ଚାକିରି କାଳରେ ଗୋପାଳ ଦାସଙ୍କୁ ମିଳିଛି ଥରେ ପଦୋନ୍ନତି; ୪୫ ଥର ପୁରସ୍କାର

ଚାକିରି କାଳରେ ଭଲ କାମ ପାଇଁ ଗୋପାଳଙ୍କୁ ମିଳିଥିଲା ପ୍ରମୋସନ ସହ ପୁରସ୍କାର । ଆଜି ହତ୍ଯା ଆରୋପରେ ଜେଲ ପଛରେ କଟୁଛି ଜୀବନ ।

ଗୋପାଳ ଦାସଙ୍କୁ ମିଳିଛି ଥରେ ପଦୋନ୍ନତି

ଗୋପାଳ ଦାସଙ୍କୁ ମିଳିଛି ଥରେ ପଦୋନ୍ନତି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Naba Das Death Case: ନବ ଦାସଙ୍କ ହତ୍ୟା(Naba Das Death Case) ଅଭିଯୁକ୍ତ ଗୋପାଳ ଦାସ(Gopal Das)ଙ୍କୁ ନେଇ ପ୍ରତିଦିନ ସାମ୍ନାକୁ ନୂଆ ଖବର ଆସୁଛି । ଏହି କ୍ରମରେ ଆଜି ଗୋପାଳ ଦାସର ଚାକିରି ସମ୍ୱନ୍ଧିତ କିଛି ତଥ୍ଯ ପ୍ରକାଶ ପାଇଛି । ଚାକିରି ସମୟରେ ଗୋପାଳଙ୍କୁ ପଦୋନ୍ନତି ଓ ଅନେକ ପୁରସ୍କାର ମିଳିଛି ବୋଲି ବିଧାନସଭାରେ ଆଲୋଚନା ହୋଇଛି

ସ୍ୱାସ୍ଥ୍ଯମନ୍ତ୍ରୀଙ୍କ ହତ୍ଯା ପରେ ଗୋପାଳଙ୍କୁ ଅନେକ ତଥ୍ଯ ପ୍ରକାଶ ପାଇବାରେ ଲାଗିଛି । କେବେ ଫଟୋ ତ କେବେ ନୂଆ ଭିଡ଼ିଓ ଜରିଆରେ ଗୋପାଳ ହତ୍ଯା କରିଥିବାର ଏକ ପ୍ରକାର ପ୍ରମାଣ ମିଳୁଛି । ମିଳିଥିବା ସୂଚନାନୁସାରେ, ଗୋପାଳ ୧୯୯୨ରେ ବ୍ରହ୍ମପୁରରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ। ୨୦୦୯ ମସିହାରେ ଏଏସଆଇ ପଦବୀକୁ ପଦୋନ୍ନତି ପାଇ ଝାରସୁଗୁଡା ଜିଲ୍ଲାରେ ନିଯୁକ୍ତି ପାଇବା ସହ ବିଭିନ୍ନ ଥାନା ଓ ଫାଣ୍ଡିରେ ୧୩ ବର୍ଷ କାର୍ଯ୍ୟ କରିଛନ୍ତି। ନିଜ ଚାକିରି କାଳ ଭିତରେ ସେ ୧୮ ଥର ଜିଏସ ମାର୍କ ପାଇଥିବା ବେଳେ ୯ ଥର ଅର୍ଥ ପୁରସ୍କାର ଓ ୧୮ ଥର ପ୍ରଶଂସା ପତ୍ର ପାଇଛନ୍ତି। ସମୁଦାୟ ଥରେ ପଦୋନ୍ନତି ସହ ୪୫ଟି ପୁରସ୍କାର ପ୍ରାପ୍ତ କରିଥିଲେ ଗୋପାଳ ଦାସ ।

ଗୋପାଳ ଦାସଙ୍କୁ ନେଇ ସୁନ୍ଦରଗଡ ବିଧାୟକ କୁସୁସ ଟେଟେ ଗୃହରେ ପ୍ରଶ୍ନ କରିଥିଲେ। ଗୋପାଳ ଦାସ ପୂର୍ବରୁ କେଉଁ ଥାନାରେ ନିଯୁକ୍ତି ପାଇଥିଲେ ଓ ଚାକିରି କାଳ ଭିତରେ ଝାରସୁଗୁଡାରେ କେତେ ବର୍ଷ କାମ କରିଛନ୍ତି ଓ କେଉଁ ଥାନାରେ କାମ କରିଛନ୍ତି। ଚାକିରି କାଳରେ ତାଙ୍କର କେତେ ଥର ପଦୋନ୍ନତି ହୋଇଛି ଓ ସଫଳ କାର୍ଯ୍ୟ ପାଇଁ କେଉଁ ମସିହାରେ କେଉଁ ପୁରସ୍କାର ପ୍ରଦାନ କରାଯାଇଛି । ଯାହାର ଉତ୍ତର ରଖି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ତଥ୍ଯ ରଖିଥିଲେ।

ସୂଚନାଯୋଗ୍ୟ, ନବ ଦାସଙ୍କୁ ହତ୍ୟାକାଣ୍ଡକୁ (Naba Das Murder Case) ମାସେ ପୂରିବାକୁ ଯାଉଛି। ଏହି ହତ୍ୟାକାଣ୍ଡ ଭିଆଇଥିବା ଗୋପାଳ (Gopal Das) ମଧ୍ୟ ପୋଲିସ କବଜାରେ ରହିଛନ୍ତି। କିନ୍ତୁ ଲମ୍ବା ସମୟର ତଦନ୍ତ ପରେ ମଧ୍ୟ ଏହି ମାମଲାର ପର୍ଦ୍ଦାଫାସ କରିବାରେ ଏପର୍ଯ୍ୟନ୍ତ ସଫଳ ହୋଇ ପାରିନାହିଁ କ୍ରାଇମବ୍ରାଞ୍ଚ (Crime Branch)।
Published by:Soumya Das
First published: