News18 Odia Digital
ଭୂବନେଶ୍ବର : ବିଜେଡି ନେତାଙ୍କୁ ଚେତାଇଲେ ଚେଲାକୁମାର । ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର କହିଛନ୍ତି, ଆଜି ନବ ତ’କାଲି ଆଉ କିଏ । ବିଜେଡିର ଦ୍ବିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କୁ ସତର୍କ କରି ଚେଲା କହିଛନ୍ତି କାହାର ବି ନବ ଦାସଙ୍କ ଭଳି ଅବସ୍ଥା ହୋଇପାରେ । ଯେଉଁ ମାନେ ଦଳରେ ରହି ସତ କୁ ସାମ୍ନାକୁ ଆଣିବା ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି। ନବୀନ ଶାସନରେ ସେମାନଙ୍କ ସ୍ୱରକୁ ଦବେଇ ଦିଆଯାଉଛି। ନବ ଦାସ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିଲେ ବୋଲି ଚର୍ଚ୍ଚା ହେଉଛି। ତେବେ ମୁଁ ନବ ଦାସଙ୍କ ହତ୍ୟା ବେଳର ଭିଡିଓ ଦେଖିଛି। ଯେଉଁଠି ଜଣେ ASI ମାରିବା ଭଳି ଲାଗୁନି। ଅନେକ ସନ୍ଦେହ ରହୁଛି। ତେଣୁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ।
ସେ ଆହୁରି କହିଛନ୍ତି, ‘ତଦନ୍ତ ପ୍ରକ୍ରିୟା ଉପରେ ଭରସା ପାଉନି। ପୂର୍ବରୁ ମଧ୍ୟ ପରୀ, ମମିତା, ସ୍ମିତାରାଣୀ ଭଳି ଘଟଣାର ତଦନ୍ତ ହୋଇଛି , କଣ ଫଳ ଆସିଛି ବୋଲି ପ୍ରଶ୍ନ କରିଛନ୍ତି ଚେଲା କୁମାର । ରାଜ୍ୟରେ ବିଜେଡ଼ି ଗୁଣ୍ଡାରାଜ ଚଲେଇଛି। ଗୋଟିଏ କୋଟେରି ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ଖେଳାଉଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲାକୁମାର । ଏଥି ସହିତ ବିଧାନ ସଭାରେ ଆଇନ ଶୃଙ୍ଖଳା, ନବ ଦାସ ହତ୍ୟା, ଚାଷୀ, ଦୁର୍ନୀତି, ଚିଟ୍ ଫଣ୍ଡ ଓ ଖଣି ଦୁର୍ନୀତି ପ୍ରସଙ୍ଗ ଦଳ ଉଠାଇବ ବୋଲି ସେ କହିଛନ୍ତି ।’
ପଢନ୍ତୁ ଏହି ଖବର :
http://ଗୋଲ୍ ବଞ୍ଚାଇବା ବେଳେ ଚାଲିଗଲା ଗୋଲକିପର୍ଙ୍କ ଜୀବନ ଆହୁରି କହିଛନ୍ତି ଯେ,‘ଯେଉଁ ମାନେ ଦଳରେ ରହି ସତ କୁ ସାମ୍ନାକୁ ଆଣିବା ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି। ନବୀନ ଶାସନରେ ସେମାନଙ୍କ ସ୍ୱରକୁ ଦବେଇ ଦିଆଯାଉଛି ନବ ଦାସ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିଲେ ବୋଲି ଚର୍ଚ୍ଚା ହେଉଛି। ଏଠି ସରକାର କାମ କରୁନି। ମୁଁ ନବ ଦାସଙ୍କ ହତ୍ୟା ବେଳର ଭିଡିଓ ଦେଖିଛି। ASI ମାରିବା ଭଳି ଲାଗୁନି। ଅନେକ ସନ୍ଦେହ ରହୁଛି। ଏହା ଷଡ଼ଯନ୍ତ୍ର । ମୁଖ୍ୟ ମନ୍ତ୍ରୀଙ୍କ କର୍ତ୍ତବ୍ୟ ଉତ୍ତର ଦେବା । ତଦନ୍ତ ପ୍ରକ୍ରିୟା ଉପରେ ଭରସା ପାଉନି। ପୂର୍ବରୁ ମଧ୍ୟ ପରି, ମମିତା, ସ୍ମିତା ରାଣୀ ଭଳି ଘଟଣାର ତଦନ୍ତ ହୋଇଛି , କଣ ଫଳ ଆସିଛି ? ରାଜ୍ୟରେ ବିଜେଡ଼ି ଗୁଣ୍ଡା ରାଜ ଚଲେଇଛି। କୋଟେରି ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ଖେଳା ଯାଉଛି।’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।