ସାମ୍ନାକୁ ଆସିବ ସତ! ପାଇଖାନା ଟାଙ୍କିରୁ ଜବତ ୨୨ ଖଣ୍ଡ କାଗଜ ଟୁକୁଡ଼ାକୁ ଚିହ୍ନିଲେ ଗୋପାଳ

ସ୍ୱାସ୍ଥ୍ଯମନ୍ତ୍ରୀ ହତ୍ଯା ମାମଲାରେ ବଡ଼ ଖୁଲାସା। ପାଇଖାନା ଟାଙ୍କିରୁ ବାହାରିଥିବା କାଗଜ ଓ ଚିଠି ଅଭିଯୁକ୍ତ ଗୋପାଳଙ୍କର!

କାଗଜ ଟୁକୁଡ଼ାକୁ ଚିହ୍ନିଲେ ଗୋପାଳ

କାଗଜ ଟୁକୁଡ଼ାକୁ ଚିହ୍ନିଲେ ଗୋପାଳ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତନାଘନା ଜାରି ରଖିଛି କ୍ରାଇମବ୍ରାଞ୍ଚ । ମୋଟ ତିନିଟି ଟିମ ଗଠନ କରି ବିଭିନ୍ନ ଦିଗରେ ଅନୁସନ୍ଧାନ ଜାରି ରଖିଛି ତଦନ୍ତକାରୀ ସଂସ୍ଥା । ତେବେ ଏହାରି ଭିତରେ ଗୁରୁବାର ଦିନ ଅଭିଯୁକ୍ତ ଗୋପାଳର ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଗୋପାଳ ଠାରୁ ହତ୍ୟାକାଣ୍ଡ ସମ୍ପର୍କିତ ତଥ୍ୟ ହାସଲ କରିବା ପାଇଁ ଉଦ୍ୟମ ଚଳାଇଛି କ୍ରାଇମବ୍ରାଞ୍ଚ ଟିମ ।

କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗୋପାଳକୁ ରିମାଣ୍ଡର ତୃତୀୟ ଦିନର ଜେରାରୁ ସୁରାକ ମିଳିଛି । ପାଇଖାନା ଟାଙ୍କିରୁ ଜବତ ହୋଇଥିବା ୨୨ ଖଣ୍ଡ କାଗଜ ଟୁକଡ଼ାର ଯାଞ୍ଚ କରାଯାଇଛି । ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟ ଏହି ସବୁ କାଗଜକୁ ଯାଞ୍ଚ କରିବା ପରେ କାଗଜ ଟୁକୁଡା ଗୁଡ଼ିକୁ ଅନୁଧ୍ୟାନ ପାଇଁ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ସୂଚନା ଦେଇଛି ତଦନ୍ତକାରୀ ସଂସ୍ଥା । ସେପଟେ ନିଜ ହାତ ଲେଖା ଚିଠି ଓ ହସ୍ତାକ୍ଷରକୁ ଗୋପାଳ ଚିହ୍ନଟ କରିଥିବା କଥା ମଧ୍ୟ କହିଛି କ୍ରାଇମବ୍ରାଞ୍ଚ । ତେବେ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଗୋପାଳର ସରକାରୀ କ୍ବାଟର ଯାଞ୍ଚ କାର୍ଯ୍ୟ ହୋଇଥିଲା । ଯାଞ୍ଚ ସମୟରେ ଜବତ ହେଲା କିଛି କାଗଜପତ୍ର ଓ ଅନେକ ଡାଏରୀ ଜବତ ହୋଇଛି ।

କାହିଁକି ଏଭଳି ଘଟିଲା ତାହା କେବଳ ମହାପ୍ରଭୁ ଜଗନ୍ନାଥଙ୍କୁ ଜଣା: ଡିଜିପି

ସେପଟେ ଗୋପଳ ଗୁଳିରେ ଆହତ ହୋଇଥିବା ଜୀବନ ନାୟକଙ୍କୁ ଜେରା ଶେଷ ହେବା ସହ ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ଜୋରା କାର୍ଯ୍ୟ ଶେଷ କରିଛି କ୍ରାଇମବ୍ରାଞ୍ଚ ଟିମ । ଏହା ସହ  ଗୋପାଳର ଚିକିତ୍ସା ସମ୍ପର୍କିତ କାଗଜପତ୍ର ଓ ଅର୍ଥ କାରବାର ସମ୍ପର୍କିତ ଜାଞ୍ଚ କାର୍ଯ୍ୟ ଜାରି ରହିଥିବା କଥା ମଧ୍ୟ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ଟିମ ।

ଗୁରୁବାର ଦିନ ଗୋପାଳର ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ଶେଷ ଦିନ ଗୋପାଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିବା ପାଇଁ ଯୋଜନା କରିଛି ତଦନ୍ତକାରୀ ସଂସ୍ଥା । ଘଟଣା ଦିନ ତାର ଡିୟୁଟି କେଉଁ ସ୍ଥାନରେ ଥିଲା? ସ୍ବାସ୍ଥ୍ୟମନ୍ତ୍ରୀ ଆସିବା ସମୟରେ ସେ ମନ୍ତ୍ରୀଙ୍କ ଗାଡ଼ିକୁ କେତେ ଦୂରରୁ ଦେଖିବାକୁ ପାଇଥିଲା? ଅଣ୍ଟାରେ ଖୋସିଥିବା ବନ୍ଧୁକକୁ କେଉଁ ସ୍ଥାନରୁ କାଢିଲା? ମନ୍ତ୍ରୀଙ୍କ ପାଖକୁ ଯିବାର କେତେ ସମୟ ପୂର୍ବରୁ ଏବଂ କେଉଁ ସ୍ଥାନରେ ସେ ବନ୍ଧୁକକୁ କକ୍ କଲା? ମନ୍ତ୍ରୀଙ୍କୁ ଗୁଳି ମାଡ଼ କରିବା ପୂର୍ବରୁ ଏବଂ ପରେ ଘଟଣା ସ୍ଥଳର  ପରିବେଶ କେମିତି ଥିଲା?  କେଉଁ ସ୍ଥାନରେ ତାକୁ ଲୋକେ କାବୁ କରିଥିଲେ? ଇତ୍ୟାଦି ଅନେକ ପ୍ରଶ୍ନର ଉତ୍ତର ଗୋପାଳ ଠାରୁ ହାସଲ କରିବା ଲକ୍ଷ୍ଯ ରଖିଛି କ୍ରାଇମବ୍ରାଞ୍ଚ ଟିମ ।

ପରୀ କେସରେ ପୋଖରୀ ଶୁଖାଯାଇଥିଲା; ନବ ଦାସଙ୍କ କେସରେ ପାଇଖାନା ଟାଙ୍କି !

କ୍ରାଇମ ସିନ ରିକ୍ରିଏସନ ସମୟରେ ଝାରସୁଗୁଡ଼ାରେ ଥିବା ସାଇଣ୍ଟିଫିକ୍ ଟିମ ଓ ଅନ୍ୟ ଅଧିକାରୀମାନଙ୍କ ସହ ନିଜେ ଅରୁଣ ବୋଥରା ଉପସ୍ଥିତ ରହିବେ ବୋଲି ଜଣା ପଡିଛି । କିନ୍ତୁ କେଉଁ ସମୟରେ ଏହି କ୍ରାଇମ ସିନ ରିକ୍ରିଏସନ କରାଯିବ ତାହା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରି ନ ଥିବା ବେଳେ ଗତ ୨୯ ତାରିଖ ଦିନ ଯେଉଁ ସମୟରେ ମନ୍ତ୍ରୀଙ୍କୁ ଗୁଳି ମାଡ କରାଗଲା ଠିକ ସେହି ସମୟରେ ସିନ୍ ରିକ୍ରିଏସନ କରାଯିବ ବୋଲି ଜଣା ପଡ଼ିଛି ।
Published by:Soumya Das
First published: