ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପେନସନ୍ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର: ମୋଦି ସରକାର ବଢ଼ାଇ ପାରନ୍ତି ପେନସନ୍

ପେନସନ୍ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର: ମୋଦି ସରକାର ବଢ଼ାଇ ପାରନ୍ତି ପେନସନ୍

Good news likely for pension holders as pension money may rise | ଇ.ପି.ଏଫ୍.ଓ.ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଦେଶରେ ସର୍ବନିମ୍ନ ପେନସନ୍ ପରିମାଣ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇପାରେ ବୋଲି ସଙ୍କେତ ଆସିଛି । EPFOରେ ଜମା ହୋଇଥିବା ରାଶି ଉପରେ ୮.୫% ସୁଧ ହାର ଜାରି ରହିପାରେ ବୋଲି କୁହାଯାଉଛି ।

ପେନସନ୍ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର: ମୋଦି ସରକାର ବଢ଼ାଇ ପାରନ୍ତି ପେନସନ୍
ପେନସନ୍ ବଢ଼ିଲେ ଦେଶ ସାରା ଲୋକେ ଲାଭାନ୍ୱିତ ହେବେ ।
  • News18 Odia
  • Last Updated: November 8, 2021, 7:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର (Modi Government) ଏବେ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନର (EPFO) ଗ୍ରାହକମାନଙ୍କୁ ଏକ ଖୁସି ଖବର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ମୋଦି ସରକାର ଖୁବ୍ ଶୀଘ୍ର ପି.ଏଫ୍. ଆକାଉଣ୍ଟଧାରୀଙ୍କ ସର୍ବନିମ୍ନ ପେନସନ୍ ପରିମାଣ (Pension Hike) ବୃଦ୍ଧି କରିପାରନ୍ତି । ଇ.ପି.ଏଫ୍‌.ଓ.ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ବୈଠକ ଖୁବ (CBT Meeting) ଖୁବ୍‌ ଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଅନେକ ବଡ଼ ପ୍ରସଙ୍ଗ ଉପରେ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ନିଆଯାଇପାରେ । ସର୍ବନିମ୍ନ ପେନସନ୍ ବୃଦ୍ଧି ଉପରେ ନିଷ୍ପତ୍ତି ନେବା ଏହି ବୈଠକର ମୁଖ୍ୟ ଏଜେଣ୍ଡାରେ ଅଛି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସର୍ବନିମ୍ନ ପେନ୍‌ସନକୁ ମାସିକ ୧,୦୦୦ ଟଙ୍କାରୁ ୬,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦାବି କରିଛି । କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଏହାକୁ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରେ ବୋଲି ବିଶ୍ୱାସ କରାଯାଉଛି । ଇ.ପି.ଏଫ୍.ଓ. ଟଙ୍କାକୁ ବେସରକାରୀ କର୍ପୋରେଟ୍ ବଣ୍ଡରେ (Private Corporate Bonds) ବିନିଯୋଗ କରିବାର ବିବାଦୀୟ ପ୍ରସଙ୍ଗ ବି ଏହି ବୈଠକରେ ଆଲୋଚନା ହେବ । ଏହା ସହିତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପେନସନ୍ ପାଣ୍ଠିର ସୁଧ ହାର ଉପରେ ବି ଏହି ବୈଠକରେ ନିଷ୍ପତ୍ତି ନିଆଯାଇପାରେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIRAL VIDEO | ଶାହରୁଖ ଖାନଙ୍କ ଏହି କଥାରେ ହସିଉଠିଥିଲେ ଅମିତାଭ ବଚ୍ଚନ; ଅଭିଷେକଙ୍କ ବିଷୟରେ ଥିଲା କଥାଟି

କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଦେଶରେ ସର୍ବନିମ୍ନ ପେନସନ୍ ପରିମାଣ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇପାରେ ବୋଲି ସଙ୍କେତ ଆସିଛି । ଇ.ପି.ଏଫ୍‌.ଓ.ରେ ଜମା ହୋଇଥିବା ରାଶି ଉପରେ ବର୍ତ୍ତମାନର ସୁଧ ହାର (Interest on EPF) ୮.୫ ପ୍ରତିଶତ ଜାରି ରହିପାରେ ବୋଲି ବି ବିଶ୍ୱାସ କରାଯାଉଛି । ବର୍ତ୍ତମାନର ସୁଧ ହାରରେ କୌଣସି ପରିବର୍ତ୍ତନ ହେବାର କମ୍ ସମ୍ଭାବନା ଅଛି ବୋଲି କହିଛନ୍ତି ସରକାରୀ ସୂତ୍ର । ସି.ବି.ଟି.ର ବୈଠକ ପୂର୍ବରୁ ନଭେମ୍ବର ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ବୈଠକର ପ୍ରସଙ୍ଗ ଓ ଏଜେଣ୍ଡା ଏ ପର୍ଯ୍ୟନ୍ତ ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇନାହିଁ ।

ଏହା ବି ପଢ଼ନ୍ତୁ | ବିବାହର ମାତ୍ର ଚାରି ଦିନ ପରେ କନ୍ୟାର ମୃତ ଦେହ ଏକ ଆଟାଚି ଭିତରୁ ମିଳିଲା

ଏହା ପୂର୍ବରୁ ସି.ବି.ଟି.ର ଶେଷ ବୈଠକ ମାର୍ଚ୍ଚ ୨୦୨୧ରେ ଶ୍ରୀନଗରରେ ଅନୁଷ୍ଠିତ ହୋଇଥିଲା । ସେଥିରେ ୨୦୨୦-୨୧ ପାଇଁ ସଦସ୍ୟମାନଙ୍କ ଆକାଉଣ୍ଟରେ ଇ.ପି.ଏଫ୍.ଓ. ଜମା ଉପରେ ବାର୍ଷିକ ୮.୫ ପ୍ରତିଶତ ସୁଧ ହାର ସୁପାରିଶ କରାଯାଇଥିଲା । ଏହାକୁ ଅର୍ଥ ମନ୍ତ୍ରଣାଳୟ ନିକଟରେ ଅନୁମୋଦନ କରିଛି ।
Published by: Anand S.T. Das
First published: November 8, 2021, 7:52 PM IST