଲଟିଥିଲେ ବଲିଉଡ଼ର ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର। ହାସ୍ୟ ଅଭିନେତା ସୁନୀଲଙ୍କ ମଜା ମଜା କଥାରେ ଶହ ଶହ ଦର୍ଶକ ମଜ୍ଜି ଯାଇଥିଲେ। ସେହିପରି ଭି.କମ୍ପାନୀ ଓ ରାପର୍‌ ବିଗ୍‌ ଡ଼ିଲଙ୍କ ଗୀତ ଏବଂ ନୃତ୍ୟକୁ ବେଶ ମନଭରି ଉପଭୋଗ କରିଥିଲେ ଉପସ୍ଥିତ ଥିବା ଦର୍ଶକ।

ଦୁଲୁକୁଛି ଗୋପାଳପୁର ସହର। ଗୋପାଳପୁର ବେଳାଭୂମି ମହୋତ୍ସବରେ ସକାଳ ସମୟରେ ପଲ୍ଲୀଶ୍ରୀ ମେଳାରେ ଲୋକଙ୍କ ଭିଡ଼ ଲାଗୁଥିବା ବେଳେ ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟୁଛି। ବେଳାଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।

ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ ମଜା ମଜା କଥାରେ ଶହ ଶହ ଦର୍ଶକ ହେଲେ ମତୁଆଲା


ଗଞ୍ଜାମ ଜିଲ୍ଲା କଳା ଓ ସଂସ୍କୃତିର ଜିଲ୍ଲା ହୋଇଥିବା ବେଳେ ଏହାର ସଠିକ୍ ନିଦର୍ଶନ ଦେଖିବାକୁ ମିଳିଥାଏ ଏହି ମହୋତ୍ସବରେ। ଏହି ମହୋତ୍ସବରେ କେବଳ ଲୋକଙ୍କ ମନୋରଞ୍ଜନ କରିବା ନିମନ୍ତେ ବିଭିନ୍ନ ନୃତ୍ୟ ଗୀତ ହୋଇଥାଏ ତାହା ନୁହେଁ ବରଂ ଗଞ୍ଜାମ ଜିଲ୍ଲାର ଲୋକକଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ମଧ୍ୟ ଏହି ମହୋତ୍ସବ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଯଦିଓ ଦୁଇ ବର୍ଷ ହେଲା କରୋନା ଯୋଗୁଁ ମହୋତ୍ସବ ହୋଇପାରିନଥିଲା ଯାହାଫଳରେ ଲୋକେ ମନୋରଞ୍ଜନ ପାଇଁ କୌଣସି ସୁବିଧା ପାଇପାରୁନଥିଲେ। କିନ୍ତୁ ଚଳିତ ବର୍ଷ ମହୋତ୍ସବ ଆୟୋଜନ କରାଯିବା ପରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ମହୋତ୍ସବ ଯୋଗୁଁ ଶହ ଶହ ବ୍ୟବସାୟୀମାନେ ମଧ୍ୟ ବିଭିନ୍ନ ସାମଗ୍ରୀ କିଣାବିକା କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ବୋଲି କହିଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।

ସେପଟେ ଏହି ମହୋତ୍ସବ ଦ୍ବାରା ବିଶେଷ କରି ମହିଳାମାନେ ଉପକୃତ ହୋଇାପାରୁଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ବାରା ଉତ୍ପାଦିତ ହୋଇଥିବା ବିଭିନ୍ନ ସାମଗ୍ରୀକୁ ମହୋତ୍ସବରେ ସ୍ଥାନିତ ଦିଆଯାଉଛି। ଯାହାଫଳରେ ମହିଳାଙ୍କ ମଧ୍ୟରେ ରହିଥିବା କାମ କରିବାର ଶକ୍ତିକୁ ସାରା ଦେଶ ଦେଖିବା ସହିତ ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି।

ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ପାଲଟିଥିଲେ ବଲିଉଡ଼ର ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର। ସୁନୀଲ ଗ୍ରୋଭରଙ୍କ ଗୁଥି ଚରିତ୍ରରେ ମଞ୍ଚକୁ ଆସିବା ପରେ ଦର୍ଶକମାନଙ୍କ ମଧ୍ୟରେ ଆନନ୍ଦରେ ଭରି ହୋଇ ତାଳି ଶବ୍ଦରେ ସ୍ଥାନୀୟ ଅଞ୍ଚଳ କମ୍ପି ଉଠିଥିଲା। ଗୁଥି ଚରିତ୍ରରେ ଅନେକ ମଜା ମଜା ଅଭିୟନ କରିଥିଲେ ସୁନୀଲ। ଏହାପରେ ଡ଼ାକ୍ତର ଚରିତ୍ରରେ ପୁଣି ଦର୍ଶକମାନଙ୍କର ମନକୁ କିଣିନେଇଥିଲେ ସେ।

ଦୀର୍ଘ ୮ ବର୍ଷ ପରେ ପୁଣି ଥରେ ଗୋପାଳପୁର ବେଳାଭୂମି ମହୋତ୍ସବରେ ଯୋଗ ଦେଇ ବେଶ ଖୁସୀ ଥିବା କହିଛନ୍ତି ସେ। ଯଦି ପୁଣି ସୁଯୋଗ ମିଳିବ ତେବେ ଆସି ପୁଣି ଦର୍ଶକ ମାନଙ୍କୁ ଆହୁରି ମନୋରଞ୍ଜନ କରାଇବି ବୋଲି କହିଛନ୍ତି।

ଏହାପରେ ରାପର ବିଗ୍‌ ଡ଼ିଲ୍ ମଞ୍ଚରେ ପହଞ୍ଚି ବିଭିନ୍ନ ରାପ୍‌ ଗୀତ ଗାଇଥିଲେ। ଏହି ରାପରେ ଗୀତରେ ଦର୍ଶକମାନେ ନାଚି ଉଠିଥିଲେ। ସେହିପରି ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଆଧୁନିକ ନୃତ୍ୟ ଓ କୋରାପୁଟର ଆଦିବାସୀ ନୃତ୍ୟ ସମେତ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ନିଜର ନୃତ୍ୟଗୀତ ପ୍ରଦର୍ଶନ କରିଥିଲେ।

ବୁଧବାର ଗୋପାଳପୁର ବେଳାଭୂମି ମହୋତ୍ସବର ଚତୁର୍ଥ ଦିନରେ ବଲିଉଡ଼ କଣ୍ଠଶିଳ୍ପୀ ଅରମାନ୍‌ ମଲ୍ଲିକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେପଟେ କିଭଳି ଶାନ୍ତିଶୃଙ୍ଖାଳର ସହିତ ମହୋତ୍ସବ ଶେଷ ହେବ ସେ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
Published by:Lipina Das
First published: