Gold Price: ସୁନାର ଦାମ୍ ଦିନକରେ ୧,୦୦୦ ଟଙ୍କା କମିଲା; ରୂପା ଦର ବି ଖସିଲା; ଆଗକୁ କ’ଣ ହେବ?

Gold price keeps falling, know reasons and new rates | ଆମେରିକାରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଚାକିରି ହାରରୁ ସ୍ପଷ୍ଟ ହୋଇଛି ଯେ ବିଶ୍ୱ ଅର୍ଥନୀତି ଦ୍ରୁତ ଗତିରେ ଉନ୍ନତି କରୁଛି । ଜୁଲାଇ ମାସରେ ଦେଖାଯାଇଥିବା ଚାକିରି ବୃଦ୍ଧି ପ୍ରକ୍ରିୟା ବର୍ଷ ସାରା ଜାରି ରହିବ ବୋଲି ଆଶା ବଢ଼ିଛି ।

ସୁନାର ଦର କ୍ରମାଗତ ହ୍ରାସ ପାଉଛି । (ପ୍ରତୀକାତ୍ମକ ଛବି)

ସୁନାର ଦର କ୍ରମାଗତ ହ୍ରାସ ପାଉଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭାରତରେ ସୁନାର ଦାମ୍‌ (Gold Price) ବହୁତ ଦ୍ରୁତ ଗତିରେ ହ୍ରାସ ପାଇଛି । ଅନ୍ତର୍ଜାତୀୟ ସ୍ତରରେ ଚାଲିଥିବା ସୁନା ମୂଲ୍ୟରେ ଅସ୍ଥିରତାର ଲାଭ ଉଠାଇବାକୁ ନିବେଶକମାନେ ଅଧିକ ଦାମରେ ସୁନା ବିକ୍ରି କରିବା ପରେ ଏହି ସ୍ଥିତି ଆସିଛି । ମଲ୍ଟି-କମୋଡିଟି ଏକ୍ସଚେଞ୍ଜରେ (MCX) ଅଗଷ୍ଟ ୬ ତାରିଖ ଶୁକ୍ରବାର ଦିନ ସୁନାର ଦାମ୍‌ ୨ ପ୍ରତିଶତ ଅର୍ଥାତ୍‌ ୯୬୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୪୬,୬୫୧ ଟଙ୍କା ହୋଇଛି, ଯାହା ମାସେ ଭିତରେ ସର୍ବନିମ୍ନ ।

ରୂପାର ଦାମ୍‌ (Silver Price) ବି ୩ ପ୍ରତିଶତ ହ୍ରାସ ପାଇଛି, ଅର୍ଥାତ୍ ୨,୦୦୦ ଟଙ୍କା କମ୍‌ ହୋଇ କିଲୋଗ୍ରାମ୍‌ ପିଛା ୬୪,୯୭୫ ଟଙ୍କା ଦରରେ ପହଞ୍ଚିଯାଇଛି । ବିଶ୍ୱ ବଜାରରେ (International Market) ସୁନାର ଦାମ୍‌ ୨ ପ୍ରତିଶତ ହ୍ରାସ ପାଇ ୧,୭୬୫.୩୦ ଡଲାରରେ ପହଞ୍ଚିଛି ।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ପାରଳା ରାଜମହଲର ୫ଟିଆତ୍ମହତ୍ୟାପରି ଅସମାହିତ ରହିଯିବ?

ଗତ ସପ୍ତାହରେ ଡଲାରର ଶକ୍ତି ବୃଦ୍ଧି ଓ ଆମେରିକାରେ ବଣ୍ଡର ଅମଳର (US Bond Yield) ଆଶା ବୃଦ୍ଧି କାରଣରୁ ସୁନା ଦରରେ ତୀବ୍ର ହ୍ରାସ ଦେଖିବାକୁ ମିଳିଛି । ଭାରତରେ ସୁନା ଦର ହ୍ରାସ ହେଉଥିବାରୁ ପ୍ରଥମ ଥର ପାଇଁ ଡିଲରମାନେ ସରକାରୀ ସୁନା ଦର ଉପରେ ପ୍ରିମିୟମ ଆଦାୟ କରିଛନ୍ତି । ଗତ ସପ୍ତାହରେ ଡିଲରମାନେ ସରକାରୀ ଆଦିକାରିକ ମୂଲ୍ୟ (Official Domestic Price) ଉପରେ ଆଉନ୍ସ ପିଛା ଏକ ଡଲାର୍‌ ପ୍ରିମିୟମ୍‌ ଆଦାୟ କରିଥିଲେ । ଏହାର ପୂର୍ବ ସପ୍ତାହରେ ଡିଲରମାନେ ଆଉନ୍ସ ପିଛା ୪ ଡଲାର ରିହାତି ଦେଇଥିଲେ । ଭାରତରେ ସୁନା ଦରରେ ୧୦.୭୫ ପ୍ରତିଶତ ଆମଦାନୀ ଶୁଳ୍କ (Import Duty) ଓ ୩ ପ୍ରତିଶତ ଜି.ଏସ୍‌.ଟି. (GST) ସାମିଲ୍‌ ଥାଏ ।

 ଏହା ବି ପଢ଼ନ୍ତୁ | ଓଡ଼ିଶାରେ PMAY ଯୋଜନା: ‘ଯାହା ଘରେ କାନ୍ଥ ନାହିଁ ତାକୁ ଘର ମିଳିନି, ତାଲା ଘର ଥିବା ଲୋକଙ୍କୁ ମିଳୁଛି

ଆମେରିକାରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଚାକିରି ତଥ୍ୟରୁ (US Jobs Data) ସ୍ପଷ୍ଟ ହୋଇଛି ଯେ ଅର୍ଥନୀତି ଦ୍ରୁତ ଗତିରେ ଉନ୍ନତି ଜାରି ରହିଛି । ଶୁକ୍ରବାର ଦିନ ପ୍ରକାଶିତ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ଜୁଲାଇ ମାସରେ ଦେଖାଯାଇଥିବା ଚାକିରି ବୃଦ୍ଧି ପ୍ରକ୍ରିୟା ବର୍ଷ ସାରା ଜାରି ରହିବ। ଏହା ଦ୍ୱାରା ଦେଶରେ ବେକାରୀ ହାର (unemployment rate) ମଧ୍ୟ ହ୍ରାସ ପାଇବ ।

ଏହା ବି ପଢ଼ନ୍ତୁ | ‘‘ତୁମ ସ୍ବାଗତ ପାଇଁ ଅପେକ୍ଷା କରିଛୁ’’: Olympics ବିଜୟୀ ହକି ଦଳକୁ ଓଡ଼ିଶାକୁ ନିମନ୍ତ୍ରଣ କଲେ ନବୀନ ପଟ୍ଟନାୟକ

ଆମେରିକାର ଫେଡେରାଲ୍‌ ରିଜର୍ଭ ପ୍ରୋତ୍ସାହନ କାର୍ଯ୍ୟକ୍ରମରେ (stimulus program) ହ୍ରାସ କରିପାରେ ବୋଲି ଆଶା କରାଯାଉଛି । ଆମେରିକାର ବଣ୍ଡ ଅମଳ (US bond yield) ୧.୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଡଲାର୍‌ ସୂଚକାଙ୍କ ୦.୬ ପ୍ରତିଶତ ବୃଦ୍ଧି ପାଇ ୯୨.୭୮୦ରେ ପହଞ୍ଚିଯାଇଛି । ବର୍ଦ୍ଧିତ ସୁଧ ହାର (Higher Interest Rates) ସୁନାକୁ ଧରି ରଖିବାରେ ବଡ ଲାଭର ସମ୍ଭାବନା ବଢ଼ାଇଥାଏ ।

ଏହା ବି ପଢ଼ନ୍ତୁ | ଖଲ୍ଲିକୋଟ MLA ସୂର୍ଯ୍ୟମଣି ବୈଦ୍ୟଙ୍କ ଘରେ ଆକ୍ରମଣ କଲେ ଦୁର୍ବୃତ୍ତ, ବୋମା ଫିଙ୍ଗିଲେ, ହାତ ହାଣିଲେ

ମୂଲ୍ୟବାନ ଧାତୁରେ ଅନ୍ତର୍ଭୁକ୍ତ ରୂପା ୩.୫ ପ୍ରତିଶତ ହ୍ରାସ ହୋଇ ୨୪.୨୫ ଡଲାରରେ ପହଞ୍ଚିଥିବା ବେଳେ ପ୍ଲାଟିନମ୍‌ (platinum) ୨.୬ ପ୍ରତିଶତ ହ୍ରାସ ହୋଇ ୯୭୮.୭୭ ଡଲାରରେ ପହଞ୍ଚିଛି । ସୁନା ମୂଲ୍ୟରେ ହେଉଥିବା ଏହି ହ୍ରାସ ସାମୟିକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ୨୦୨୧ ଶେଷ ସୁଦ୍ଧା ଏଥିରେ ଏକ ବଡ଼ ବୃଦ୍ଧି ହୋଇପାରେ ବୋଲି ସେମାନେ କହିଛନ୍ତି ।



ସୋମବାର ଦିନ ପୁଣି ଥରେ ଭାରତରେ ସାର୍ବଭୌମ ଗୋଲ୍ଡ ବଣ୍ଡ (Sovereign Gold Bond, SGB) ଯୋଜନା ୨୦୨୧-୨୨ ପାଇଁ ଖୋଲୁଛି । ଭାରତର ରିଜର୍ଭ ବ୍ୟାଙ୍କ ଏହାର ମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ୪,୭୯୦ ଟଙ୍କା ସ୍ଥିର କରିଛି । ଯେଉଁମାନେ ଅନଲାଇନରେ ଆବେଦନ କରିବେ ଓ ପେମେଣ୍ଟ କରିବେ ସେମାନେ ପ୍ରତି ଗ୍ରାମ୍‌ ପିଛା ୫୦ ଟଙ୍କା ଅତିରିକ୍ତ ରିହାତି ପାଇବେ ।
Published by:Anand ST Das
First published: