ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୁଣ୍ଡକୁ ଗୁଳି ମାରିବାକୁ ପ୍ଲାନ କରିଥିଲେ ଗୋପାଳ?

କ୍ରାଇମବ୍ରାଞ୍ଚକୁ ଗୋପାଳଙ୍କର ଚାଞ୍ଚଲ୍ୟକର ତଥ୍ୟ! ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୁଣ୍ଡକୁ ଗୁଳି ମାରିବାରେ କରିଥିଲେ ପ୍ଲାନ?

Naba Das Death Case

Naba Das Death Case

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Naba Das Death Case: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଜେରା ସମୟରେ କ୍ରାଇମବ୍ରାଞ୍ଚକୁ ଗୋପାଳ ଚାଞ୍ଚଲ୍ୟକର ତଥ୍ୟ ଦେଇଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଛାତିକୁ ନୁହେଁ ବରଂ ମୁଣ୍ଡକୁ ଗୁଳି କରିବାକୁ ଅଭିଯୁକ୍ତ ଗୋପାଳ ଯୋଜନା କରିଥିଲା ବୋଲି ସୂଚନା ମିଳିଛି ।

ଏଏସଆଇ ଗୋପାଳ ଦାସଙ୍କ (Gopal das) ସହିତ ପୂର୍ବରୁ ନବଙ୍କ ସହିତ ପରିଚିତ ଥିଲେ ବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ ଏକ ନୂଆ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ନୂଆଖାଇ (Nuakhai) ସମୟରେ ଏକ କାର୍ଯ୍ୟକ୍ରମରେ ନବ ଦାସ ଯୋଗ ଦେଉଥିବାବେଳେ ଅଭିଯୁକ୍ତ ଗୋପାଳ ଦାସ ନବଙ୍କ ପାଖରେ ଛିଡା ହୋଇଛନ୍ତି ।

ଅଭିଯୁକ୍ତ ଗୋପାଳଙ୍କର ହେବ ଫୋରେନ୍‌ସିକ ସାଇକୋଲୋଜିକାଲ ଆସେସମେଣ୍ଟ


ଅନ୍ଯପଟେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋପାଳଙ୍କର ହେବ ସ୍ବର ବିଶ୍ଳେଷଣ ପରୀକ୍ଷା ଓ ଫୋରେନ୍‌ସିକ ସାଇକୋଲୋଜିକାଲ ଆସେସମେଣ୍ଟ । ଦିଲ୍ଲୀରେ ଥିବା ସେଣ୍ଟ୍ରାଲ ଫରେନସିକ ଲାବ୍ରୋଟୋରୀରେ ଏହି ପରୀକ୍ଷା ହେବ। ରାଜ୍ୟ ଫରେନସିକର ଅବସରପ୍ରାପ୍ତ ଡେପୁଟି ଡାଇରେକ୍ଟର ମୁରଲୀଧର ନାୟକ କହିଛନ୍ତି ଅଭିଯୁକ୍ତ ଗୋପାଳଙ୍କର ସ୍ୱର ଉଚ୍ଚାରଣକୁ ଅନାଲିସିସି କରାଯିବ। ଘଟିଥିବା ଅପରାଧକୁ ନେଇ ତାଙ୍କୁ ପ୍ରଶ୍ନ ପଚରାଯିବ। ସେହି ସମୟରେ କ୍ଳାନ୍ତ, କିମ୍ବା ଟେନସନ ଅବା ନର୍ଭସର ଯାଞ୍ଚ କରାଯିବ। ପରୀକ୍ଷା ବେଳେ
Published by:Soumya Das
First published: