ନିଯୁକ୍ତି ଅଶାୟୀଙ୍କ ପାଇଁ ଭଲ ଖବର; ଅଲଗା ପଦ ପାଇଁ ଦେବାକୁ ପଡିବନି ଅଲଗା ପରୀକ୍ଷା

ଚଳିତ ବର୍ଷରୁ ଏକକ ଯୋଗ୍ୟତା ପରୀକ୍ଷା ଆଧାରରେ ପିଲାଙ୍କୁ ନିଯୁକ୍ତି ମିଳିବ। ଆଉ ଅଲଗା ଅଲଗା ପଦ ପାଇଁ ଭିନ୍ନ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।

ନିଯୁକ୍ତି ଅଶାୟୀଙ୍କ ପାଇଁ ଭଲ ଖବର (ପ୍ରତୀକାତ୍ମକ ଛବି)

ନିଯୁକ୍ତି ଅଶାୟୀଙ୍କ ପାଇଁ ଭଲ ଖବର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ନିଯୁକ୍ତି ଆଶାୟୀଙ୍କ ପାଇଁ ଭଲ ଖବର। ନିଯୁକ୍ତି କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିଛି ଓ.ଏସ.ଏସ.ସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ)। ପୂର୍ବାପେକ୍ଷା ନିଯୁକ୍ତି ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସରଳ ହୋଇଥିବାବେଳେ ଚଳିତ ବର୍ଷରୁ ନିଯୁକ୍ତି ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛି ଓ.ଏସ.ଏସ.ସି। ଏନେଇ ଓ.ଏସ.ଏସ.ସିର ଅଧ୍ୟକ୍ଷ ଅଭୟ ସୂଚନା ଦେଇଛନ୍ତି।

ଚଳିତ ବର୍ଷରୁ ଏକକ ଯୋଗ୍ୟତା ପରୀକ୍ଷା ଆଧାରରେ ପିଲାଙ୍କୁ ନିଯୁକ୍ତି ମିଳିବ। ଆଉ ଅଲଗା ଅଲଗା ପଦ ପାଇଁ ଭିନ୍ନ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। କେବଳ ବା ସ୍ନାତକ(ଗ୍ରାଜୁଏଟ୍‌‌) ସ୍ତର ପାଇଁ ନୁହେଁ ଏହି ପଦ୍ଧିତ୍ତି ବୈଷୟିକ (ଟେକନିକାଲ୍‌‌) ଓ ପିଜି(ସ୍ନାତକୋତ୍ତର) ବର୍ଗର ବିଭିନ୍ନ ପଦବୀ ପାଇଁ ଲାଗୁ ହେବାକୁ ଯାଉଛି।ବିଭିନ୍ନ ବିଭାଗରେ ଖାଲିଥିବା ସ୍ନାତକ(ଗ୍ରାଜୁଏଟ୍‌‌) ସ୍ତରର ପଦ ପୂରଣ ପାଇଁ ଓ.ଏସ.ଏସ.ସି ଗୋଟିଏ ପରୀକ୍ଷା କରିବ।

ସ୍ନାତକ, ସ୍ନାତକୋତ୍ତର ଓ ଟେକନିକାଲ୍‌‌ ବର୍ଗର ପୂରଣ ହେବାକୁ ଥିବା ବିଭିନ୍ନ ପଦ ପାଇଁ ବର୍ଗ ଅନୁଯାୟୀ ଗୋଟିଏ ଦକ୍ଷତା ପରୀକ୍ଷା ଆୟୋଜନ ହେବ। ଉକ୍ତ ପରୀକ୍ଷାର ଦକ୍ଷତା ଭିତ୍ତିରେ ସେମାନଙ୍କୁ ପଦ ଅନୁଯାୟୀ ନିଯୁକ୍ତି ମିଳିବ। ତେବେ ପ୍ରିଲିମ୍‌‌, ମେନ୍‌‌ ଓ ସାକ୍ଷାତକାର ଆଦି ତିନୋଟି ପର୍ଯ୍ୟାୟରେ ଦକ୍ଷତା ଚୟନ କରାଯିବ। ଯୁଗ୍ମ ସ୍ନାତକ ଭିତ୍ତିକ ଚୟନ ପରୀକ୍ଷା (ସିଜିଏଲଆରଇ) ସ୍ନାତକ ବର୍ଗର ପିଲାଙ୍କୁ ଚୟନ ପାଇଁ କରାଯିବାକୁ ଥିବାବେଳେ ଯୁଗ୍ମ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା(ସିଟିଏସଆରଇ) ବିଭିନ୍ନ ବୈଷୟିକ ପଦ ଓ ଯୁଗ୍ମ ସ୍ନାତକୋତ୍ତର ଦକ୍ଷତା ପରୀକ୍ଷା(ସିପିଜିଏଲଇ) ବିଭିନ୍ନ ସ୍ନାତକୋତ୍ତର ବର୍ଗର ପଦ ପାଇଁ ଅନୁଷ୍ଠିତ ହେବ।

ଏପରି କରିବା ଫଳରେ ନିଯୁକ୍ତି ଆଶାୟୀଙ୍କ ପ୍ରସ୍ତୁତି ଲାଗି ସମୟ ବଞ୍ଚିବା ସହ ପରୀକ୍ଷା ପାଇଁ ଅର୍ଥ ଖର୍ଚ୍ଚ ମଧ୍ୟ କମିବ। ସେହିପରି ସରକାରୀ ସ୍ତରରେ ପରୀକ୍ଷା ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ରାଶି ମଧ୍ୟ ଯଥେଷ୍ଟ କମିବ।

ଓ.ଏସ.ଏସ.ସି.ଆୟୋଜନ କରୁଥିବା ଗ୍ରୁପ-ବି ଓ ଗ୍ରୁପ୍‌‌-ସିର ବିଭିନ୍ନ ପଦ ପାଇଁ ଏହି ନିୟମ ଲାଗୁ ହେବ। ‘ଗ୍ରୁପ-ବି ଓ ଗ୍ରୁପ୍‌‌-ସିର ବିଭିନ୍ନ ପଦ ପାଇଁ ନିଯୁକ୍ତି ଲାଗି ସମନ୍ୱିତ ସ୍ନାତକ ସ୍ତର ନିଯୁକ୍ତି ନିୟମାବଳୀ ୨୦୨୨’ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଉ ଥିବାବେଳେ ଏକକ ଯୋଗ୍ୟତା ପରୀକ୍ଷା ଦ୍ୱାରା ବିଭିନ୍ନ ପଦରେ ନିଯୁକ୍ତି ଦିଆଯିବ।

ସୂଚନାଥଉକି ସିପିଜିଏଲଇ ପାଖାପାଖି ୬ଶହ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ଯୁଗ୍ମ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ) ପ୍ରାୟ ୧୧୦୦ ପଦ ପାଇଁ ଅନୁଷ୍ଠିତ ହେବ। ଏନେଇ  ଚଳିତ ମାସ ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ।
Published by:Soumya Das
First published: