News 18 Odia Digital
ନୂଆଦିଲ୍ଲୀ; ବିବାହିତ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଭାୟା ବନ୍ଦନା ଯୋଜନା (PMVVY) ଚଳାଇଛନ୍ତି । ବରିଷ୍ଠ ନାଗରିକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଉଭୟ ସ୍ୱାମୀ ଓ ସ୍ତ୍ରୀ ଏକାଠି ଏହି ଯୋଜନାରେ ବିନିଯୋଗ କରିପାରିବେ । ଅବସର ପରେ ୧୮,୫୦୦ ଟଙ୍କା ପେନସନ ମିଳିବ ।
ସ୍ୱାମୀ - ସ୍ତ୍ରୀ ପାଇବେ ୧୮,୫୦୦ ଟଙ୍କାବରିଷ୍ଠ ନାଗରିକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଯୋଜନା ୪ ମେ ରେ ଆରମ୍ଭ କରିଥିଲେ । ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲେ । LIC ସରକାରଙ୍କ ପାଇଁ ଏହି ଯୋଜନା ଚଳାଉଛି । ପୂର୍ବରୁ ଏଥିରେ ବିନିଯୋଗ କରିବାର ସୀମା ୭.୫୦ ଲକ୍ଷ ଟଙ୍କା ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।
ବାର୍ଷିକ ସୁଧ ମିଳିବ ୭.୪ ପ୍ରତିଶତପ୍ରଧାନମନ୍ତ୍ରୀ ଭାୟା ବନ୍ଦନା ଯୋଜନାରେ ବାର୍ଷିକ ୭.୪ ପ୍ରତିଶତ ସୁଧ ଉପଲବ୍ଧ । ବର୍ତ୍ତମାନ ୬୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ ଏଥିରେ ୧୫ ଲକ୍ଷ ଟଙ୍କା ବିନିଯୋଗ କରିପାରିବେ । ଉଭୟ ସ୍ୱାମୀ ଓ ସ୍ତ୍ରୀ ଏହି ଯୋଜନାରେ ବିନିଯୋଗ କରିପାରିବେ । ଯଦି ୬୦ ବର୍ଷ ବୟସରେ ଉଭୟ ଏହି ଯୋଜନାରେ ପ୍ରତ୍ୟେକ ୧୫ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ଉଭୟଙ୍କୁ ୧୮,୩୦୦ ଟଙ୍କା ପେନ୍ସନ୍ ମିଳିବ । ଯଦି ସ୍ୱାମୀ-ସ୍ତ୍ରୀ ମଧ୍ୟରୁ ଜଣେ ୧୫ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ସେମାନେ ୯,୨୫୦ ଟଙ୍କା ପାଇବେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।