ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦଶହରା ପୂର୍ବରୁ ରାଜ୍ୟବାସୀଙ୍କୁ ଭେଟି ଦେଲେ CM ନବୀନ; ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ଦଶହରା ପୂର୍ବରୁ ରାଜ୍ୟବାସୀଙ୍କୁ ଭେଟି ଦେଲେ CM ନବୀନ; ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ୧୧% ମହଙ୍ଗା ଭତ୍ତା ଓ (Dearness relief )ଘୋଷଣା କରିଛନ୍ତି।

ଦଶହରା ପୂର୍ବରୁ ରାଜ୍ୟବାସୀଙ୍କୁ ଭେଟି ଦେଲେ CM ନବୀନ; ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା
ଦଶହରା ପୂର୍ବରୁ ରାଜ୍ୟବାସୀଙ୍କୁ ଭେଟି ଦେଲେ CM ନବୀନ
  • News18 Odia
  • Last Updated: October 8, 2021, 1:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରା କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟ ସରକାର ଶୁକ୍ରବାର ରାଜବାସୀଙ୍କୁ ଦେଇଛନ୍ତି ବଡ଼ ଖୁସି ଖବର । ବର୍ତ୍ତମାନ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତରେ ପହଞ୍ଚିଛି । ଆସନ୍ତା ମାସରୁ ସମସ୍ତେ କର୍ମଚାରୀ ପାଇଁ ଏହି ଭତ୍ତା ।

ଏହା ଦ୍ବାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢ଼େ ତିନି ଲକ୍ଷ ପେନସନ୍ ଭୋଗୀ ଉପକୃତ ହେବେ । ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ୧୧% ମହଙ୍ଗା ଭତ୍ତା ଓ (dearness relief )ଘୋଷଣା କରିଛନ୍ତି।

ଏହା ଫଳରେ ବର୍ତ୍ତମାନ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ,୨୮%ରେ ପହଞ୍ଚିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୧/୭/୨୦୨୧ ରୁ ପିଛିଲା ଭାବରେ ୧୧%ମହଙ୍ଗା ଭତ୍ତା ଲାଗୁ ହେବ ଓ ଏହା ଅକ୍ଟୋବରରୁ ମିଳିବ । ବକେୟା ତିନି ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ ।
Published by: Lipina Das
First published: October 8, 2021, 1:39 PM IST