ମୁଣ୍ଡ ନୁଁହେ ଛାତିକୁ ମାରିବାକୁ ପ୍ଲାନ କରିଥିଲା ଗୋପାଳ

NabaDas Death Case: ନବ ଦାସ ହତ୍ୟା ମାମଲାରେ ସାମ୍ନାକୁ ଆସୁଛି ନୂଆ ତଥ୍ୟ। ମୁଣ୍ଡକୁ ନୁହେଁ ଛାତିକୁ ମାରିବାକୁ ପ୍ଲାନ କରିଥିଲା ଗୋପାଳ।

ଛାତିକୁ ମାରିବାକୁ ପ୍ଲାନ କରିଥିଲା ଗୋପାଳ

ଛାତିକୁ ମାରିବାକୁ ପ୍ଲାନ କରିଥିଲା ଗୋପାଳ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ମୁଣ୍ଡକୁ ନୁଁହେ ଛାତିକୁ ମାରିବାକୁ ପ୍ଲାନ କରିଥିଲା ଗୋପାଳ। ନବ ଦାସ ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଘଟଣାର ୨୪ ଦିନ ବିତିବା ପରେ ବି ଏଯାଏଁ କ୍ରାଇମବ୍ରାଞ୍ଚ ହତ୍ୟାର କାରଣ ସ୍ପଷ୍ଟ କରିପାରିନି । ଏପରି ମଧ୍ୟ କୁହାଯାଉଛି କି କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ପାଖରୁ ସବୁ ତଥ୍ୟ ପାଇପାରିନି । ଏହା ଭିତରେ କିଛି ଫୋଟ ସାମ୍ନାକୁ ଆସିଛି ଯେଉଁଥିରେ ନବ ଦାସ ୨୯ ତାରିଖରେ ସଭା ସ୍ଥଳକୁ ଯାଉଥିବା ବେଳେ ଗୋପାଳ କିପରି ଧିରେ ଧୀରେ ତାଙ୍କ ନିକଟକୁ ଯାଉଛି ଆଉ ପରବର୍ତ୍ତୀ ସମୟରେ କିପରି ଗୁଳି ମାରୁଛି ତାହା ଜଣା ପଡ଼ୁଛି ।

ମନ୍ତ୍ରୀ ନବ ଦାସଙ୍କୁ ଏମିତି ଗୁଳି କରିଥିଲା ଗୋପାଳ; ସାମ୍ନାକୁ ଆସିଲା ନୂଆ ଭିଡ଼ିଓ

ଏସବୁ ଭିତରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ପୂର୍ବରୁ କିଛି ଗଣମାଧ୍ୟମରେ ଗୋପାଳ ମୁଣ୍ଡକୁ ମାରିବାକୁ ଚାହିଁଥିଲା ହେଲେ ଛାତିରେ ଗୁଳି ବାଜିଲା ଏପରି ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ସେହି ସମୟରେ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ତେବେ ଯେତେବେଳେ କ୍ରାଇମ ସିନ ରିକ୍ରିଏସନ ହେଲା ସେତେବେଳେ ଗୋପାଳ ଯେଉଁ ଡେମୋ ଦେଖାଇଥିଲେ ସେଥିରେ ଦୁଇଜଣ ନବ ଦାସଙ୍କୁ ଫୁଲ ମାଳ ପିନ୍ଧାଉଥିବା ବେଳେ ଦୁଇ ଜଣଙ୍କ ମଝିରେ ହାତ ପୁରାଇ ଗୋପାଳ ଗୁଳି ଚଳାଇଥିବା ଦେଖାଇଥିଲା । ତେବେ ଏହାକୁ ନେଇ ସେତେବେଳେ ପ୍ରଶ୍ନ ମଧ୍ୟ କରାଯାଇଥିଲା । ହେଲେ ଏବେ ଯେଉଁ ଫୋଟଟି ସାମ୍ନାକୁ ଆସିଛି ସେଥିରେ ସ୍ପଷ୍ଟ ହୋଇଛି ଗୋପାଳ ଦୁଇଜଣ ସମର୍ଥକ ନବଙ୍କୁ ଫୁଲ ମାଲ ଦେଇ ସ୍ୱାଗତ କରୁଥିବା ସମୟରେ ସେ ଦୁହିଁଙ୍କ ମଧ୍ୟରେ ଥିବା ଖାଲି ସ୍ଥାନରେ ବନ୍ଧୁକ ଭିତରକୁ ନେଇ ଅତି ନିକଟରୁ ଗୁଳି କରିଛନ୍ତି।

ବଡ଼ କଥା ଏନେଇ ପ୍ରକାଶିତ ଖବର ପଢ଼ି ଗୋପାଳ ଖୁବ ହସିଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ସେହିପରି ଆଉ ଗୋଟିଏ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଗୋପାଳ ନବଙ୍କ ନିକଟକୁ ଯାଇ ବନ୍ଧୁକ ବାହାର କରୁଛି । ଆଉ ଧିରେ ଧିରେ ପାଖକୁ ଯାଉଛି । ତେବେ ସେତେବେଳେର ଆବଭାଵ ଦେଖି ଗୋପାଳ ଯୋଜନାବଦ୍ଧ ଭାବରେ ନବଙ୍କୁ ହତ୍ୟା ପାଇଁ ଯାଉଥିବା ଚର୍ଚ୍ଚା ହେଉଛି ।

ମନ୍ତ୍ରୀ ନବ ଦାସଙ୍କୁ ଏମିତି ଗୁଳି ମାରିଥିଲା ଗୋପାଳ; ସାମ୍ନାକୁ ଆସିଲା ଫଟୋ

ଏହା ଭିତର ୪ ମନୋବିଜ୍ଞାନୀ ଡାକ୍ତର ଗୋପାଳ ପାଗଳ କି ନାହିଁ ନିର୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚି ପାରି ନାହାନ୍ତି । ଝାରସୁଗୁଡା ଜେଏମଏଫସି କୋର୍ଟର ବିଚାରପତି ମଧ୍ୟ ଗୋପାଳକୁ ପୁଣି ବେଙ୍ଗାଳୁରୁ ନିମହାନ୍ସ ବିଶେଷଜ୍ଞଙ୍କ ପାଖକୁ ପଠାଇବାକୁ ରାଜି ହୋଇନାହାନ୍ତି ।
Published by:Soumya Das
First published: