ଏବେ ଆପଣଙ୍କ ଚ଼ିନ୍ତା ଢେର୍ କମିଲା! ଗୁଗଲ୍‌ର ଅନୁବାଦ ସେବାରେ ଓଡ଼ିଆ ଯୋଡ଼ିହେଲା

ଟାଟାର୍ ଭାଷା ମୁଖ୍ୟତଃ ରୁଷିଆ, ୟୁକ୍ରେନ୍ ଓ ଉଜବେକିସ୍ତାନରେ କଥାବାର୍ତ୍ତାର ଭାଷା ହୋଇଥିବା ବେଳେ ତୁର୍କମେନ୍ ହେଉଛି ତୁର୍କମେନିସ୍ତାନର ସରକାରୀ ଭାଷା । କିନ୍ୟାରୱାଣ୍ଡା ହେଉଛି ରୁୱାଣ୍ଡା ଦେଶର ସରକାରୀ ଭାଷା, ଆଉ ଓଡିଆ, ଆପଣମାନେ ଜାଣନ୍ତି, ଭାରତୀୟ ରାଜ୍ୟ ଓଡ଼ିଶାର ପ୍ରାଚ଼ୀନ ଓ ଶାସ୍ତ୍ରୀୟ ଭାଷା, ଯାହାର ଇତିହାସ ଓ ସାହିତ୍ୟ ଅତି ସମୃଦ୍ଧ।

ଏବେ ଆପଣଙ୍କ ଚ଼ିନ୍ତା ଢେର୍ କମିଲା! ଗୁଗଲ୍‌ର ଅନୁବାଦ ସେବାରେ ଓଡ଼ିଆ ଯୋଡ଼ିହେଲା
ଓଡ଼ିଆ ଏକ ପ୍ରାଚ଼ୀନ ଓ ଶାସ୍ତ୍ରୀୟ ଭାଷା, ଯାହାର ଇତିହାସ ଓ ସାହିତ୍ୟ ଅତି ସମୃଦ୍ଧ।
  • News18 Odia
  • Last Updated: February 29, 2020, 12:00 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଲୋକପ୍ରିୟ ଆମେରିକୀୟ ସର୍ଚ୍ଚ୍‌ ଇଞ୍ଜିନ୍‌‌ ଗୁଗୁଲର ଟ୍ରାନ୍ସଲେସନ ବା ଅନୁବାଦ ସେବାରେ ଏବେ ଯୋଡି ହୋଇଛି ଓଡ଼ିଆ ଭାଷା । ଗୁଗୁଲ୍‌ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଓଡ଼ିଆ ସମେତ ପାଞ୍ଚଟି ଭାଷା ଏବେ ଅନୁବାଦ ପାଇଁ ଗୁଗଲ୍ରେ ଉପଲବ୍ଧ ହୋଇଛନ୍ତି ।

ଏହି ପଦଯେପ ଦ୍ୱାରା ଲକ୍ଷ ଲକ୍ଷ ଉପଭୋକ୍ତା ଏବେ ନିଜ ମାତୃଭାଷାରେ ହିଁ ଇଣ୍ଟରନେଟରେ ଆସୁଥିବା ବଭିନ୍ନ‌ ବିଷୟ ପାଇପାରିବେ । ଗୁଗୁଲ୍ ଅନୁବାଦ ସେବାରେ ଯୋଡ଼ାଯାଇଥିବା ନୂତନ ଭାଷା ପାଞ୍ଚଟି ହେଉଛନ୍ତି ଓଡ଼ିଆ, କିନ୍ୟାରୱାଣ୍ଡା, ଟାଟାର୍, ତୁର୍କମେନ୍‌ ଓ ଉଇଗୁରୁ । ଏହି ଭାଷାଗୁଡ଼ିକରେ ବିଶ୍ୱରେ ୭୫ ନିୟୁତରୁ ଅଧିକ ଲୋକ କଥାବାର୍ତ୍ତା କରନ୍ତି । ଏବେ ଏହି ପାଞ୍ଚଟି ଭାଷାକୁ ମିଶାଇ ଗୁଗୁଲର ଅନୁବାଦ ସେବାରେ ଉପଲବ୍ଧ ମୋ’ଟ ଭାଷା ସଂଖ୍ୟାକୁ ୧୦୮କୁ ବୃଦ୍ଧି ପାଇଛି । ଏବେ ଇଂରାଜୀରୁ ହିନ୍ଦି ଅନୁବାଦ ଭଳି ଇଂରାଜୀରୁ ଓଡ଼ିଆ ଭାଷାକୁ ମଧ୍ୟ ଅନୁବାଦ କରାଯାଇପାରିବ ।

‘‘ବହୁ ମାତ୍ରାରେ ୱେବ୍ ବିଷୟବସ୍ତୁ ନ ଥିବା ଭାଷାଗ୍ଡ଼ିକୁ ଅନୁବାଦ କରିବା ପାଇଁ ଏକ ଚ୍ୟାଲେଞ୍ଜ ହୋଇଆସିଥିଲା, କିନ୍ତୁ ଆମର ମେସିନ୍ ଲର୍ନିଂ ଟେକ୍ନୋଲୋଜିର ଅଗ୍ରଗତି ଫଳରେ ଓ ଗୁଗୁଲ୍ ଅନୁବାଦ ସମ୍ପ୍ରଦାୟର ସକ୍ରିୟ ଯୋଗଦାନ ଯୋଗୁଁ ଆମେ ପାଞ୍ଚଟି ଭାଷା ଏବେ ଅନୁବାଦ ସେବାରେ ଯୋଡିଛୁ: କିନ୍ୟାରୱାଣ୍ଡା, ଓଡ଼ିଆ, ଟାଟାର୍‌, ତୁର୍କମେନ୍‌ ଓ ଉଇଗୁର୍,’’ ଗୁଗୁଲ୍ ଟ୍ରାନ୍ସଲେଟର ସଫ୍ଟୱେୟାର୍‌ ଇଞ୍ଜିନିୟର୍‌ ଆଇଜାକ୍ କାସୱେଲ୍‌ ବୁଧବାର ଏକ ବିବୃତ୍ତିରେ କହିଛନ୍ତି ।

ଗୁଗୁଲ୍ କହିଛି ଯେ ଏହି ନୂଆ ପାଞ୍ଚଟି ଭାଷାରେ ଉଭୟ ପାଠ୍ୟ (ଟେକ୍ସଟ୍‌) ଓ ୱେବସାଇଟ୍ ଅନୁବାଦ ସମ୍ଭବ । କିନ୍ନରୱାଣ୍ଡା, ଟାଟାର ଓ ଉଇଗୁରରେ ବିଶେଷ ଭାବରେ ଭର୍ଚୁଆଲ୍ କୀ’ବୋର୍ଡ୍ ଇନପୁଟ ବି ସମ୍ଭବ ।

ଗୁଗୁଲ୍‌ ଚ଼ାହୁଁଛି ଯେ ଯେକୌଣସି ବ୍ୟକ୍ତିଙ୍କ ଯିଏ ଏହାର ଅନୁବାଦରେ ଉନ୍ନତି ଆଣିବାରେ ସାହାଯ୍ୟ କରିବାକୁ ବହୁତ ଆଗ୍ରହୀ ସେ ତାଙ୍କ ସମ୍ପ୍ରଦାୟରେ ଯୋଗଦିଅନ୍ତୁ ।

କିନ୍ୟାରୱାଣ୍ଡା ହେଉଛି ରୁୱାଣ୍ଡା ଦେଶର ସରକାରୀ ଭାଷା, ଆଉ ଓଡିଆ, ଆପଣମାନେ ଜାଣନ୍ତି, ଭାରତୀୟ ରାଜ୍ୟ ଓଡ଼ିଶାର ପ୍ରାଚ଼ୀନ ଓ ଶାସ୍ତ୍ରୀୟ ଭାଷା, ଯାହାର ଇତିହାସ ଓ ସାହିତ୍ୟ ଅତି ସମୃଦ୍ଧ। ଟାଟାର ମୁଖ୍ୟତଃ ରୁଷିଆ, ୟୁକ୍ରେନ୍‌ ଓ ଉଜବେକିସ୍ତାନରେ କଥାବାର୍ତ୍ତାର ଭାଷା ହୋଇଥିବା ବେଳେ ତୁର୍କମେନ୍‌ ହେଉଛି ତୁର୍କମେନିସ୍ତାନର ସରକାରୀ ଭାଷା । ଉଇଗୁରୁରେ ପ୍ରାୟ ୧୦.୪ ନିୟୁତ ଲୋକ କଥାବାର୍ତ୍ତା ହୁଅନ୍ତି।

ଗତ ବର୍ଷ ଗୁଗୁଲ ଅନ୍ୟ ୬୦ଟି ଭାଷାକୁ ଅନୁବାଦ ସେବାରେ ଯୋଡ଼ିବା ପାଇଁ ନିଜ ଅନୁବାଦ ଆପର ତତକ୍ଷଣାତ୍ (ଇନଷ୍ଟାଣ୍ଟ୍‌) କ୍ୟାମେରାକୁ ଅପଡେଟ୍ କରିଥିଲା । ତା’ପରେ ଗତ ମାସ ଗୁଗୁଲ୍‌ ଅନୁବାଦ ଆପରେ ଏକ ନୂଆ ଫିଚ଼ର୍‌ ବା ବୈଶିଷ୍ଟ୍ୟ ପ୍ରଦର୍ଶନ କରିଥିଲା ଯାହା ଦ୍ୱାରା ବାର୍ତ୍ତାଳାପ ରିଅଲ-ଟାଇମରେ ଲେଖିହୋଇଯିବ ଓ ସେତିକି ବେଳେ ଏକ ଅନ୍ୟ ଏକ ଭାଷାରେ ବି ଅନୁବାଦିତ ହେଉଥିବ ।
First published: February 29, 2020, 12:00 AM IST
corona virus btn
corona virus btn
Loading