ନବ ଦାସ ହତ୍ୟାକୁ ନେଇ ବଡ଼ ଖୁଲାସା, ପୋଲିସ କର୍ମୀଙ୍କୁ କାରଣ କହିଲା ଗୋପାଳ ଦାସ

କାଳେ ମନରୁ ରାଗ କମିଯିବ ସେଥିପାଇଁ ମାନସିକ ରୋଗ ଔଷଧ ଖାଇବା ବନ୍ଦ କରିଦେଇଥିଲା ଗୋପାଳ!

ହତ୍ଯା କରିବାକୁ ପ୍ଲାନ କରିଥିଲା ଗୋପାଳ!

ହତ୍ଯା କରିବାକୁ ପ୍ଲାନ କରିଥିଲା ଗୋପାଳ!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Naba Das Death Case: ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ବ୍ରଜରାଜନଗର ଗାନ୍ଧି ଛକରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳିକାଣ୍ଡ ଘଟଣାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେହି ଗାନ୍ଧିଛକରୁ ହିଁ ବିଦ୍ରୋହ ଆରମ୍ଭ ଓ ଗାନ୍ଧିଛକରେ ହିଁ ହତ୍ୟା ସହ କାହାଣୀ ଶେଷ ହୋଇଛି । ନବ ଦାସଙ୍କ ହତ୍ୟାର କାରଣ ନେଇ  ଅଭିଯୁକ୍ତ ଗୋପାଳ ଦାସ ପୋଲିସ କର୍ମୀଙ୍କୁ ବିଭିନ୍ନ ସମୟରେ କହିଥିବା ସୂତ୍ରରୁ ସୂଚନା ମିଳିଛି ।

ଏକ ଉପ ନିର୍ବାଚନ ବେଳେ ମନ୍ତ୍ରୀ ନବ ଦାସ ଓ ଏଏସଆଇ ଗୋପଳ ଦାସଙ୍କ ମଧ୍ୟରେ ବ୍ୟକ୍ତିଗତ ଶତ୍ରୁତା ଆରମ୍ଭ ହୋଇଥିବା ଜଣାପଡ଼ିଛି । ସେତେବେଳେ ନବଙ୍କ ଗାଡ଼ି ଗାନ୍ଧି ଛକ ନିକଟରେ ଅଟକାଇବାକୁ ନେଇ ଏହି ଶତ୍ରୁତା ଆରମ୍ଭ ହୋଇଥିବା ଜଣାପଡ଼ିଛି । ଗୋପାଳ, ସେଇ ଗାଡ଼ିକୁ ଅଟକାଇ ଦେଇଥିଲେ ଓ ଏହା ପରେ ନବଙ୍କ ଲୋକ ଓ ଗୋପାଳଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏପରିକି ପରସ୍ପର ପରସ୍ପରକୁ ମାରିବା ପାଇଁ ଧମକ ଦେଇଥିଲେ । ଗୋପାଳ ମଧ୍ୟ ଅତ୍ୟନ୍ତ କ୍ରୋଧାନ୍ବିତ ହୋଇ ତାଙ୍କ ସରକାରୀ ବନ୍ଧୁକରେ ଗୁଳି ମାରି ଉଡ଼ାଇ ଦେବାକୁ ପାଲଟା ଧମକ ଦେଇଥିବା କଥା ସାମ୍ନାକୁ ଆସିଛି । ଏହାପରେ କୁଆଡ଼େ ମନ୍ତ୍ରୀ ନବ ଦାସ, ନିଜେ ଘଟଣାସ୍ଥଳକୁ ଯାଇଥିଲେ ଓ ଗୋପାଳଙ୍କ ସହିତ କୁଆଡ଼େ ତାଙ୍କର ବଚସା ହୋଇଥିଲା । ଏହା ଗୋପାଳଙ୍କୁ ଭାରି ବାଧିଥିଲା । ସେଇ ଦିନଠାରୁ ଗୋପାଳ ନବ ଦାସଙ୍କୁ ମାରିବା ପାଇଁ ମନେ ମନେ ସ୍ଥିର କରିଥିବା ଜଣାପଡ଼ିଛି ।

ଗୋପାଳ ଦାସଙ୍କ ଅଜବ ବ୍ୟବହାର; ଜେଲରେ ଗୁଣ ଗୁଣ ହୋଇ ଗାଉଛନ୍ତି ଗୀତ

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ସେଇ ଦିନଠାରୁ ଗୋପାଳ, ମାନସିକ ରୋଗ ପାଇଁ ଖାଉଥିବା ଔଷଧ ବନ୍ଦ କରି ଦେଇଥିଲେ । ମନରୁ କାଳେ ରାଗ କମିଯିବ ସେଥିପାଇଁ ସେ ଔଷଧ ଖାଇବା ବନ୍ଦ କରି ଦେଇଥିଲେ ବୋଲି କୁହାଯାଉଛି । ଗତ ଡିସେମ୍ବର ୩୦ରେ ଦିବଗଂତ ବିଜେଡି ନେତା କିଶୋର ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ଗୋପାଳ ଦାସ ନବ ଦାସଙ୍କୁ ମାରିବାକୁ ପ୍ଲାନ କରିଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ଗୋପାଳଙ୍କ ଡ୍ୟୁଟି ଅନ୍ୟତ୍ର ପଡ଼ିଯିବାରୁ ତାଙ୍କ ପ୍ଲାନ୍ ଫେଲ୍ ମାରିଥିଲା। ଏହାପରେ ଗୋପାଳ ଲଗାତର ସୁଯୋଗ ଖୋଜୁଥିଲେ। ଶେଷରେ ଗୋପାଳ ଜାଣିବାକୁ ପାଇଥିଲେ ଯେ ଜାନୁଆରୀ ୨୯ ତାରିଖରେ ବିଜେଡିର ଏକ ଶାଖା କାର୍ଯ୍ୟାଳୟ ଉଦଘାଟନୀ କାର୍ଯ୍ୟକ୍ରମକୁ ଆସୁଛନ୍ତି ନବ ଦାସ । ମନେ ମନେ ଏହାକୁ ଏକ ସୁଯୋଗ ଭାବି ନେଇଥିଲେ ଗୋପାଳ ।

ଗୋପାଳ ନିଜ ମାମଲା ନିଜେ ତଦନ୍ତ କରୁଛି : ବିଜୟ ମହାପାତ୍ର

ଘଟଣା ଦିନ ନବ ଦାସ ଆସୁଥିବା ବେଳେ ଗାନ୍ଧି ଛକ ନିକଟରେ ତାଙ୍କୁ ଅପେକ୍ଷା କରି ରହିଥିଲେ ଗୋପାଳ ଦାସ । ପାଖରେ ବନ୍ଧୁକ ରଖି ପୂର୍ବ ପ୍ରସ୍ତୁତି କରି ଅପେକ୍ଷା କରିଥିଲେ। ଆଉ ଗାନ୍ଧି ଛକ ପାଖରେ ଦଳୀୟ କର୍ମୀମାନେ ନବ ଦାସଙ୍କ ଗାଡ଼ି ଅଟକାଇ ସମ୍ବର୍ଦ୍ଧିତ କରୁଥିବା ବେଳେ ଭିଡ଼ ଭିତରେ ଅତି ପାଖରୁ ନବ ଦାସଙ୍କୁ ଗୁଳି କରିଥିଲେ ଗୋପାଳ । ତେବେ ବିଶେଷ ସୂତ୍ରରୁ ଏହି ଖବର ଆସୁଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ଅଧିକାରୀ କିମ୍ବା ପୋଲିସ ଏ ସଂପର୍କରେ କିଛି ସ୍ପଷ୍ଟ କରିନାହାନ୍ତି ।
Published by:Soumya Das
First published: