Gold Price: ସୁନାର ଦାମ୍ ପୁଣି ବଢ଼ିଲା, ରୂପା ବି ମହଙ୍ଗା ହେଲା; କିଣିବା ଆଗରୁ ଜାଣନ୍ତୁ ନୂଆ ଦାମ୍

Gold price rises again, silver price also rises | ଆମେରିକାର ବଣ୍ଡ୍ ଅମଳର ପୁଣି ଥରେ ହ୍ରାସ ଦେଖାଯିବା ଓ ଡଲାରର ଦୁର୍ବଳତା ଆସିବା କାରଣରୁ ପୁଣି ଥରେ ସୁନା ଦର ବୃଦ୍ଧିରେ ଦେଖାଦେଇଛି ।

ସୁନାର ଦାମ୍ ପୁଣି ବଢ଼ିଛି । (ପ୍ରତୀକାତ୍ମକ ଛବି)

ସୁନାର ଦାମ୍ ପୁଣି ବଢ଼ିଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭାରତୀୟ ସରାଫା ବଜାରରେ ସୁନାର ଦାମ୍‌ (Gold Price) କ୍ରମାଗତ ଦ୍ୱିତୀୟ ଦିନ ଅର୍ଥାତ୍ ୧୨ ଅଗଷ୍ଟ ୨୦୨୧ରେ ବୃଦ୍ଧି ପାଇଛି । ଏଥି ସହିତ ରୂପାର ଦାମରେ ସାମାନ୍ୟ ବୃଦ୍ଧି ବି ଦେଖାଯାଇଛି । ଗତ ବାଣିଜ୍ୟ ଅଧିବେଶନରେ ଦିଲ୍ଲୀର ସରାଫା ବଜାରରେ ସୁନାର ଦାମ୍‌ ୧୦ ଗ୍ରାମ ପିଛା ୪୫,୧୩୮ ଟଙ୍କାରେ ବନ୍ଦ ହୋଇଥିଲା । ଏଥି ସହିତ ରୂପା କିଲୋଗ୍ରାମ୍‌ ପିଛା ୬୧,୨୦୧ ଟଙ୍କାରେ ବନ୍ଦ ହୋଇଥିଲା । ଅଗଷ୍ଟ ୧୨ରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଇଥିବା ବେଳେ ରୂପା ଦରରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ ।

ସୁନାର ନୂଆ ଦାମ୍‌: ଗୁରୁବାର ଦିନ ଦିଲ୍ଲୀ ସରାଫା ବଜାରରେ ସୁନାର ଦାମ୍‌ ୧୦ ଗ୍ରାମ୍‌ ପିଛା ୪୨୨ ଟଙ୍କା ବୃଦ୍ଧି ପାଇଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ୍‌ ଶୁଦ୍ଧତା ଥିବା ସୁନା ଅଗଷ୍ଟ ୧୨ ତାରିଖରେ ୧୦ ଗ୍ରାମ୍‌ ପିଛା ୪୫,୫୬୦ ଟଙ୍କାରେ ବନ୍ଦ ହୋଇଛି। ଆନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନାର ଦାମ୍‌ ଅଗଷ୍ଟ ୧୨ରେ ପ୍ରତି ଆଉନ୍ସ ୧,୭୫୬ ଡଲାରକୁ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଚାଦୋକାନରେ ଝଗଡ଼ାରୁ ନକଲି ନୋଟ୍ରାକେଟର ପର୍ଦ୍ଦାଫାଶ ହେଲା; ₹୧୩.୮୫ ଲକ୍ଷ ଜବତ

ରୂପାର ନୂଆ ଦାମ୍‌: ରୂପାର ଦାମ୍‌ ବି ଅଗଷ୍ଟ ୧୨ ତାରିଖରେ ବୃଦ୍ଧି ପାଇଥିବା ଦେଖାଯାଇଛି । ଗୁରୁବାର ଦିନ ରୂପାର ଦାମ୍‌ କିଲୋଗ୍ରାମ୍‌ ପିଛା ୧୧୩ ଟଙ୍କା ବୃଦ୍ଧି ପାଇ ଦିଲ୍ଲୀର ସରାଫା ବଜାରରେ କିଲୋଗ୍ରାମ୍‌ ପିଛା ୬୧,୩୧୪ ଟଙ୍କା ହୋଇଛି । ଆନ୍ତର୍ଜାତୀୟ ବଜାରରେ ରୂପାର ଦାମରେ କୌଣସି ବଡ଼ ପରିବର୍ତ୍ତନ ଦେଖାଯାଇ ନାହିଁ । ପ୍ରତି ଆଉନ୍ସ ଏହା ୨୩.୪୪ ଡଲାରରେ ପହଞ୍ଚିଛି ।



HDFC ସିକ୍ୟୁରିଟିଜର ସିନିୟର ଆନାଲିଷ୍ଟ (କମୋଡିଟିଜ୍‌) ତପନ ପଟେଲ କହିଛନ୍ତି ଯେ ଆମେରିକାର ବଣ୍ଡ୍‌ ଅମଳର ପୁଣି ଥରେ ହ୍ରାସ ଦେଖାଯିବା ଓ ଡଲାରର ଦୁର୍ବଳତା ଆସିବା କାରଣରୁ ପୁଣି ଥରେ ସୁନା ଦର ବୃଦ୍ଧିରେ ଦେଖାଦେଇଛି । ଏଥି ସହିତ ନ୍ୟୁୟର୍କ ଭିତ୍ତିକ ଖଣିଜ ଏକ୍ସଚେଞ୍ଜରେ ସୁନାର ମୂଲ୍ୟରେ ଆସିଥିବା ବୃଦ୍ଧି ବି ଭାରତୀୟ ସରାଫା ବଜାରକୁ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି ।
Published by:Anand Shankar Thankur Das
First published: