News18 Odia Digital
ରାୟଗଡ଼ା: ପାହାଡ଼ି ମୂଳକର ପାହାଡ଼ିଆ ମଣିଷ ଅନ୍ତ କୁଲିସିକା, ଇଛା ଶକ୍ତି ଥିଲେ ସବୁକିଛି ସମ୍ଭବ ସେହିଭଳି ପାହାଡ଼ର ବୁକଚିରି ପାଇପ ଯୋଗେ ପାହଡ଼ି ଝରଣା ପାଣିକୁ ନିଜ ଜମିରେ ଜଳ ସେଚନ କରିବାରେ ସଫଳ ହୋଇପାରିଛନ୍ତି ସେ। ବିଭିନ୍ନ ଚାଷ କରି ନିଜେ ରୋଜଗାର ରୋଜଗାରକ୍ଷମ ହେବା ସହ ଅନ୍ୟକୁ ମଧ୍ୟ ରୋଜଗାର ମାଧ୍ୟମ ସାଜିଛନ୍ତି।
ତାଙ୍କର ଏଭଳି କାର୍ଯ୍ୟକୁ ନେଇ ପ୍ରେରଣାର ଉସ୍ର ପାଲଟିଛନ୍ତି ଅଶିକ୍ଷିତ ଆଦୀବାସୀ ଯୁବକମାନେ। ଅନ୍ତ କୁଲେସିକା ,ଏପରି ସ୍ଥଳେ ସରକାରଙ୍କ ପକ୍ଷରୁ ସହଯୋଗର ହାତ ବଢ଼ାଇବା ଆବଶ୍ୟକ।
କଥାରେ ଅଛି ଇଚ୍ଛାଶକ୍ତି ଥିଲେ ସବୁ ଅସମ୍ଭବକୁ ସମ୍ଭବ କରିହୁଏ, ଏଭଳି କିଛି ଦେଖିବାକୁ ମିଳିଛି, ରାୟଗଡା ଜିଲ୍ଲା ଗୁମ୍ମା ପଞ୍ଚାୟତ ହାଡିଆ ଗ୍ରାମର ପାହାଡିଆ ମଣିଷ ଅନ୍ତ କୁଲେସିକା କ୍ଷେତ୍ରରେ।
ପାହାଡ଼ର ବୁକଚିରି ନିଜସ୍ୱ ଉଦ୍ୟମରେ ଦୀର୍ଘ ଅଧ କିଲୋମିଟର ପାହାଡ ଉପର ଝରଣା ପାଣିକୁ ପ୍ରାୟ ୪୦ ହଜାର ଟଙ୍କା ଖର୍ଚ୍ଚ ଓ ନିଜର ଜ୍ଞାନ କୌଶଳରେ ପାଇପ ଯୋଗେ ନିଜ କ୍ଷେତକୁ ପାଣି ଆଣିବା ସହ ଜଳ ସେଚନ କରିବାରେ ସଫଳ ହୋଇଛନ୍ତି ସେ।
ଆଉ ସେହି ପାଣି ନିଜର ୧୦ ଏକର ଚାଷଜମି ମଧ୍ୟରୁ ଦୁଇ ଏକର ଜମିରେ ଅମଳ କରୁଛନ୍ତି। ଏହି ଜମିରେ ସେ ଟମାଟୋ, ବାଇଗଣ, ଫୁଲକୋବି, ଲଙ୍କା ଏପରି ଅନେକ ଫସଲ କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟକୁ ମଧ୍ୟ ରୋଜଗାର ଯୋଗାଉଛନ୍ତି। ସେ ଅଶିକ୍ଷିତ ତାଙ୍କର ପ୍ରାୟ ୧୦ ଏକର ଜମି କୁସୁମଗୁଡା ଗ୍ରାମ ନିକଟରେ ରହିଛି।
ସେ ସଦାସର୍ବଦା ଚିନ୍ତାରେ ରହନ୍ତି କାରଣ ଜଳ ସେଚନର ସୁବିଧାକୁ ନେଇ ଶେସରେ ସେ ହାରିନଯାଇ ନିଜ ପରିଶ୍ରମରେ ଓ ନିଜ ଅର୍ଥରେ ଦୀର୍ଘ ଅଧା କିଲୋମିଟର ପାହାଡ ଉପରୁ ଝରୁଥିବା ପାଣିକୁ ସଂଗ୍ରହ କରି ନିଜ କ୍ଷେତ ପର୍ଯ୍ୟନ୍ତ ଆଣି ଏବେ ସେହି କ୍ଷତରେ ଅମଳ କରୁଛନ୍ତି।
ଏଥିପାଇଁ ତାଙ୍କୁ ୩ ଦିନ ଲାଗିଥିଲା, ଯେଉଁଥିରେ ସେ ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି। ଏମିତି ଏସମ୍ପର୍କରେ କେବେ ସେ କୌଣସି ସରକାରୀ ବାବୁଙ୍କୁ ସହଯୋଗ ପାଇଁ କହିନାହାଁନ୍ତି କି ଆବଶ୍ୟକ ଲୋଡ଼ି ନାହାନ୍ତି।
ଜଳ ସେଚନର ଅସୁବିଧାକୁ ନେଇ ଶେଷରେ ସେ ବାଧ୍ୟ ହୋଇ ଭଡା ସୂତ୍ରରେ ଏକ ପାଣିପମ୍ପ ଆଣି ନିକଟରେ ବୋହି ଯାଉଥିବା ନାଳରେ ଲଗାଇଥିଲେ।
ନାଳଠାରୁ ଜମିର ଉଚ୍ଚତା ଅଧିକ ଥିବାରୁ ପାଣି ଉଠିପାରିଲା ନାହିଁ। ବାରମ୍ବାର ପାଣିପମ୍ପ ଖରାପ ହେବା ଦ୍ୱାରା ତାକୁ ଠିକ କରିବା ପାଇଁ ଅର୍ଥ ଯୋଗାଡ କରିବା ସମ୍ଭବ ହୋଇପାରିଲା ନାହିଁ। ଶେଷରେ ସେ ଜନା, ମକା ଓ ମଣ୍ଡିଆ ବିକି ସଚଂୟ କରିଥିବା ଅର୍ଥ ପ୍ରାୟ ୪୦ ହଜାର ଟଙ୍କା ଖର୍ଚକରି ପାଇପ୍ କିଣି ଦୀର୍ଘ ଅଧ କିଲୋମିଟର ପାହାଡ ଉପରୁ ପାହାଡ କାଟି ପାହାଡରୁ ଝରୁଥିବା ପାଣିକୁ ସଂଗ୍ରହ କରି ସେହି ପାଇପ୍ ଯୋଗେ ପାଣି ଆଣି ନିଜ ଜମିରେ ପହଞ୍ଚାଇଥିଲେ।
ବାର୍ଷା ହେଲେ ଚାଷ ହୁଏ ଓ ବର୍ଷା ନହେଲେ ଚାଷ ହୁଏନାହିଁ। ବର୍ଷାକୁ ଅନାଇ ଅନାଇ ତାଙ୍କର ଦିନ କଟୁଥିଲା। ଆଉ ବର୍ତ୍ତମାନ ଅଶିକ୍ଷିତ ଆଦିବାସୀ ଯୁବକ ଅନ୍ତଙ୍କର ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିବା ବେଳେ ସରକାରଙ୍କ ପକ୍ଷରୁ ଜଳ ସେଚନ ନିମନ୍ତେ ସହଯୋଗର ହାତ ବଢ଼ାଇଲେ ଅନ୍ତଙ୍କ ଭଳି ଅନ୍ୟ ଚାଷୀମାନେ ମଧ୍ୟ ସୁବିଧା ପାଇବେ ବୋଲି ଗ୍ରାମବାସୀ କହିଛନ୍ତି।
ପଢ଼ନ୍ତୁ ଏହି ଖବର: ଓଡ଼ିଶାରେ ପୁଞ୍ଜି ନିବେଶ କରିବ ରିଲାଏନ୍ସ; ନବୀନଙ୍କୁ ପ୍ରତିଶ୍ରୁତି ଦେଲେ ମୁକେଶ ଅମ୍ବାନୀତେବେ ଏପର ସ୍ଥଳେ ଉକ୍ତ ଅଞ୍ଚଳର ଚାଷୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଏ ତାହାହେଲେ ଗରିବ ଚାଷୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି।
ରାୟଗଡ଼ାରୁ ଗଜମୋହନ ଗରଡ଼ିଆଙ୍କ ରିପୋର୍ଟନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।